ଓଡିଶା

odisha

ETV Bharat / international

US ନିର୍ବାଚନ ପରେ ଟ୍ରମ୍ପଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି, କରିବେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର - JOE BIDEN ON DONALD TRUMP

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମ୍ବୋଧନ । ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ସହ ଦେଲେ ପ୍ରତିଶ୍ରୁତି ।

Joe Biden
Joe Biden (AP)

By ETV Bharat Odisha Team

Published : Nov 8, 2024, 9:53 AM IST

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନର ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ହ୍ବାଇଟ ହାଉସରେ ଦେଶବାଶୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । '' ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବଦା ବିଜୟ ହୋଇଥାଏ । କିଛି ଲୋକଙ୍କ ପାଇଁ ଏହା ବିଜୟର ସମୟ ହୋଇଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ପରାଜୟର ସମୟ । ଉପରାଷ୍ଟ୍ରପତି କମଲା ହାରିସଙ୍କ ପ୍ରଚାର ଅଭିଯାନକୁ ପ୍ରଶଂସା କରିବା ସହ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ '' କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।

ଗଣତନ୍ତ୍ରରେ ଲୋକଙ୍କ ଇଚ୍ଛାର ସର୍ବଦା ବିଜୟ ହୁଏ:

ହ୍ବାଇଟ ହାଉସରେ ଜନସାଧାରଣଙ୍କୁ ସମ୍ବୋଧନ ସମୟରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି, "200 ବର୍ଷରୁ ଅଧିକ ସମୟ ଧରି ଆମେରିକା ବିଶ୍ୱ ଇତିହାସରେ ସ୍ୱୟଂ ଶାସନର ସବୁଠାରୁ ବଡ ପରୀକ୍ଷଣ କରିଛି । ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରି ନିଜ ନେତାଙ୍କୁ ବାଛିଥାଆନ୍ତି । ଗଣତନ୍ତ୍ରରେ ଲୋକଙ୍କ ଇଚ୍ଛାର ସର୍ବଦା ବିଜୟ ହୁଏ । ମୁଁ ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି । ମୁଁ ତାଙ୍କୁ ଆଶ୍ୱାସନା ଦେଇଥିଲି ଯେ ମୁଁ ମୋର ପୂରା ପ୍ରଶାସନକୁ ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଭାବରେ ତାଙ୍କ ଦଳ ସହିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବି । ''

DONALD TRUMP (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବ୍ୟବସାୟୀରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆ, ରିୟଲିଟି ଶୋ'ରେ ବି ହୋଷ୍ଟିଂ କରିଛନ୍ତି ଟ୍ରମ୍ପ

ପଢନ୍ତୁ...ବାଲୁକା କଳାରେ ଟ୍ରମ୍ପକୁ ଶୁଭେଚ୍ଛା, ଭାରତୀୟଙ୍କ ତରଫରୁ ଭଲପାଇବା ଜଣାଇଲେ ସୁଦର୍ଶନ

ଏହା ବି ପଢନ୍ତୁ...ଭାରତ ଜ୍ବାଇଁ ଆମେରିକା ଉପରାଷ୍ଟ୍ରପତି, ଚର୍ଚ୍ଚାରେ ଉଷା ଚିଲୁକୁରି

ଫଳାଫଳକୁ ଗ୍ରହଣ କରୁଛୁ:

ବାଇଡେନ ଆହୁରି କହିଛନ୍ତି ଯେ, '' ପରାଜୟ ପରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ କଥାବାର୍ତ୍ତା ହୋଇଛି । ସେ ହେଉଛନ୍ତି ଲୋକଙ୍କ ସେବକ । ନିର୍ବାଚନରେ ବିଜୟ ପାଇଁ ପୂରା ଚେଷ୍ଟା କରିଥିଲେ । ନିର୍ବାଚନୀ ସମୟରେ ତାଙ୍କ ପ୍ରଚାର ଅଭିଯାନ ପାଇଁ ଗର୍ବିତ ହେବା ଉଚିତ । ଦେଶରେ ହୋଇଥିବା ନିର୍ବାଚନ ଫଳାଫଳକୁ ଆମେ ଗ୍ରହଣ କରୁଛୁ । ''

JOE BIDEN (ETV BHARAT ODISHA)

ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବୁ:

ବାଇଡେନ କହିଛନ୍ତି, '' ଆମେରିକୀୟ ନିର୍ବାଚନ ପ୍ରଣାଳୀ ବିଶ୍ବସନୀୟ। ଏହା ନିରପେକ୍ଷ ଓ ସ୍ବଚ୍ଛ ଅଟେ । ତେଣୁ ନିର୍ବାଚନରେ ପରଜାୟ ହେଉ କି ବିଜୟ ତାହା ଗ୍ରହଣୀୟ । ଜାନୁଆରୀ 20ରେ ଶାନ୍ତିପୂର୍ଣ୍ଣ ଭାବରେ ଆମେ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର କରିବୁ । ଆମର ସମସ୍ତ କର୍ମଚାରୀ, ସମର୍ଥକ, କ୍ୟାବିନେଟ ସଦସ୍ୟ ଯେଉଁ ମାନେକି ମୋ ସହ ଗତ 4 ବର୍ଷ ହେବ ରହିଥିଲେ । ''

ABOUT THE AUTHOR

...view details