ଓଡିଶା

odisha

ETV Bharat / international

ସାତ ଦରିଆପାରିରେ ଶୁଭିଲା 'ଜୟ ଜଗନ୍ନାଥ', ଦିଶିଲା ମୋଦିଙ୍କ ଓଡ଼ିଶା ପ୍ରେମ - Jai Jagannath In Moscow

PM Narendra Modi's Jagannath And Odisha Love: ସୁଦୂର ଋଷରେ ପ୍ରକମ୍ପିତ ହୋଇଛି ଜୟ ଜଗନ୍ନାଥର ଧ୍ବନି । ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାନିତ କରିବା ସହ ଓଡିଆ ହସ୍ତଶିଳ୍ପରେ ବୁଣା ଉତ୍ତରୀୟ ପିନ୍ଧିଥିବାର ନଜର ଆସିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 9, 2024, 10:03 PM IST

PM Narendra Modi's Jagannath And Odisha Love
PM Narendra Modi's Jagannath And Odisha Love (ETV Bharat)

ହାଇଦ୍ରାବାଦ: ବିଦେଶ ମାଟିରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥର ଉଦ୍‌ଘୋଷ । ଋଷ ମାଟିରେ ମହକିଲା ଜଗନ୍ନାଥ ସଂସ୍କୃତି । ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ମସ୍କୋ ଠାରେ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କୋଟି କୋଟି ଓଡିଆଙ୍କ ହୃଦସ୍ପନ୍ଦନ ତଥା ଜଗତର ନାଥ ଜଗନ୍ନାଥଙ୍କ ନାଁକୁ ଅଭିବ୍ୟକ୍ତ କରିଛନ୍ତି । ନିଜର ଭାଷଣ ଆରମ୍ଭ କରିବା ପୂର୍ବରୁ ସେ ଜୟ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହା ସହ ଉପସ୍ଥିତ ଲୋକ ମାନେ ମଧ୍ୟ ଜୟ ଜଗନ୍ନାଥ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ' ଓଡିଶା ଏଥର ବହୁତ ବଡ଼ ବିପ୍ଳବ ଆଣିଛି । ମୁଁ ଆପଣମାନଙ୍କ ମଧ୍ୟରେ ଓଡିଆ ସ୍କ୍ରାପ୍‌ (ଉତ୍ତରୀୟ) ପିନ୍ଧି କରିଆସିଛି । ଏହି ନିର୍ବାଚନରେ ସମସ୍ତଙ୍କ ଧ୍ୟାନ କେବଳ ମୋଦି ଉପରେ ରହିଥିଲା, ଯାହା ଫଳରେ ଅନେକ ମହତ୍ବପୂର୍ଣ୍ଣ ଘଟଣା ଉପରେ ସମସ୍ତଙ୍କର ଧ୍ୟାନ ଯାଇନଥିଲା । ଏଥର ଲୋକସଭା ନିର୍ବାଚନ ସହ ୪ ଟି ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଓଡିଶାରେ ବିଧାନସଭା ନିର୍ବାଚନ ହୋଇଥିଲା । ଯେଉଁଠି ଏନଡିଏ ମେଣ୍ଟ କ୍ଲିନ ସ୍ବିପ ସହିତ ବହୁମତ ସହ ବିଜୟୀ ହୋଇଥିଲା । ଆଉ ବର୍ତ୍ତମାନ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି । ଆପଣ ସମସ୍ତଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଥାଉ । ଆପଣ ମାନେ ସୁସ୍ଥ ରୁହନ୍ତୁ , ସମୃଦ୍ଧ ରୁହନ୍ତୁ । ଏହି କାମନା ସହ ଆପଣ ମାନଙ୍କୁ ଧନ୍ୟବାଦ ଜଣାଉଛି ।'

ଏହା ମଧ୍ୟ ପଢନ୍ତୁ... ମହାପ୍ରଭୁଙ୍କୁ ମନେ ପକାଇଲେ ମୋଦି; କହିଲେ ଭାରତ ବିକାଶ ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଓଡ଼ିଶା - Modi On Odisha

ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଭାରତ ଜି -୨୦ ଭଳି ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ପାରୁଛି ଓ ଆଜି ଭାରତର ଶକ୍ତିକୁ ସାରା ବିଶ୍ବ ହୃଦୟଙ୍ଗମ କରି ପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଗନ୍ନାଥ ଭକ୍ତି ଓ ଓଡିଶା ପ୍ରେମ ପୂର୍ବରୁ କାଳକ୍ରମେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ପୂର୍ବରୁ ନିର୍ବାଚନ ପରେ ସଂସଦରେ ପ୍ରଧାନମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ମାଟି ଓଡିଶାରେ ଆମକୁ ଭରପୁର ଆଶୀର୍ବାଦ ମିଳିଛି ବୋଲି ଉଲ୍ଲେଖ କରିଥିଲେ । ସେହିପରି ଏନଡିଏ ମିଟିଂରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଗରିବଙ୍କ ଠାକୁର ବୋଲି କହି ସମ୍ବୋଧନ କରିବା ସହ ଓଡିଶା ଆଗାମୀ ବିକଶିତ ଭାରତର ବିକାଶର ଇଞ୍ଜିନ ମଧ୍ୟରୁ ଗୋଟିଏ ହେବ ବୋଲି ଆଶା ପ୍ରକଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details