ହାଇଦ୍ରାବାଦ:ବିଧ୍ୱଂସତାର ବିଶ୍ୱ ଦେଖିଛି ବିଦାୟୀ ବର୍ଷ ୨୦୨୪ । ମଧ୍ୟପ୍ରାଚ୍ୟଠୁ ନେଇ ସାଉଥ ଏସିଆ ସବୁଠି ସଂଘର୍ଷର ସ୍ୱର ଶୁଭିଛି । ଓ୍ବାର୍ଲ୍ଡ ଡାଟା ଅନୁଯାୟୀ ବିଦାୟୀ ବର୍ଷରେ ଅତିକମରେ ୧୫୦ଟି ସଶସ୍ତ୍ର ସଂଘର୍ଷ ଘଟିଛି । ଘମାଘୋଟ ଯୁଦ୍ଧ ମଧ୍ୟରେ ଅସ୍ତିତ୍ୱ ହରାଇଛନ୍ତି ପାଲେଷ୍ଟାଇନ, ୟୁକ୍ରେନ ଭଳି ଦେଶ । ସେପଟେ ଗୃହଯୁଦ୍ଧରେ ଦୀର୍ଘ ବର୍ଷର ସତ୍ତା ହରାଇଛି ବାଂଲାଦେଶ, ସିରିଆର ପୂର୍ବ ସରକାର । ବିଦାୟୀ ବର୍ଷ ୨୦୨୪ ସବୁଠୁ ଅଧିକ ଯୁଦ୍ଧ ଦେଖିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସାରା ବିଶ୍ୱର ବର୍ଷ ତମାମ ଘଟିଥିବା ଯୁଦ୍ଧ- ଗୃହଯୁଦ୍ଧକୁ ନେଇ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।
ଇସ୍ରାଏଲ- ହମାସ ଯୁଦ୍ଧ:
ଦଶନ୍ଧୀ ଧରି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ୨୦୨୩ ଅକ୍ଟୋବର ମାସରେ ଉଗ୍ର ରୂପ ନେଇଥିଲା । ପାଲେଷ୍ଟାଇନ ଅଧିକୃତ ‘ଗାଜା’ରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ଅତର୍କିତ ଆକ୍ରମଣ ଇସ୍ରାଏଲକୁ ଯୁଦ୍ଧ ଆହ୍ୱାନ ଦେବାକୁ ହୁଙ୍କାର ଦେଇଥିଲା । ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୨୦୨୪ରେ ବି ଜାରି ରହିଥିଲା । ୨୦୨୪ ବର୍ଷର ଦ୍ୱିତୀୟ ମାସରେ ଇସ୍ରାଏଲ ସେନା ଗାଜା ପଟ୍ଟିର ଜନବସତି ଅଞ୍ଚଳରେ ଆକ୍ରମଣ କରିଥିଲା । ଯେଉଁଥିରେ ଶତାଧିକ ନାଗରିକ ପ୍ରାଣ ହରାଇବା ସହ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା ପାଖାପାଖି ୪୫ ହଜାରରେ ପହଞ୍ଚିଛି । ।
ଇସ୍ରାଏଲ- ହମାସ ଯୁଦ୍ଧରେ ଇରାନର ଏଣ୍ଟ୍ରି:
ଇସ୍ରାଏଲ ହମାସ ଯୁଦ୍ଧରେ ପରୋକ୍ଷରେ ହମାସକୁ ସହାୟତା କରୁଥିବା ଇରାନ ୨୦୨୪ରେ ଇସ୍ରାଏଲରେ ସିଧାସଳଖ ଆକ୍ରମଣ କରିଥିଲା । ସିରିଆରେ ଇରାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପଛରେ ଇସ୍ରାଏଲକୁ ଦାୟୀ କରି ଏକାଥରକେ ୩୦୦ରୁ ଅଧିକ ମିଶାଇଲ ଓ ଡ୍ରୋନ ମାଡ କରିଥିଲା । ଏହାପରେ ପ୍ରତିଶୋଧ ନେଇ ଇରାନର ଇସଫାହାନ ଅଞ୍ଚଳରେ ଆକ୍ରମଣ କରିଥିଲା ଇସ୍ରାଏଲ । ଜୁଲାଇରେ ହମାସର ଟପ୍ ମିଲିଟାରୀ କମାଣ୍ଡର ମହମ୍ମଦ ଡୈଫକୁ ହତ୍ୟା କରିଥିବା ଦାବି କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ସେହିଭଳି ଜୁଲାଇ ଶେଷ ସପ୍ତାହରେ ତେହେରାନ ସ୍ଥିତ ବାସଭବନରେ ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟାକୁ ହତ୍ୟା କରାଯାଇଥିଲା । ଅକ୍ଟୋବରରେ ଏହାର ପ୍ରତିଶୋଧ ନେଇଥିଲା ଇରାନ । ଇସ୍ରାଏଲରେ ଏକାଥରକେ ୧୮୦ ବାଲିଷ୍ଟିକ ମିଶାଇଲ ଆଟାକ କରିଥିଲା ଇରାନ ।
ଇସ୍ରାଏଲ-ହିଜବୁଲ୍ଲାହ ବିବାଦ:
2006 ମସିହାରୁ ଇସ୍ରାଏଲ- ହିଜବୁଲ୍ଲାହ ମଧ୍ୟରେ ବିବାଦ ଲାଗି ରହିଛି । ବିଦାୟୀ ବର୍ଷରେ ବି ଇସ୍ରାଏଲ- ଲେବାବନ ସୀମାରେ ସଂଘର୍ଷ ଦେଖିବାକୁ ମିଳିଥିଲା । ହମାସ ସମର୍ଥନରେ ଇସ୍ରାଏଲ ସୀମାରେ ଆକ୍ରମଣ କରିଥିଲା ଲେବାନନ । ଲେବାବନରେ ଇସ୍ରାଏଲ ଘାତକ ଏୟାରଷ୍ଟ୍ରାଇକ କରିଥିଲା । ଯେଉଁଥିରେ ୫୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩୫ ଆହତ ହୋଇଥିଲେ । ଗତ ୧୮ ବର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର ଏହା ସବୁଠୁ ଘାତକ ଆକ୍ରମଣ କହିଲେ ଚଳେ । ସେପ୍ଟେମ୍ୱରରେ ବୈରୁଟରେ ହିଜବୁଲ୍ଲାହର ମୁଖ୍ୟ କାର୍ଯ୍ୟାଳୟରେ ଇସ୍ରାଏଲ ସେନା ବୋମାମାଡ କରିଥିଲେ । ଯେଉଁଥିରେ ହିଜବୁଲ୍ଲାହ ନେତା ହସାନ ନଶ୍ରଲ୍ଲାହ ସହ ଏକାଧିକ ଜୀବନ ଯାଇଥିଲା । ଏହାମଧ୍ୟରେ ନଭେମ୍ବରରେ ଅସ୍ତ୍ରବିରତି ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ।
ୟେମେନରେ 'ହୁତି'ର ଶକ୍ତି ପ୍ରଦର୍ଶନ:
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହୁତି ଗୋଷ୍ଠୀ ମଧ୍ୟ ନିଜ ଶକ୍ତି ଦେଖାଇବାରେ ପଛରେ ରହିନଥିଲା । ୟେମେନରୁ ଲୋହିତ ସାଗରରେ ଆସୁଥିବା ବାଣିଜ୍ୟିକ ଜଳ ଜାହାଜ ଗୁଡିକ ଉପରେ ବାରମ୍ବାର ଆକ୍ରମଣ କରିଥିଲା ହୁତି । ଯାହାର ପ୍ରଭାବ ବିଶ୍ୱର ଅର୍ଥନୀତି ଉପରେ ପଡିଥିଲା । ତେବେ ହୁତିକୁ ମଧ୍ୟ ଦୃଢ ହସ୍ତରେ ଦମନ କରିଛି ଇସ୍ରାଏଲ ।
ଋଷ-ୟୁକ୍ରେନ ଯୁଦ୍ଧ:
କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନରେ ବି ଯୁଦ୍ଧ କଳା ବାଦଲ ଘନେଇ ରହିଛି । 'ନାଟୋ' ପାଇଁ ଦୀର୍ଘ ବର୍ଷ ଧରି ୟୁକ୍ରେନ- ଋଷ ମଧ୍ୟରେ ତିକ୍ତତା ରହିଥିବା ବେଳେ ୨୦୨୨ରୁ ଏହା ଯୁଦ୍ଧର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୨ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇନଥିଲେ ମଧ୍ୟ ଯୁଦ୍ଧ ଏକପ୍ରକାର ଧିମା ପଡିଯାଇଥିବା କହିଲେ ଚଳେ । ନଭେମ୍ୱରରେ ଋଷିଆ ପ୍ରଥମ ଥର ପାଇଁ ୟୁକ୍ରେନର କିଭରେ ଉଚ୍ଚପଦସ୍ତ ଅଧିକାରୀ ଉପରେ ବାଲିଷ୍ଟିକ ମିଶାଇଲ ଆକ୍ରମଣ କରିଥିଲା । ଇନଷ୍ଟିଚ୍ୟୁଟ ଫର୍ ଦ ଷ୍ଟଡି ଅଫ ଓ୍ବାର ଡାଟା ଉପରେ ନଜର ପକାଇଲେ ଦେଖିବାକୁ ପାଇବା ଯେ ୨୦୨୩ ତୁଳନାରେ ୨୦୨୪ରେ ଋଷିଆ ୟୁକ୍ରେନରେ ୬ ଗୁଣା ଅଧିକ ଅଞ୍ଚଳ ଅଧିକୃତ କରିଛି ।
ଇରାନ-ପାକିସ୍ତାନ ମଧ୍ୟରେ ସୀମା ପାର ହମଲା: