ଶୀତ ଋତୁରେ ସ୍କିନ ବା ଚର୍ମ ଉପରେ ଗଭୀର ପ୍ରଭାବ ପଡିଥାଏ । ଥଣ୍ଡା ପବନ ଓ କମ୍ ଆର୍ଦ୍ରତା ତ୍ବଚାକୁ ଶୁଷ୍କ ଓ ମଳିନ କରିଦିଏ । ତ୍ବଚାର ରଙ୍ଗ ଫିକା ପଡିବା, ଚର୍ମ କୁଣ୍ଡେଇ ହେବା, ଫାଟିବା ଭଳି ସମସ୍ୟା ଅଧିକ ଦେଖାଯାଏ । ଏଥିପାଇଁ ଶୀତ ଦିନେ ସ୍କିନକୁ ମଇଶ୍ଚରାଇଜ କରିବା ଅଧିକ ଜରୁରୀ ହୋଇଥାଏ । କାରଣ ଥଣ୍ଡାରେ ସ୍କିନରୁ ପ୍ରାକୃତିକ ତୈଳ ଶୁଖିବାକୁ ଲାଗେ । ଏହି ସମୟରେ ତ୍ବଚାର ସୁନ୍ଦରତା ବଜାୟ ରଖିବାକୁ ସ୍କିନ କେୟାର ରୁଟିନ ଆପଣାଇବା ଆବଶ୍ୟକ । ଏଥିଲାଗି ଆପଣଙ୍କୁ ମହଙ୍ଗା କ୍ରିମ କିମ୍ବା ଅନ୍ୟ କୌଣସି ବ୍ୟୁଟି ପ୍ରଡକ୍ଟ ଦରକାର ନାହିଁ । କିଛି ଘରୋଇ ସାମଗ୍ରୀରେ ଆପଣ ନିଜ ସ୍କିନକୁ ସୁସ୍ଥ ଓ ସୁନ୍ଦର ରଖିପାରିବେ । ଦେଶୀ ଘିଅ, କଞ୍ଚା କ୍ଷୀର, ମହୁ ଓ ନଡିଆ ତେଲ ଭଳି ପ୍ରାକୃତିକ ଜିନିଷ ଶୀତ ଦିନେ ସ୍କିନକୁ ଉପଯୁକ୍ତ ପୋଷଣ ଯୋଗାଇ ଏହାକୁ ଗ୍ଲୋଇଂ ବନାଇଥାଏ । ଜାଣନ୍ତୁ କେମିତି...
ନଡିଆ ତେଲ:
ନଡିଆ ତେଲ ଏକ ପ୍ରାକୃତିକ ମଇଶ୍ଚରାଇଜର ଅଟେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଫଙ୍ଗଲ ଗୁଣ ଥାଏ । ଏହା ସ୍କିନକୁ ହାଇଡ୍ରେଟ, ମଇଶ୍ଚରାଇଜ କରିବା ସହ ଡ୍ରାଏନେସ୍ ଦୂର କରେ । ଏହା ସ୍କିନ ଭିତର ପର୍ଯ୍ୟନ୍ତ ପୋଷଣ ପହଞ୍ଚାଏ ଏବଂ ଡ୍ରାଏ ହେବାରୁ ରୋକେ । ହାତରେ ଅଳ୍ପ ନଡିଆ ତେଲ ନେଇ ନିଜ ମୁହଁ ଓ ଶରୀରରେ ଲଗାନ୍ତୁ । ଏହା ସ୍କିନକୁ ନରମ ଓ ଚମକଦାର ରଖେ ।
ମହୁ:
ମହୁ ଏକ ଭଲ ହାଇଡ୍ରେଟିଂ ଏଜେଷ୍ଟ ଯାହାକି ତ୍ବଚାକୁ ଡିପ୍ ମଇଶ୍ଚରାଇଜ କରିଥାଏ । ଏହା ତ୍ବଚାକୁ କୋମଳ ଓ ଚମକଦାର ବନାଇଥାଏ । ମହୁରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି । ସ୍କିନ ଇନଫେକ୍ସନ, ସ୍କିନ ଆଲର୍ଜି, କଳାଦାଗ ଦୂର କରିବାରେ ସାହାଯ୍ୟ କରେ । ଆପଣ ମହୁକୁ ଫେସ ମାସ୍କ ଭଳି ବ୍ୟବହାର କରିପାରିବେ । ଏଥିପାଇଁ ଅଳ୍ପ ମହୁ ନେଇ ପୁରା ମୁହଁରେ ଲଗାନ୍ତୁ ଏବଂ 15-20 ମିନିଟ୍ ପରେ ଧୋଇଦିଅନ୍ତୁ ।
ଦେଶୀ ଘିଅ: