ହାଇଦ୍ରାବାଦ:ବିଗତ ଅନେକ ଦଶନ୍ଧି ଧରି ଅର୍ଥନୀତିର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ହେଉଛି ସଂଗଠିତ କର୍ମକ୍ଷେତ୍ରରେ ଭଲ ଦରମା ସହ ରୋଜଗାର ସୃଷ୍ଟିର ମନ୍ଥର ଅଭିବୃଦ୍ଧି । ପେରିଓଡିକ ଲେବର ଫୋର୍ସ ସର୍ଭେ (PLFS) ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ଶ୍ରମଶକ୍ତିର ଅଂଶଗ୍ରହଣ ହାରରେ ଉନ୍ନତି ଆସିଛି । 2022-23 ମସିହାରେ ଏହା ମାତ୍ର 50.6 ପ୍ରତିଶତ ରହିଥିଲା ବେଳେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ହାର ମାତ୍ର 31.6 ପ୍ରତିଶତ ରହିଥିଲା । ବର୍ତ୍ତମାନ ଯୁବ ଜନସଂଖ୍ୟା ବର୍ଗ ମଧ୍ୟରେ ଥିବା ବେକାରୀ ହାର ଗ୍ରହଣୀୟ ନୁହେଁ, ସେ ସମ୍ପର୍କରେ ମଧ୍ୟ ଅନେକ ସଂସ୍ଥା ଆକଳନ ଓ ବିଭିନ୍ନ ସର୍ଭେକ୍ଷଣରେ ତଥ୍ୟ ପ୍ରକାଶ କରିଛନ୍ତି । PLFS ତଥ୍ୟ ଅନୁଯାୟୀ, 2022-23 ମସିହାରେ 15ରୁ 29 ବର୍ଷ ବୟସର ଯୁବକ ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ହାର ମାତ୍ର 12.9 ପ୍ରତିଶତ ଥିଲା, ଯାହା ଗତ ତିନି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଏହା ଡେମୋଗ୍ରାଫିକ ଡିଭିଡେଣ୍ଡ ପ୍ରସଙ୍ଗରେ ଆମର ଅଫଳପ୍ରଦାତାକୁ ଦର୍ଶାଏ ।
ବିଗତ 75 ବର୍ଷ ମଧ୍ୟରେ, ଯେଉଁ ଦେଶ ସେମାନଙ୍କ କର୍ମଜୀବୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି, ସେମାନଙ୍କ ରପ୍ତାନି ବୃଦ୍ଧି କରି ବିଶ୍ବ ବଜାରରେ ଅଧିକ ଅଂଶଧନ ହାସଲ କରିବାରେ ସେମାନେ ପ୍ରଭାବୀ ଭୂମିକାକୁ ଆସିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କିଛି ଦଶନ୍ଧି ମଧ୍ୟରେ ସିଙ୍ଗାପୁର କ୍ଷେତ୍ରରେ ଏହା ଘଟିଥିଲା । ସିଙ୍ଗାପୁର, କୋରିଆ, ତାଇୱାନ ଏବଂ ଜାପାନ ହେଉଛି ଚାରିଟି ପ୍ରମୁଖ୍ୟ ଏସୀୟ ଅର୍ଥନୀତି ଯେଉଁମାନେ ରପ୍ତାନି-ପ୍ରୋତ୍ସାହନ ନୀତି ଆପଣାଇଥିଲା । ବର୍ଷ ବର୍ଷ ଧରି ନିରାଶାବାଦୀମାନେ ଯୁକ୍ତି ବାଢିଥିଲେ ଯେ ଏପରି ଦେଶମାନଙ୍କର ଉଦାହରଣ ଭାରତ କ୍ଷେତ୍ରରେ ପ୍ରାସଙ୍ଗିକତା ସାବ୍ୟସ୍ତ ହେବ ନାହିଁ । କାରଣ ଭାରତରେ ସେମାନଙ୍କ ଦେଶ ପରି ଘରୋଇ ଚାହିଦାର ପରିମାଣ ପର୍ଯ୍ୟାପ୍ତ ନଥିଲା ।
ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଆଇଆଇଟି’ର ସର୍ବଶେଷ ଖବର ଅତ୍ୟନ୍ତ ଚିନ୍ତାଜନକ ଥିଲା । ଆଇଆଇଟି-ମୁମ୍ବାଇ ରିପୋର୍ଟ ଅନୁସାରେ,ଏହାର ମୋଟ ଛାତ୍ରଙ୍କ ମଧ୍ୟରୁ ପ୍ରାୟ 33% ଛାତ୍ରଛାତ୍ରୀ 2024ରେ ଶିକ୍ଷାଶେଷ କରିବା ପରେ ନିଯୁକ୍ତି ପାଇନଥିବା ବେଳେ ହୋଇନଥିବା ବେଳେ 2023ରେ ଏହି ହାର ମାତ୍ର 18% ଥିଲା । ସେହିପରି ଦିଲ୍ଲୀ-ଆଇଆଇଟି ରିପୋର୍ଟ ଅନୁସାରେ, 22% ଏହାର ସ୍ନାତକୋତ୍ତର ଛାତ୍ରଛାତ୍ରୀ ଚଳିତବର୍ଷରେ ସନ୍ତୋଷଜନକ ସଂସ୍ଥାରେ କର୍ମନିଯୁକ୍ତି ପାଇବାରେ ସକ୍ଷମ ହୋଇ ନାହାଁନ୍ତି । NSO ରୁ ତଥ୍ୟ ଅନୁସାରେ, ଏହା 2020-21 ରେ ଏହି ହାର 55.6 ପ୍ରତିଶତ ଥିଲା ଏବଂ ବର୍ତ୍ତମାନ 2022-23 ରେ ଏହା 57 ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଅତି ଚିନ୍ତାଜନକ ବିଷୟ ।
ଏହା ମଧ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷି ଶ୍ରମିକଙ୍କ ଅଭିବୃଦ୍ଧି ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି ଯେ, ସହରାଞ୍ଚଳଭିତ୍ତିକ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ଅଭାବ ବଢିବାରେ ଲାଗିଛି । ସାମ୍ପ୍ରତିକ ସ୍ଥିତିରେ ଦେଶରେ ବେକାରୀ ସମସ୍ୟାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କିନ୍ତୁ ଆମର ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ଦୃଷ୍ଟିରୁ ମାଗଣା ଖାଦ୍ୟଶସ୍ୟ ଆବଣ୍ଟନ ନିଷ୍ପତ୍ତି ସୁରକ୍ଷିତ ଚାକିରି ଏବଂ ନିୟମିତ ଆୟର ବିକଳ୍ପ ଭାବେ କେବେ ସୁଯୋଗ ପ୍ରଦାନ କରିପାରିବ ନାହିଁ । ଏହା କେବଳ ଅର୍ଥନୀତିକୁ ଦୁର୍ବଳ କରୁଛି, ତାହା ନୁହେଁ ବରଂ ଏହାକୁ ଗ୍ରହଣ କରୁଥିବା ବର୍ଗର ଆତ୍ମସମ୍ମାନକୁ ମଧ୍ୟ ହ୍ରାସ କରିଚାଲିଛି । ଶସ୍ୟ ଆବଣ୍ଟନ ସହାୟକ ଆବଶ୍ୟକତା ପୂରଣ କରେ, କିନ୍ତୁ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବରେ ଏହା ଯଥେଷ୍ଟ ନୁହେଁ ।
ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟିର ଅଭାବ ଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ପଷ୍ଟ ଅନୁଭବ ହୋଇଛି । ତେଣୁ ଅପେକ୍ଷାକୃତ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ସରକାର ଏହି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିବନ୍ଧକ ଉପରେ କଡା ଧ୍ୟାନ ଦେବା ଆବଶ୍ୟକତା ରହିଛି । ଏକ ସ୍ୱଳ୍ପ ଆୟକାରୀ ଅର୍ଥନୀତି ଦେଶ ଭାବେ ଭାରତ ମୁଣ୍ଡପିଛା ଆୟ ପ୍ରାୟ 3000 ଆମେରିକୀୟ ଡଲାରରେ ରହିଛି । ଘରୋଇ ଚାହିଦା ପୂରଣ କରିବା ପାଇଁ ବାହ୍ୟ ଚାହିଦା ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ପରି ସ୍ଥିତି ସୃଷ୍ଟି ହୋଇଛି ।