ଓଡିଶା

odisha

ହିମାଚଳ ପ୍ରଦେଶରେ ଅଯୋଗ୍ୟ ବିଧାୟକଙ୍କ ପେନସନ ପାଇଁ ନୂଆ ନିୟମ - Disqualified MLA And Pension

By VK Agnihotri

Published : Sep 16, 2024, 10:07 PM IST

HimachalPradesh Assembly Bill About Disqualified MLA: ଦଳ ବଦଳ ନୀତିରୁ ନିବୃତ ରହିବାକୁ ନୂଆ ନିୟମ ପ୍ରଣୟନ କରିଛନ୍ତି ହିମାଚଳ ପ୍ରଦେଶ ସରକାର । ଏଣିକି ଅଯୋଗ୍ୟ ଘୋଷଣା ହେଲେ ଗୃହର ସଦସ୍ୟ ଫେରାଇବେ ପେନସନ ରାଶି । ପଢନ୍ତୁ ରାଜ୍ୟସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ବିବେକ ଅଗ୍ନିହୋତ୍ରୀଙ୍କ ଆଲେଖ୍ୟ ।

HimachalPradesh Assembly
HimachalPradesh Assembly (ETV Bharat)

ହାଇଦ୍ରାବାଦ:ହିମାଚଳପ୍ରଦେଶରେ ଦଳ ବଦଳ ନୀତିରୁ ନିବୃତ ରହିବାକୁ କଂଗ୍ରେସ ସରକାର ପ୍ରଚେଷ୍ଟା କରିଥିଲା । ଏଥିପାଇଁ ୨୦୦୪ମସିହା ସେପ୍ଟେମ୍ବର ୪ ତାରିଖରେ ପେନସନ ପ୍ରତ୍ୟାହାର ବିଲ୍ ପାରିତ ହୋଇଥିଲା । ପୂର୍ବରୁ ପେନସନ ନେଇଥିବା ଅଯୋଗ୍ୟ ବିଧାୟକଙ୍କଠାରୁ ଟଙ୍କା ଫେରାଇ ଅଣାଯିବା ନେଇ ମଧ୍ୟ ବିଲରେ ଉଲ୍ଲେଖ ରହିଥିଲା । ହିମାଚଳ ପ୍ରଦେଶର ଏହି ଭତ୍ତା ଏବଂ ପେନସନ ସଂଶୋଧନ ବିଲ-୨୦୨୪ ଗୃହରେ ପୁନଃ ଅନୁମୋଦନ ପାଇଛି ।

HimachalPradesh Assembly (ETV Bharat)

ହିମାଚଳପ୍ରଦେଶ ବିଧାନସଭାରେ ନୂଆ ବିଲ୍ ପାରିତ:

ଏହି ବିଲରେ ଦର୍ଶାଯାଇଛି ଯେ, ଯେତେବେଳେ ଗୃହର ଜଣେ ସଦସ୍ୟ ସମ୍ବିଧାନ ଧାରା-୧୦ ଅଧିନିୟମ ଅନୁଯାୟୀ ଯଦି ଅଯୋଗ୍ୟ ହୁଅନ୍ତି ତେବେ ସେ ପେନସନ ପାଇବାକୁ ଯୋଗ୍ୟ ହେବେ ନାହିଁ । ଏପରିକି ସେ ପୂର୍ବରୁ ପାଇଥିବା ପେନସନ ଟଙ୍କା ମଧ୍ୟ ତାଙ୍କଠାରୁ ରିକଭରି କରାଯିବ । ଏହି ବିଲ୍ ଆଗତ କରିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗଣତାନ୍ତ୍ରର ଆଦର୍ଶ ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ସଂଶୋଧନ ଜରୁରୀ ଥିଲା ।" କିଛି ଦିନ ଧରି ଲଗାତାର ବିଧାୟକ ଓ ସାଂସଦମାନେ ଦଳ ବଦଳ କରୁଥିବା ଦେଖିବାକୁ ମିଳିଥିଲା ।

HimachalPradesh Assembly (ETV Bharat)

କେଉଁ ସ୍ଥିତିରେ ଦଳ ବଦଳ ପରେ ବି ଅଯୋଗ୍ୟ ଘୋଷିତ ହେବେ ନାହିଁ:

ସମ୍ବିଧାନର ୧୦ମ ଅଧିନିୟମରେ ବିଭାଜନ ସମ୍ବନ୍ଧୀୟ ଏକ ବ୍ୟବସ୍ଥା ରହିଥିଲା ​ । ଯଦି ଦଳ ବିଭାଜନ ହୁଏ, ଆଉ ଅନ୍ୟ ସଦସ୍ୟମାନେ ଦଳ ବିରୋଧରେ ଏକ ଗୋଷ୍ଠୀ ଗଠନ କରନ୍ତି । ଆଉ ଗ୍ରୁପରେ ଏକ ତୃତୀୟାଂଶରୁ ଅଧିକ ସଂଖ୍ୟାର ସଦସ୍ୟ ରହିଲେ ସେଭଳି ସ୍ଥିତିରେ ଅଯୋଗ୍ୟତା ଘୋଷଣା ହୋଇପାରିବ ନାହିଁ । ପରବର୍ତ୍ତୀ ସମୟରେ ୯୧ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ମାଧ୍ୟମରେ ଏହା ବିଲୋପ ହେଲା । ୨୦୦୩ରେ ଆସିଥିବା ସଂଶୋଧନ ଅଧିନିୟମ ଅନୁସାରେ, ଗୃହର ଜଣେ ସଦସ୍ୟ ସେଭଳି ସ୍ଥିତିରେ ଅଯୋଗ୍ୟ ଘୋଷିତ ହେବେ ନାହିଁ ଯଦି ତାଙ୍କ ଦଳର ବିଲୋପ ଘଟି ଅନ୍ୟ ଦଳରେ ମିଶିଯାଏ । ଏପରି ମିଶ୍ରଣ ସମସ୍ତ ପକ୍ଷର ସହମତିରେ ହୋଇଥାଏ ।

HimachalPradesh Assembly (ETV Bharat)

ଏହା ବି ପଢନ୍ତୁ...ବେରୋଜଗାର ଦୂର ସହ କିପରି ସୃଷ୍ଟି ହେବ ନିଯୁକ୍ତି ? ବୁଦ୍ଧି ଶିଖାଇବ ସଫଳତାର କାହାଣୀ - How To Create Jobs

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପେନସନ ଯୋଜନା UPS - Unified Pension Scheme

ଏହା ବି ପଢନ୍ତୁ...ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension

ଏହା ବି ପଢନ୍ତୁ...2ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ - Budget session concludes

HimachalPradesh Assembly (ETV Bharat)

ତେଲେଙ୍ଗାନାରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିର୍ଦ୍ଦେଶ:

ନିକଟରେ ୨୦୨୪ ସେପ୍ଟେମ୍ବର ୯ ତାରିଖରେ ତେଲେଙ୍ଗାନା ହାଇକୋର୍ଟଙ୍କ ତରଫରୁ ତେଲେଙ୍ଗାନା ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଥିଲା। BRS ଛାଡି ଶାସକ କଂଗ୍ରେସରେ ଯୋଗ ଦେଇଥିବା ବିଧାୟକମାନଙ୍କୁ ୪ ସପ୍ତାହ ଭିତରେ ଅଯୋଗ୍ୟ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।

'ବିଲ୍ ସ୍ବାଗତଯୋଗ୍ୟ'

ଦେଖିବାକୁ ଗଲେ ହିମାଚଳ ପ୍ରଦେଶ ବିଧାନସଭାରେ ପାରିତ ହୋଇଥିବା ଏହି ବିଲ୍ ହେଉଛି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଗଣତନ୍ତ୍ରର ଅବମାମନା କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଅଟକାଇବ । ଦେଶର ଅନ୍ୟ ରାଜ୍ୟ ଗୁଡିକ ମାନେ ମଧ୍ୟ ହିମାଚଳ ପ୍ରଦେଶରୁ ଶିକ୍ଷାଲାଭ କରିବା ପରେ ଏହି ଦିଗରେ ପଦକ୍ଷେପ ନେଇପାରିବେ ।

(ଏହା ଲେଖକଙ୍କର ନିଜସ୍ବ ମତ)

ABOUT THE AUTHOR

...view details