ଓଡିଶା

odisha

ETV Bharat / lifestyle

ଅଟା ନୁହେଁ ଚାଉଳ ଚୂନାରେ ବନାନ୍ତୁ ନରମ ରୁଟି - ROTI FROM RICE FLOUR

ଆପଣ ଅଟାରୁ ତିଆରି ରୁଟି ଖାଇଥିବେ ହେଲେ କେବେ ଚାଉଳ ଚୂନା ରୁଟି ଖାଇଛନ୍ତି କି ? ଆଜି ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି ରୁଟି

ଅଟା ନୁହେଁ ଚାଉଳ ଚୂନାରେ ବନାନ୍ତୁ ନରମ ରୁଟି
ଅଟା ନୁହେଁ ଚାଉଳ ଚୂନାରେ ବନାନ୍ତୁ ନରମ ରୁଟି (ETV Bharat)

By ETV Bharat Lifestyle Team

Published : Dec 3, 2024, 11:00 AM IST

ସକାଳେ କିମ୍ବା ରାତିରେ ପ୍ରାୟ ସମସ୍ତଙ୍କ ଘରେ ରୁଟି ହୋଇଥାଏ । ସାଧାରଣତଃ ରାତ୍ରିଭୋଜନରେ ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି, ଯାହାକି ଅଟାରୁ ପ୍ରସ୍ତୁତ ହୋଇଥାଏ । ହେଲେ ଆପଣ କେବେ ଚାଉଳ ଚୂନା ରୁଟି ଖାଇଛନ୍ତି କି ? ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି ଏହା ସତ ! ଅଟା ଭଳି ଚାଉଳ ଚୂନାରେ ମଧ୍ୟ ଫୁଲକା ଫୁଲକା ନରମ ରୁଟି ପ୍ରସ୍ତୁତ ହୋଇପାରିବେ । ଆଜି ଏହି ଖବରରେ ଜାଣନ୍ତୁ କେମିତି ଚାଉଳ ଚୂନାରୁ ରୁଟି ତିଆରି କରିବେ । ଏହା ଖାଇବାକୁ ଏତେ ସୁଆଦିଆ ଲାଗିବ ଯେ ଆପଣ ବାରମ୍ବାର ଏହି ରୁଟି ଖାଇବାକୁ ମନ ବଳାଇବେ । ତେବେ ଚାଉଳ ଚୂନା ରୁଟି ସାମାନ୍ୟ ଟାଣ ହୋଇପାରେ । କିନ୍ତୁ ନିମ୍ନୋଲିଖିତ ରେସିପି ଅନୁସାରେ ବନାଇଲେ ଏହା ନରମ ହୋଇପାରିବ । ଚାଲନ୍ତୁ ଜାଣିବା...

ଆବଶ୍ୟକୀୟ ସାମଗ୍ରୀ:

  • ଚାଉଳ ଚୂନା
  • ପାଣି
  • ଅଦା ରସୁଣ ପେଷ୍ଟ- ଏକ ଚାମଚ
  • କଞ୍ଚାଲଙ୍କା ପେଷ୍ଟ
  • ଧନିଆ ଗୁଣ୍ଡ
  • ତେଲ
  • ଆବଶ୍ୟକତା ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ

  1. ପ୍ରଥମେ ଗ୍ୟାସ୍ ଲଗାଇ ଏକ କଡେଇରେ ପାଣି ବସାନ୍ତୁ । ପାଣି ଗରମ ହେବା ପରେ ଏଥିରେ ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା ପେଷ୍ଟ, ଧନିଆ ପାଉଡର, ଆବଶ୍ୟକତା ଅନୁସାରେ ଲୁଣ ଓ ଏକ ଚାମଚ ତେଲ ପକାନ୍ତୁ ।
  2. ପାଣି ଭଲ ଭାବେ ଫୁଟିବା ପରେ ଏଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି ଜନ୍ତୁଣିକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ ।
  3. 15 ମିନିଟ୍ ପରେ ଚାଉଳ ଚୂନା ଜନ୍ତୁଣିକୁ ହାତରେ ଭଲ ଭାବେ ଅଟା ଚକଟିଲା ଭଳି ହାତରେ ଚକଟନ୍ତୁ ଓ ଛୋଟ ଛୋଟ ଗୁଳା କରନ୍ତୁ ।
  4. ଏବେ ଅଟା ରୁଟି ବେଲିଲା ଭଳି ଅଟା ଲଗାଇ ଚାଉଳ ଚୁନା ରୁଟି ବେଲନ୍ତୁ । ଅଟା ଲଗାଇବା ଦ୍ବାରା ରୁଟି ଭଲ ଭାବେ ଗୋଲ ହୋଇଥାଏ ।
  5. ଏହି ରୁଟିକୁ ଏବେ ତାୱାରେ ସେକନ୍ତୁ । ଦୁଇ ପଟ ଭଲ ଭାବେ ସେକନ୍ତୁ । ଆପଣ ଚାହିଁଲେ ଘିଅ କିମ୍ବା ତେଲ ଲଗାଇପାରିବେ ।
  6. ଦେଖିବେ ରୁଟି କେମିତି ଭଲ ଭାବେ ଫୁଲିବା ସହ ନରମ ହେବ । ଏବେ ପ୍ଲେଟରେ ତରକାରୀ କିମ୍ବା ଭଜା ନେଇ ଏହି ନରମ ରୁଟି ସହ ଖାଆନ୍ତୁ ।

ABOUT THE AUTHOR

...view details