ଲଣ୍ଡନ:ଆସନ୍ତାକାଲି(ଗୁରୁବାର) ୟୁନାଇଟେଡ୍ କିଙ୍ଗଡମରେ ହେବ ଗଣତନ୍ତ୍ରର ମହାପର୍ବ । ୪ ଜୁଲାଇରେ ମତ ସାବ୍ୟସ୍ତ କରିବେ ଭୋଟର । ବିଗତ ନିର୍ବାଚନ ବିଷୟରେ ତର୍ଜମା କଲେ ଦେଖାଯାଏ ଯେ, ଏହି ସମସ୍ତ ନିର୍ବାଚନ ଗୁରୁବାର ଦିନ ହିଁ ଅନୁଷ୍ଠିତ ହୋଇଥିବାର ନଜିର ରହିଛି । ୧୨ ଡିସେମ୍ବର ୨୦୧୯ରେ ହୋଇଥିବା ନିର୍ବାଚନ ମଧ୍ୟ ଗୁରୁବାର ଅନୁଷ୍ଠିତ ହୋଇଥିଲା ।
ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ ଯେ, ଗୁରୁବାର ଦିନ ମତଦାନ ହେବା ପଛର କାରଣ କ'ଣ ହୋଇପାରେ ? ସମ୍ବିଧାନରେ ସେପରି କିଛି ନିୟମ ରହିଛି, ନା ଅନ୍ୟ କୌଣସି କାରଣରୁ ଏହି ପ୍ରକ୍ରିୟା ଚାଲିଆସୁଛି ? କହିରଖୁଛୁ, ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବା ନେଇ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ଆଇନ ଅନୁସାରେ, ଯେକୌଣସି ସପ୍ତାହରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇପାରିବ । ଯଦିଓ ୧୯୩୫ ପରଠାରୁ ପ୍ରତ୍ୟେକ ସାଧାରଣ ନିର୍ବାଚନ କେବଳ ଗୁରୁବାର ହିଁ ଅନୁଷ୍ଠିତ ହୋଇଆସୁଥିବାର ନଜିର ରହିଛି । ଏନେଇ ବିଧିଗତ ବ୍ୟବସ୍ଥା ନଥିବା ଜଣାପଡ଼ିଛି ।
ଅପରପକ୍ଷେ, ପାର୍ଲିଆମେଣ୍ଟସ ଆକ୍ଟ ୨୦୧୧ (ଦ ଫିକ୍ସଡ ଟର୍ମ) ଅନୁସାରେ, ମେ ମାସ ପ୍ରଥମ ସପ୍ତାହର ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ଥିଲେ ସୁଦ୍ଧା ତାହା ରଦ୍ଦ କରାଯାଇଛି ।
'ଦ ଫିକ୍ସଡ ଟର୍ମ ପାର୍ଲିଆମେଣ୍ଟସ' ଆକ୍ଟ କ'ଣ ?
ଫିକ୍ସଡ୍ ଟର୍ମ ପାର୍ଲାମେଣ୍ଟସ୍ ଆକ୍ଟ 2011ରେ ପାରିତ ହୋଇଥିବାବେଳେ ଏବଂ 24 ମାର୍ଚ୍ଚ 2022ରେ ରଦ୍ଦ କରାଯାଇଥିଲା । ସାଧାରଣ ନିର୍ବାଚନ ମଧ୍ୟରେ ୫ ବର୍ଷର ଅବଧି ସ୍ଥିର ହୋଇଛି । ହେଲେ ପୂର୍ବରୁ ନିର୍ବାଚନ ହୋଇପାରେ କିମ୍ବା କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ରହିଛି ।
୨୦୧୭ ଏପ୍ରିଲ ୧୯ ତାରିଖ ବୁଧବାର ଦିନ ସାଂସଦମାନେ ବହୁମତ ଦେଇ ୨୦୧୭ ଜୁନ ୮ ତାରିଖ ଗୁରୁବାର ଦିନ ନିର୍ବାଚନ ପାଇଁ ସ୍ଥିର କରିଥିଲେ । ସେହିପରି ୩୧ ଅକ୍ଟୋବର ୨୦୧୯ରେ ଡିସେମ୍ବର ୧୨ ତାରିଖ ଗୁରୁବାର ଦିନ ନିର୍ବାଚନ ହେବା ନେଇ ଧାର୍ଯ୍ୟ ହୋଇଥିଲା ।
ସାଧାରଣ ନିର୍ବାଚନ ତାରିଖ କିଏ ଧାର୍ଯ୍ୟ କରନ୍ତି?