ଗୁଆ ଘିଅ ଶରୀର ପାଇଁ କେତେ ଲାଭଦାୟକ ସମସ୍ତଙ୍କୁ ଅଳ୍ପ ବହୁତ ଜଣା । ହେଲେ ତ୍ବଚା ପ୍ରତି ଏହାର ଫାଇଦା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଘିଅରେ ଓମେଗା-3 ଫାଟି ଏସିଡ, ଭିଟାମିନ ଏ, ଭିଟାମିନ ବି12, ଭିଟାମିନ ଡି, ଭିଟାମିନ ଇ, ଭିଟାମିନ କେ, ବ୍ୟୁଟିରିକ ଏସିଡ ଭଳି ପୋଷକ ତତ୍ତ୍ବ ଭରି ରହିଛି । ଘିଅ ଆପଣଙ୍କ ତ୍ବଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ । ଖାସ୍ କରି ଶୀତ ଦିନେ ତ୍ବଚାରେ ଘିଅ ଲଗାଇଲେ ଚର୍ମର ଶୁଷ୍କତା ବା ଡ୍ରାଏନେସ୍ ସମସ୍ୟା ଦୂର ହୁଏ । ତ୍ବଚା କୋମଳ ହୁଏ । ନାଚୁରାଲ ଗ୍ଲୋ ଆସେ । ଏଭଳି ଅନେକ ପ୍ରକାର ସ୍କିନ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିପାରେ ।
ଏହି ଖବରରେ ବିସ୍ତୃତରେ ଜାଣନ୍ତୁ ତ୍ବଚାରେ ଘିଅ ଲଗାଇବାର ଫାଇଦା ବିଷୟରେ
ଡ୍ରାଏ ସ୍କିନ ଦୂର କରେ:ଗୁଆ ଘିଅ ତ୍ବଚାକୁ ଭିତରୁ ମଇଶ୍ଚରାଇଜ କରେ । ଏହାଦ୍ବାରା ତ୍ବଚା ହାଇଡ୍ରେଟ ରହିଥାଏ । ଚର୍ମର ଶୁଷ୍କତା ବା ଡ୍ରାଏ ସ୍କିନ ସମସ୍ୟା ଦୂର ହୋଇଯାଏ । ତେଣୁ ଶୀତ ଦିନେ ଘିଅ ଲଗାଇବା ଅଧିକ ଲାଭଦାୟକ ହୋଇଥାଏ ।
ଚର୍ମ କୁଞ୍ଚନ ହଟାଏ: ଘିଅରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ବୟସ ବୃଦ୍ଧିର ଲକ୍ଷଣ ଯେପରି, ଚର୍ମ କୁଞ୍ଚନ, ଫାଇନ ଲାଇନ୍ସ କମ୍ କରିବାରେ ସାହାଯ୍ୟ କରେ । ନିୟମିତ ଘିଅ ଲଗାଇଲେ ଚେହେରା ଯୁବା ଦେଖାଯାଇଥାଏ ।
ତ୍ବଚାରେ ଚମକ ବଢାଏ:ଦେଶୀ ଘିଅ ତ୍ବଚାକୁ ଭିତରୁ ପୋଷଣ ପ୍ରଦାନ କରିଥାଏ । ଫଳରେ ତ୍ବଚାରେ ଚମକ ବଢିଥାଏ । ପ୍ରତିଦିନ ଚେହେରାରେ ଘିଅ ଲଗାଇଲେ ସ୍କିନ ହେଲ୍ଦି ଓ ଗ୍ଲୋଇଂ ନଜର ଆସିଥାଏ ।
ମୁହଁରୁ ଦାଗ ଦୂର କରେ:ଆପଣ ନିୟମିତ ଭାବେ ମୁହଁରେ ଘିଅ ଲଗାଇଲେ କଳା ଦାଗ, ଚିହ୍ନ ଦୂର କରିବାରେ ସାହାଯ୍ୟ କରେ । କାରଣ ଘିଅରେ ଫ୍ୟାଟି ଏସିଡ ରହିଛି । ଏହା ଚେହେରାର ଦାଗ କମାଇଥାଏ ଓ ରଙ୍ଗ ଉଜ୍ଜ୍ବଳ କରିଥାଏ ।
ଡାର୍କ ସର୍କଲ କମାଏ: ଆଖି ତଳ କଳା ଦାଗ କମ୍ କରିବାକୁ ଚାହୁଁଥିଲେ ଘିଅ ବ୍ୟବହାର କରିପାରିବେ । ଏହା ସ୍କିନ ଟୋନ ହାଲୁକା କରିବାରେ କରି ଡାର୍କ ସର୍କଲ ଦୂର କରିଥାଏ ।
ସନବର୍ନ ଓ ରାସେସ୍ରୁ ମୁକ୍ତି: ଘିଅରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ସନବର୍ନ ଓ ରାସେସ୍ ସମସ୍ୟାରୁ ଆରାମ ଦିଏ । ନିୟମିତ ଘିଅ ଖାଇବା ଦ୍ବାରା ଓ ଲଗାଇବା ଦ୍ବାରା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।