ଓଡିଶା

odisha

ETV Bharat / international

ପୁଣି ରଫାରେ ଇସ୍ରାଏଲର ଆକ୍ରମଣ, 35 ଅଧିକ ମୃତ ! - Israeli strikes in Rafah - ISRAELI STRIKES IN RAFAH

Israeli strikes in Rafah: ରଫାରେ ଇସ୍ରାଏଲର ଆକ୍ରମଣ 35 ଅଧିକ ମୃତ । ଶତାଧିକ ଆହତ । ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିବା ଗାଜାର ଅଭିଯୋଗ । ଆତଙ୍କବାଦୀ ଠିକଣା ବୋଲି ଇସ୍ରାଏଲ ସେନାର ଦାବି । ଅଧିକ ପଢନ୍ତୁ

ପୁଣି ରଫାରେ ଇସ୍ରାଏଲର ଆକ୍ରମଣ, 35 ଅଧିକ ମୃତ !
ପୁଣି ରଫାରେ ଇସ୍ରାଏଲର ଆକ୍ରମଣ, 35 ଅଧିକ ମୃତ ! (ETV Bharat Odisha)

By ETV Bharat Odisha Team

Published : May 27, 2024, 8:20 AM IST

ହାଇଦ୍ରାବାଦ:ପୁଣି ଥରେ ଗାଜାରେ ବଡଧରଣର ଆକ୍ରମଣ କରିଛି ଇସ୍ରାଏଲ ସେନା । ଗତକାଲି (ରବିବାର) ଇଜିପ୍ଟ-ସୀମାନ୍ତ ଦକ୍ଷିଣ ଗାଜାର ନିକଟବର୍ତ୍ତୀ ରଫା ବର୍ଡର ପୋଷ୍ଟରେ ଇସ୍ରାଏଲ ଦ୍ବାରା ହୋଇଥିବା ଆକ୍ରମଣରେ ଅତିକମରେ ପ୍ରାୟ 35 ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ଶତାଧିକ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକ ମହିଳା ଓ ଶିଶୁ ଥିବା ଅଭିଯୋଗ କରିଛି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତେବେ ଏହି ଆକ୍ରମଣ ଶରଣାର୍ଥୀ କ୍ୟାମ୍ପ ଏରିଆରେ ହୋଇଥିବା ଅଭିଯୋଗ ହୋଇଥିଲେ ସୁଦ୍ଧା ଇସ୍ରାଏଲ ଏହାକୁ ଖଣ୍ଡନ କରିବା ସହ ଆତଙ୍କବାଦୀ ଠିକଣା ବୋଲି ଦାବି କରିଛି ।

ଗାଜା କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ, ଯୁଦ୍ଧ ପ୍ରଭାବିତ ଲୋକଙ୍କ ପାଇଁ ସ୍ଥାପନ ହୋଇଥିବା ଶରଣାର୍ଥୀ କ୍ୟାମ୍ପରେ ଗତକାଲି ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ ସେନା । ଏଥିରେ ଏବେ ସୁଦ୍ଧା 35 ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ଯରେ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ରହିଛି । ରଫା ପୋଷ୍ଟ ଏରିଆରେ ମୃତାହତଙ୍କ ପାଇଁ ଆଉ କେଉଁ ହସ୍ପିଟାଲ ମଧ୍ୟ ନାହିଁ । ରେସ୍କୁ ଟିମ ମୃତାହତଙ୍କୁ କେଉଁ ସ୍ଥାନରେ ରଖିବା, ସେନେଇ ମଧ୍ୟ କୌଣସି ବ୍ୟବସ୍ଥା ନଥିବା ଗାଜା କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ତେବେ ଏହି ଅପରେସନ ସମ୍ପର୍କରେ ଇସ୍ରାଏଲ ସେନା ‘ଏକ୍ସ’ରେ ଟ୍ବିଟ କରି ସୂଚନା ଦେଇ କହିଛି, ଉକ୍ତ ସ୍ଥାନରେ ‘ହମାସ’ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ଏହି ଅପରେସନ କରାଯାଇଛି । ସମସ୍ତ ମାନବୀୟ ଦୃଷ୍ଟିକୋଣ ଓ ଅନ୍ତର୍ଜାତୀୟ ଆଇନକୁ ଦୃଷ୍ଟିରେ ରଖି ଅପରେସନ ଶେଷ ହୋଇଛି । ସାଧାରଣ ଲୋକେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଯେଉଁ ରିପୋର୍ଟ ଆସିଛି, ତାହାକୁ ତର୍ଜମା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ପାଲେଷ୍ଟାଇନ-ଦକ୍ଷିଣ ସୁଦାନ: ଅନ୍ତର୍ଜାତୀୟ ମାନ୍ୟତା ଏବଂ ଜାତିସଂଘର ସଦସ୍ୟତା ପାଇଁ ଲଢେଇ - Palestine South Sudan issue

ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି । ପ୍ରଥମେ ଉତ୍ତର ଗାଜା ପରେ ଏବେ ଦକ୍ଷିଣ ଗାଜା ଓ ପାଲେଷ୍ଟାଇନ ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ହମାସର ଶେଷ ଆତଙ୍କୀ ନିପାତ ନହେବା ଯାଏ, କୌଣସି ପରିସ୍ଥିତିରେ ସାମରିକ ଅପରେସନ ବନ୍ଦ ରଖାଯିବନି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିସାରିଛନ୍ତି । ଏହାରି ମଧ୍ୟରେ ଜାତିସଂଘ ମଧ୍ୟ ପାଲେଷ୍ଟାଇନକୁ ଏକ ସଦସ୍ୟ ରାଷ୍ଟ୍ର ମାନ୍ୟତା ଦେବାକୁ ସଂକଳ୍ପ ପରିତ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details