ଓଡିଶା

odisha

ETV Bharat / international

ମଲ୍‌ ଭିତରେ ଆତତାୟୀର ଆତଙ୍କ, ଗୁଳି ଓ ଛୁରାମାଡ଼ରେ ୪ ମୃତ - Sydney mall shooting - SYDNEY MALL SHOOTING

Sydney Mall Shooting: ମଲ୍‌ ଭିତରେ ଆତତାୟୀର ବର୍ବରକାଣ୍ଡ । ଯାହାକୁ ଦେଖିଲା ଗୁଳି ମାରିଲା ଓ ଛୁରୀ ଭୁସିଲା । ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ । ଅଧିକ ପଢନ୍ତୁ

ମଲ ଭିତରେ ଲୋକଙ୍କୁ ଗୁଳି ଓ ଛୁରାମାଡ; ୪ ମୃତ, ଏକାଧିକ ଆହତ
ମଲ ଭିତରେ ଲୋକଙ୍କୁ ଗୁଳି ଓ ଛୁରାମାଡ; ୪ ମୃତ, ଏକାଧିକ ଆହତ

By ETV Bharat Odisha Team

Published : Apr 13, 2024, 1:52 PM IST

Updated : Apr 13, 2024, 2:15 PM IST

କାନବେରା:ସପିଂ ମଲ୍‌ ଭିତରେ ଫୁଟିଲା ଗୁଳି । ମଲରେ ପଶି ଲୋକଙ୍କୁ ଗୁଳିମାଡ ସହ ଛୁରୀ ଭୁସିଲା ଆତତାୟୀ । ଶନିବାର ଅପରାହ୍ନରେ ଅଷ୍ଟ୍ରେଲିଆ ସିଡନୀ ସହରର ଏକ ବ୍ୟସ୍ତବହୁଳ ସପିଂ ମଲ୍‌ ଭିତରେ ଏପରି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ପରେ ଶତାଧିକ ଲୋକଙ୍କୁ ମଲ୍ ଭିତରୁ ବାହାରକୁ ସୁରକ୍ଷିତ ବାହାର କରାଯାଇଛି । ତେବେ ଆକ୍ରମଣକାରୀ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା, ସେ ସମ୍ପର୍କରେ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନି ।

ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅପରାହ୍ନରେ ସିଡନୀର ବଣ୍ଡି ଜଙ୍କସନ ନିକଟରେ ଥିବା ୱେଷ୍ଟଫିଲ୍ଡ ସପିଂ ମଲ ଭିତରେ ଜଣେ ବ୍ୟକ୍ତି ଛୁରୀ ଧରି ଲୋକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ପୋଲିସ ସମ୍ପୃକ୍ତ ଆକ୍ରମଣକାରୀକୁ ଗୁଳି କରିଛି । କିନ୍ତୁ ଏଥିରେ ତା'ର ମୃତ୍ୟୁ ହୋଇଛି କି ନାହିଁ କୌଣସି ସୂଚନା ହସ୍ତଗତ ହୋଇନି । ପୋଲିସ ସପିଂ ମଲ ଭିତରୁ ଶତାଧିକ ଲୋକଙ୍କୁ ବାହାର କରିଛି ।

ଏହା ମଧ୍ୟ ପଢନ୍ତୁ: ଚେକ୍ ରିପବ୍ଲିକର ଚାଲର୍ସ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, 15 ମୃତ


ଏହି ଆକ୍ରମଣ ପରେ ଘଟଣାସ୍ଥଳର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ମଲ୍ ଭିତରେ ଦୌଡାଦୋଡି କରୁଥିବା ବେଳେ ପୋଲିସ କାର୍ ଏବଂ ଏମର୍ଜେନ୍ସି ସର୍ଭିସ ସେଠାରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି । ଏଥିସହ ଚଟାଣରେ ରକ୍ତ ଛିଟା ପଡିଥିବା ବେଳେ ପାଖରେ କିଛି ଲୋକ ଆହତ ଅବସ୍ଥାରେ ପଡିଥିବାର ଦେଖାଯାଉଛି । ଛୁରାମାଡର ଶିକାର ହୋଇଥିବା ପୀଡିତଙ୍କ ଭିତରେ ଜଣେ ମାଆ ଓ ଛୁଆ ରହିଛନ୍ତି । ତେବେ ଏହି ଆକ୍ରମଣରେ ୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଉ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଏ ଯାଏଁ କିଛି ସ୍ପଷ୍ଟ ସୂଚନା ଆସିପାରିନି ।

ଏହା ମଧ୍ୟ ପଢନ୍ତୁ: ନାଇଜେରିଆରେ ହିଂସା: ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ, 50ରୁ ଊର୍ଦ୍ଧ୍ୱ ମୃତ

ଏହା ମଧ୍ୟ ପଢନ୍ତୁ: ଘାଟିରେ ପୁଣି ଟାର୍ଗେଟ କିଲିଂ, ଦୁଇ ଅଣସ୍ଥାନୀୟ ଯୁବକଙ୍କୁ ଆତଙ୍କୀଙ୍କ ଗୁଳିମାଡ

Last Updated : Apr 13, 2024, 2:15 PM IST

ABOUT THE AUTHOR

...view details