ଓଡିଶା

odisha

ETV Bharat / international

ଅବତରଣବେଳେ ଜଳିଗଲା ବିମାନ, ମୃତ୍ୟୁ ସଂଖ୍ୟା 100 ପାର୍ - PLANE CRASH

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । 120 ଯାତ୍ରୀଙ୍କ ମୃତ୍ୟୁ । ବିମାନରେ ଥିଲେ 181 ଜଣ ଯାତ୍ରୀ ।

Plane Crash
Plane Crash (AP)

By ETV Bharat Odisha Team

Published : Dec 29, 2024, 7:41 AM IST

Updated : Dec 29, 2024, 1:40 PM IST

ସିଓଲ:ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା । ଅବତରଣ ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲାଗିଥିଲା ନିଆଁ । ଦକ୍ଷିଣ କୋରିଆର ମୁଆନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡିଂବେଳେ ନିଆଁ ଲାଗିବାରୁ ଗଲାଣି 120 ଜଣ ଯାତ୍ରୀଙ୍କ ଜୀବନ । ବିମାନରେ 181 ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ବିମାନଟି ବ୍ୟାଙ୍ଗକକରୁ ଫେରୁଥିଲା । ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ଲେନ୍ କ୍ରାସ ଯୋଗୁ 120 ଜଣଙ୍କ ଜୀବନ ଯାଇଛି । 28 ଜଣଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଥିବାବେଳେ ତାହା 62କୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା 85ରେ ପହଞ୍ଚିଥିଲା । ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ମୁତାବକ, 120 ଜଣଙ୍କ ଜୀବନ ଗଲାଣି ।

ଲ୍ୟାଣ୍ଡିଂବେଳେ ଦୁର୍ଘଟଣା:

ଦକ୍ଷିଣ କୋରିଆ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜେଜୁ ଏୟାରର ଏହି ବିମାନଟି ଥାଇଲାଣ୍ଡର ବ୍ୟାଙ୍ଗକକରୁ ଉଡାଣ ହରିଥିଲା । ବିମାନ ବନ୍ଦରର ଜଣେ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସି ରଏଟର୍ସକୁ ସୂଚନା ଦେଇ କହିଛନ୍ତି, "ଲ୍ୟାଣ୍ଡିଂବେଳେ ଏହି ଦୁର୍ଘଟଣା ଘଟିଛି। " ସେପଟେ ୟୋନହାପ ରିପୋର୍ଟ ଅନୁସାରେ, ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ବିମାନରେ କୌଣସି ପକ୍ଷୀ ମାଡ଼ ହୋଇଯିବାରୁ ଏପରି ତ୍ରୁଟି ଦେଖାଯାଇଥିବା ସନ୍ଦେହ କରାଯାଉଛି ।

ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି:

120କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା । ନ୍ୟାସନାଲ ଫାୟାର ଏଜେନ୍ସିର ସୂଚନା ଅନୁସାରେ, ଏୟାରପୋର୍ଟରେ ଅବତରଣବେଳେ ଫ୍ରଣ୍ଟଲାଇନ ଗିୟର କାମ କରିବା ବନ୍ଦ କରିଦେଇଥିଲା। ଫଳରେ ବିମାନଟି କଂକ୍ରିଟରେ ମାଡ଼ ହୋଇଥିଲା । ତେଣୁ ବିମାନ ଜଳିଯାଇଥିବାବେଳେ 120 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ...ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସ, 38 ମୃତ

ସୂଚନା ଥାଉକି, ଗତ ଡିସେମ୍ବର 25ରେ ଅବତରଣ ପୂର୍ବରୁ କ୍ରାସ ହୋଇଗଲା ବିମାନ । କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିଲା । ଅକତାଉ ଏୟାରପୋର୍ଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ ହୋଇଯାଇଥିଲା । ଦୁର୍ଘଟଣାରେ 38 ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗତ 23ରେ ବ୍ରାଜିଲରେ ବିମାନ ଦୁର୍ଘଟଣା ହୋଇଥିଲା । ଦକ୍ଷିଣ ବ୍ରାଜିଲର ଗ୍ରାମାଡୋର ଏକ ବିଲ୍ଡିଂରେ ବିମାନଟି ପିଟି ହେବା ଫଳରେ 10 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଆହତ ମଧ୍ୟ ହୋଇଥିଲେ । ଏହିପରି ଭାବେ ଚଳିତ ମାସରେ ବିଭିନ୍ନ ସ୍ଥାନରୁ ବିମାନ ଦୁର୍ଘଟଣାର ଖବର ଆସୁଛି ।

ଏହା ବି ପଢନ୍ତୁ...ଘାଟିରେ ଓଲଟିଲା ବସ, ୩ ମୃତ

Last Updated : Dec 29, 2024, 1:40 PM IST

ABOUT THE AUTHOR

...view details