ଓଡିଶା

odisha

ETV Bharat / international

ମକ୍କାରେ ବଢୁଛି ମୃତ୍ୟୁସଂଖ୍ୟା, ଆଖି ବୁଜିଲେଣି 13ଶହରୁ ଅଧିକ ହଜ୍‌ ତୀର୍ଥଯାତ୍ରୀ - Saudi Arabia Hajj deaths

HAJJ PILGRIMS DEATH: ମକ୍କାରେ ପ୍ରାଣ ହରାଇଲେଣି 13ଶହରୁ ଅଧିକ ହଜ୍‌ ଯାତ୍ରୀ । ମୃତକଙ୍କ ମଧ୍ୟରେ 80 ପ୍ରତିଶତରୁ ଅଧିକ ଅଣଅଧିକୃତ ଯାତ୍ରୀ ଥିବା ସ୍ଥାନୀୟ ସରକାରଙ୍କ ସୂଚନା । ଅଧିକ ପଢନ୍ତୁ

ମକ୍କାରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଏପର୍ଯ୍ୟନ୍ତ ଆଖି ବୁଜିଲେଣି 13ଶହରୁ ଅଧିକ ହଜ ତୀର୍ଥଯାତ୍ରୀ
ମକ୍କାରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଏପର୍ଯ୍ୟନ୍ତ ଆଖି ବୁଜିଲେଣି 13ଶହରୁ ଅଧିକ ହଜ ତୀର୍ଥଯାତ୍ରୀ (ETV Bharat Odisha)

By ETV Bharat Odisha Team

Published : Jun 24, 2024, 9:42 AM IST

ହାଇଦ୍ରାବାଦ:ଇସଲାମ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ‘ହଜ’ ଯାତ୍ରା ଜାରି ରହିଥିବା ବେଳେ ଏଥିରେ ଏବେ ସୁଦ୍ଧା ପ୍ରାୟ 13ଶହରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି । ସାଉଦି ଆରବିଆରେ ଏଥର ମାତ୍ରାଧିକ ଗ୍ରୀଷ୍ମପ୍ରବାହରୁ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତିରେ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି ଓ ମୃତ୍ୟୁସଂଖ୍ୟା ବଢୁଥିବା ସ୍ଥାନୀୟ ସରକାର କହିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅଲ-ଜିଜିରା ଟିଭିରେ ପ୍ରସାରିତ ତଥ୍ୟ ଅନୁସାରେ, ଏବେ ସୁଦ୍ଧା 1301 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ଓ ପ୍ରାୟ 100 ଜଣ ଅସୁସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମୃତକଙ୍କ ମଧ୍ୟରେ ବିଭିନ୍ନ ଇସଲାମୀୟ ଦେଶରେ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ନାଗରିକ ଥିବା କୁହାଯାଉଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ଓ ସେମାନଙ୍କ ମୃତଦେହ ନିଜ ଦେଶକୁ ପଠାଇବା ନେଇ ସାଉଦି ଆରବିଆ ସରକାର ଚିନ୍ତା କରୁଛନ୍ତି ।

ତେବେ ସ୍ଥାନୀୟ ସରକାରୀ ସୂତ୍ର ଅନୁସାରେ, ଏହି ଯାତ୍ରାରେ ବହୁସଂଖ୍ୟାରେ ଅଣପଞ୍ଜୀକୃତ ବ୍ୟକ୍ତି ଅଂଶଗ୍ରହଣ କରିବା ପାଇଁ ମକ୍କା ପହଞ୍ଚୁଛନ୍ତି । ମକ୍କା ସହରରେ ମାତ୍ରାଧିକ ଭିଡ଼ ଓ ପ୍ରବଳ ଗୁଳୁଗୁଳି କାରଣରୁ ସେମାନେ ଗୁରୁତର ହୋଇପଡୁଛନ୍ତି । ସଠିକ ସମୟରେ ସମସ୍ତଙ୍କୁ ଚିକିତ୍ସା ସହାୟତା ମିଳିବା ସମ୍ଭବ ହେଉନଥିବାରୁ ଏପରି ଅଘଟଣ ଘଟିଛି । ଏବେ ସୁଦ୍ଧା ପ୍ରାଣ ହରାଇଥିବା ମୋଟ ମୃତକଙ୍କ ମଧ୍ୟରେ ପ୍ରାୟ 83 ପ୍ରତିଶତ ଅଣଅଧିକୃତ ବା ଅଣପଞ୍ଜୀକୃତ ହଜ୍‌ ଯାତ୍ରୀ । ପ୍ରତ୍ୟେକ 5ମୃତକଙ୍କ ମଧ୍ୟରେ 4ଜଣ ଏହି ବର୍ଗର ରହିଛନ୍ତି ।

ମକ୍କା ମସଜିଦ ସମ୍ପର୍କରେ...

ଇସଲାମ୍‌ ଧର୍ମର ସର୍ବୋଚ୍ଚ ପବିତ୍ର ଆରାଧାନାସ୍ଥଳୀ ହେଉଛି ସାଉଦି ଆରବିଆର ମକ୍କା ମସଜିଦ । ପ୍ରତିବର୍ଷ ଆୟୋଜିତ ‘ହଜ’ ଯାତ୍ରାରେ ବିଶ୍ବର ବିଭିନ୍ନ ଇସଲାମୀୟ ଦେଶରୁ ତୀର୍ଥଯାତ୍ରୀମାନେ ମକ୍କା ଯାତ୍ରା କରିଥାନ୍ତି । ଏହି ଯାତ୍ରା ପାଇଁ ସାଉଦି ଆରବିଆ ସରକାର ପ୍ରତିବର୍ଷ ବିଶେଷ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଥାନ୍ତି । ମକ୍କା ସହରରେ ଏହି ଯାତ୍ରା ବେଳେ ସର୍ବାଧିକ 1.8 ମିଲିୟନ୍ ଲୋକଙ୍କ ପ୍ରବେଶ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ପଞ୍ଜୀକୃତ ଯାତ୍ରୀମାନଙ୍କୁ ‘ହଜ’ ଲାଇସେନ୍ସ ବାବଦକୁ କିଛି ଅର୍ଥ ମଧ୍ୟ ଦେବାକୁ ପଡେ । ଏହି ଅଧିକୃତ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦି ଆରବିଆ ସରକାର ରହଣୀ, ଖାଦ୍ୟ ଓ ପାନୀୟ, ଯାତ୍ରା ପାଇଁ ଶୀତତାପ ନିୟନ୍ତ୍ରିତ ବସ୍‌ ଓ ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥାଏ । ମାତ୍ର ଏଥର ପ୍ରାୟ 83 ପ୍ରତିଶତ ଅଣଅଧିକୃତ ବା ଅଣପଞ୍ଜୀକୃତ ‘ହଜ’ ଯାତ୍ରୀ ମକ୍କା ସହରରେ ପହଞ୍ଚିଛନ୍ତି । ମାତ୍ରାଧିକ ଗୁଳିଗୁଳି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ସରକାର କହିଛି । ଏହା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଋଷରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, 15ପୋଲିସ କର୍ମୀ ମୃତ - Terrorist Attacks in Russia

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details