ସାଧାରଣତଃ ପ୍ରତ୍ୟେକ ଶାକାହାରୀଙ୍କ ପ୍ରିୟ ଖାଦ୍ୟ ପନିର୍ । ପନିର୍ ମସାଲା, ପନିର ବଟର ମସାଲା ଭଳି ଆଇଟମ ଆପଣ ଖାଇଥିବେ । ହେଲେ କେବେ ପନିର୍ ଭୁଜି ମସାଲା ଖାଇଛନ୍ତି କି ? ଯଦି ନା ! ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର୍ ଭୁଜି । ଏହାର ପ୍ରସ୍ତୁତି ପ୍ରଣାଳୀ ଭାରି ସହଜ । ଖୁବ୍ କମ୍ ସମୟରେ ଏବଂ କମ୍ ସାମଗ୍ରୀରେ ଏହି ଆଇଟମ ପ୍ରସ୍ତୁତ ହୋଇପାରିବ । ଚାଲନ୍ତୁ ଜାଣିବା କିପରି ଘରେ ବନାଇବେ ପନିର୍ ଭୁଜି
ଆବଶ୍ୟକୀୟ ସାମଗ୍ରୀ
- ପନିର୍
- କଟା ପିଆଜ- 2ଟା
- ଟମାଟୋ- 2ଟା
- ବଟର-2 ଚାମଚ
- ତେଲ- ଏକ ଚାମଚ
- ଅଦା
- ଲୁଣ
- ହଳଦୀ ପାଉଡର
- କାଶ୍ମୀର ଲଙ୍କା ପାଉଡର
- ଗରମ ମସାଲା
- ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଗ୍ୟାସ୍ ଉପରେ ଏକ କଡେଇ ବସାଇ ଏଥିରେ ଦୁଇ ଚାମଚ ବଟର ଓ ଗୋଟିଏ ଚାମଚ ତେଲ ପକାନ୍ତୁ । ଏବେ ଗୋଟିଏ ଚାମଚ ବେସନ ପକାଇ ଭଲ ଭାବେ ଗୋଳାନ୍ତୁ (ଏହାଦ୍ବାରା ପନିର ଭୁଜି ମସାଲା ବହଳିଆ ହୋଇଥାଏ) ।
- ଏବେ ସେହି ବଟରରେ କଟା ପିଆଜ, କଟା ଟମାଟୋ, କଟା କଞ୍ଚା ଲଙ୍କା ଓ ଅଳ୍ପ ଅଦା ଛେଚା ପକାଇ ଭାଜନ୍ତୁ । ଦୁଇ ମିନିଟ୍ ପରେ ଲୁଣ, ହଳଦୀ ପାଉଡର, କାଶ୍ମୀର ଲଙ୍କା ପାଉଡର ଓ ଗରମ ମସାଲା ପକାଇ 2-3 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ ।
- 3 ମିନିଟ୍ କଷିବା ପରେ ଗୋଟିଏ କପ୍ ଗରମ ପାଣି ପକାଇ ପୁଣିଥରେ 2-3 ମିନିଟ୍ କଷନ୍ତୁ । ବର୍ତ୍ତମାନ ଏହି ମସାଲାରେ ପନିରକୁ ହାତରେ ଚକଟି ପକାନ୍ତୁ । ଏଥିରେ ଧନିଆ ପତ୍ର ପକାନ୍ତୁ ।
- ଏହାପରେ ପୁଣିଥରେ ମସାଲାରେ ଦୁଇ କପ୍ ଗରମ ପାଣି ଦେଇ 2 ମିନିଟ୍ କଷନ୍ତୁ । ଏବେ ଏଥିରେ ଦୁଇ ଚାମଚ ଫ୍ରେସ କ୍ରିମ ପକାନ୍ତୁ ଏବଂ କସୁରୀ ମେଥି ପକାଇ ଭଲ ଭାବେ ଗୋଳାନ୍ତୁ । ଶେଷକୁ କଟା ଧନିଆ ପକାନ୍ତୁ ।
- ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ବାଦିଷ୍ଟ ପନିର ଭୁଜି ମସାଲା ।
ଏହା ମଧ୍ୟ ପଢନ୍ତୁ: ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ଫାଇଦା ଦେଖିଲେ ହେବେ ଆଶ୍ଚର୍ଯ୍ୟ - RICE WATER FOR SKIN
ଏହା ମଧ୍ୟ ପଢନ୍ତୁ:ବର୍ଷା ପାଗରେ ଘରେ ବନାନ୍ତୁ ଆଫଗାନି ଚିକେନ - AFGHANI CHICKEN RECIPE