ଓଡିଶା

odisha

ETV Bharat / international

ୟେମେନରେ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ, 36ଟି ସ୍ଥାନରେ ୟୁଏସ ଓ ବ୍ରିଟେନର ମିଳିତ ଷ୍ଟ୍ରାଇକ୍ - ୟେମେନରେ ୟୁଏସ ଆକ୍ରମଣ

US Britain wage strikes in Yemen: ଶନିବାର ଦିନ ଇରାନ ସମର୍ଥିତ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରି ୟେମେନରେ ପାଖାପାଖି 36ଟି ସ୍ଥାନରେ ୟୁଏସ ଓ ବ୍ରିଟେନ ପକ୍ଷରୁ ମିଳିତ ଭାବେ ଆଟାକ କରାଯାଇଛି । ଜୋର୍ଡାନରେ ଆମେରିକା ବେସ୍ ଉପରେ ଆକ୍ରମଣର ଏହାର ଦ୍ୱିତୀୟ ଜବାବି କାର୍ଯ୍ୟାନୁଷ୍ଠାନ ଅଟେ । ଅଧିକ ପଢନ୍ତୁ

US Britain wage strikes in Yemen
ୟେମେନରେ ୟୁଏସ ଓ ବ୍ରିଟେନର ମିଳିତ ଷ୍ଟ୍ରାଇକ୍

By ETV Bharat Odisha Team

Published : Feb 4, 2024, 12:54 PM IST

ଓ୍ୱାଶିଂଟନ:ୟେମେନରେ ୟୁଏସ ଓ ବ୍ରିଟେନର ମିଳିତ ଆକ୍ରମଣ । ଶନିବାର ଦିନ ଇରାନ ସମର୍ଥିତ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରି ପାଖାପାଖି 36ଟି ସ୍ଥାନରେ ଆଟାକ କରାଯାଇଛି । ଏହି ଆକ୍ରମଣ ହାଉତିର ଓ୍ୱିପନ ଲଞ୍ଚର୍ସ, ରାଡାର ସାଇଟ୍, ଡ୍ରୋନକୁ ଟାର୍ଗେଟ କରି କରାଯାଇଛି । ଜୋର୍ଡାନରେ ଆମେରିକା ବେସ୍ ଉପରେ ହୋଇଥିବା ଆକ୍ରମଣର ଏହା ଜବାବି କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ଏହାପୂର୍ବରୁ ଶୁକ୍ରବାର ଦିନ ସିରିୟା ଓ ଇରାକରେ ପାଖାପାଖି 85ଟି ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଥିଲା ।

ଗତ ରବିବାର ଦିନ ଜୋର୍ଡାନରେ ଆମେରିକା ବେସ ଉପରେ ହୋଇଥିବା ଆକ୍ରମଣ ପଛରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ହାତ ଥିବା ନେଇ ଦାବି କରିଥିଲା ଆମେରିକା । ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା । ତେବେ ଶୁକ୍ରବାର ଦିନଠାରୁ ଏହି ଆକ୍ରମଣର ଜବାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା । ଶୁକ୍ରବାର ଦିନ ସିରିୟା ଓ ଇରାକରେ ଥିବା ଇରାନ ସେନା ଓ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ଆଡ୍ଡା ଗୁଡିକ ଖୋଜି ଖୋଜି ଆମେରିକା ଏୟାର ଷ୍ଟ୍ରାଇକ କରିଥିବା ବେଳେ ଶନିବାର ଦିନ ଆମେରିକା ଓ ବ୍ରିଟେନ ମିଳିତ ଭାବେ ୟେମେନରେ ଆକ୍ରମଣ କରିଛନ୍ତି ।

ଅନ୍ୟପଟେ ଏହି ଆକ୍ରମଣକୁ ନେଇ ହାଉତି ମୁଖପାତ୍ର ୟାହ୍ୟା ସାରିଆ ବୟାନ ଜାରି କରିଛନ୍ତି । ଏହାର ଜବାବ ଓ ପରିଣାମ ଦିଆନଯାଇ ଛଡାଯିବ ନାହିଁ ବୋଲି କହିଛନ୍ତି ହାଉତି ମୁଖପାତ୍ର ।

ଏହାମଧ୍ୟ ପଢନ୍ତୁ.. ଆମେରିକାର ଜବାବୀ କାର୍ଯ୍ୟାନୁଷ୍ଠାନ: ଇରାକ ଓ ସିରିୟାର 85 ସ୍ଥାନରେ ଏୟାର ଷ୍ଟ୍ରାଇକ୍, 18 ମୃତ

ଗତ ରବିବାର ଦିନ ଜୋର୍ଡାନରେ ଆମେରିକା ବେସ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ 3 ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ଓ 40 ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ହାତ ଥିବା ନେଇ ଦାବି କରିଥିଲା ଆମେରିକା ଓ ଏହାର କଡା ଜବାବ ଦିଆଯିବ ବୋଲି ମଧ୍ୟ ଚେତବନୀ ଦେଇଥିଲେ ରାଷ୍ଟ୍ରପତି ବାଇଡେନ । ତେବେ ବାଇଡେନ ସହିଦ ସୈନିକଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆୟୋଜିତ ସମାରୋହରେ ଯୋଗ ଦେବାର ତୁରନ୍ତ ପରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଆକ୍ରମଣ ପୂର୍ବରୁ ଚେତାବନୀ ଦେଇଥିଲା ଆମେରିକା ।

ହମାସ-ଇସ୍ରାଏଲ ଯୁଦ୍ଧ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଅସ୍ଥିରତା ଲାଗି ରହିଛି । ହମାସ ଆତଙ୍କୀ ସଂଗଠନକୁ ଇରାନ ସମର୍ଥନ କରୁଆସୁଥିବା ବେଳେ ଇସ୍ରାଏଲ ଆକ୍ରମଣକୁ ଆମେରିକା, ବ୍ରିଟେନ ଭଳି ଦେଶ ସମର୍ଥନ ଦେଇ ଆସୁଛନ୍ତି । ଯାହାକୁ ନେଇ ଅନେକ ଦେଶ ମଧ୍ୟରେ ପରୋକ୍ଷ ଭାବେ ବିବାଦ ବଢିଚାଲିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହାଉତି ବିଦ୍ରୋହୀ ସଂଗଠନ ୟେମେନରୁ ଲୋହିତ ସାଗର ଜଳପଥଗୁଡିକରେ ଆସୁଥିବା ବାଣିଜ୍ୟିକ ତଥା ସାମରିକ ଜାହାଜଗୁଡିକୁ ଆକ୍ରମଣ କରିଆସୁଛି । ଯାହାଦ୍ୱାରା ଆମେରିକା ଓ ବ୍ରିଟେନ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହାଉତିକୁ ରୋକିବା ପାଇଁ ବ୍ରିଟେନ ଓ ୟୁଏସ ପକ୍ଷରୁ ଅନେକ ଥର ମିଳିତ ଅପରେସନ ମଧ୍ୟ କରାଯାଇଛି । ୟେମେନରେ ଶନିବାର ଦିନ ହୋଇଥିବା ଆକ୍ରମଣ ୟୁଏସ ଓ ବ୍ରିଟେନର ତୃତୀୟ ମିଳିତ ଅପରେସନ ଅଟେ ।

ABOUT THE AUTHOR

...view details