ହାଇଦ୍ରାବାଦ:ଭାରତରେ ଅଧିକାଂଶ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଯଦି ଓଡ଼ିଶା କଥା ଦେଖାଯାଏ, ଭାତ ହେଉଛି ଓଡ଼ିଶାବାସୀଙ୍କ ମୁଖ୍ୟ ଖାଦ୍ୟ । ସେ ଲଞ୍ଚ ହେଉ କି ଡିନର୍, ଓଡିଶା ଲୋକଙ୍କ ପ୍ରିୟ ଓ ମୁଖ୍ୟ ଖାଦ୍ୟ ଭାତ । ଭାତରେ ଥିବା ଅନେକ ପୋଷକ ତତ୍ତ୍ବ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ତେବେ ଭିନ୍ନ ଭିନ୍ନ ପ୍ରକାରର ଚାଉଳ ରହିଛି, କିନ୍ତୁ କେଉଁ ଚାଉଳର ଭାତ ସ୍ବାସ୍ଥ୍ୟ ପାଇଁ ଭଲ ? ଏଭଳି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଥାଏ । ଲୋକଙ୍କ ମନରେ ଏହା ମଧ୍ୟ ସନ୍ଦେହ ଥାଏ ଯେ, ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କି ନୁହିଁ ? ଏପରି ସ୍ଥିତିରେ, କେଉଁ ସମୟରେ ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ସମୟରେ ଭାତ ଖାଇବା ଏଡାଇବା ଉଚିତ, ଜାଣନ୍ତୁ..
କେଉଁ ସମୟରେ ଭାତ ଖାଇବା ଲାଭଦାୟକ ?
ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, ମଧ୍ୟାହ୍ନ ଭୋଜନ ବା Launch timeରେ ଭାତ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ । ଅପରାହ୍ନରେ ଭାତ ଖାଇବା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ । ଅପରାହ୍ନରେ ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ । କାରଣ ଏହି ସମୟରେ ଶରୀର ଶକ୍ତିଶାଳୀ ଭାବରେ କାମ କରେ ଏବଂ ପାଚନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଥାଏ ।
କେଉଁ ସମୟରେ ଭାତ ଖାଇବା କ୍ଷତିକାରକ ?
ରାତିରେ ଭାତ ଖାଇବା ଦ୍ବାରା ଓଜନ ବଢ଼ିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନେ ରାତିରେ ଭାତ ଖାଇବା ଉଚିତ ନୁହେଁ । କାରଣ ରାତିରେ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ନାହିଁ । ଭାତରେ ପ୍ରଚୁର ପରିମାଣର ଷ୍ଟାର୍ଚ (starch) ଥାଏ, ଯାହାଦ୍ଵାରା ଏହା ଚର୍ବିରେ ପରିଣତ ହୋଇପାରେ । ଯଦି ଆପଣ ରାତିରେ ଭାତ ଖାଇବାକୁ ଚାହାନ୍ତି, ତେବେ ବ୍ରାଉନ୍ ବା ବାଦାମୀ ଚାଉଳର ଭାତ ଖାଇବା ସବୁଠାରୁ ଭଲ ବିକଳ୍ପ । ନଚେତ ରୁଟି, ସୁପ୍ ଏବଂ ସାଲାଡ ଭଳି ହାଲୁକା ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ।
ଧଳା ଭାତ ଖାଇବା ଭଲ କି ?