ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ । ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ଆପଣ ଅର୍ଥ ସମ୍ପନ୍ଧୀୟ ସେମିନାରରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ । ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ । ଶାରିରିକ ସୁସ୍ଥତା ଓ ମାନଶିକ ଶାନ୍ତି ଅବ୍ୟାହିତ ରହିବ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ ।
ବୃଷ:ମିଠାକଥାରେ ସମସ୍ତଙ୍କୁ ବଶ କରିବେ । ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି ପାଇପାରେ । ଅନେକ ଘଟଣାରେ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚିତ ହେବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ ।
ମିଥୁନ:ଆଜି ମନ ବିଚଳିତ ରହିବ । ମନରେ ଦ୍ୱନ୍ଦ୍ୱ ଓ ଦୁର୍ବଳ ଚିନ୍ତାଧାରା ପାଇଁ ଆପଣ କ୍ଲାନ୍ତି ଅନୁଭବ କରିବେ । କୌଣସି ଅନୈତିକ ସମ୍ପର୍କ ଆପଣଙ୍କ ପରିବାରରେ କଳହ ଆଣିବ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ । ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍ । ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ ।
କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ଠାରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହ ସମ୍ପର୍କୁ ବୃଦ୍ଧି କରିବେ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ ।
ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ । ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ । ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ । ଏପରିକି ଅଧିକ ପରିଶ୍ରମ କରି ମଧ୍ୟ, ଅସଫଳତା ପାଇବେ । ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଚିନ୍ତା କରିପାରନ୍ତି । ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ ।
କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି ।