ହାଇଦ୍ରାବାଦ: ଇତିହାସ ହେଲା ବର୍ଷ 2024 । ପ୍ରବେଶ କଲା ନୂଆବର୍ଷ 2025 । ଆତସବାଜି ଓ ଆଲୋକମାଳାରେ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ । ପ୍ରତିବର୍ଷ ପରି ଅକଲ୍ୟାଣ୍ଡ୍ ସହରବାସୀ ପ୍ରଥମେ ନୂଆବର୍ଷ ପାଳିଛନ୍ତି । ବିଦାୟ ନେଇଛି ବର୍ଷ ୨୦୨୪ । ଭାରତରେ ନବବର୍ଷ ୨୦୨୫ ଆସିବା ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ୍ ସହର ନୂତନ ବର୍ଷକୁ ସ୍ୱାଗତ କରିଛି । ଆତସବାଜି ଓ ଝିଲମିଲ ଆଲୋକମାଳାରେ ନୂତନବର୍ଷକୁ ସ୍ୱାଗତ କରିଛନ୍ତି ଅକଲ୍ୟାଣ୍ଡବାସୀ ।
- ଭାରତୀୟ ସମୟ ସାଢେ 8 ଘଣ୍ଟା ପୂର୍ବରୁ ପ୍ରବେଶ କଲା ନୂଆବର୍ଷ:-
ନ୍ୟୁଜିଲାଣ୍ଡ ପୂର୍ବରୁ କିରିବାଟି ଆଇସଲ୍ୟାଣ୍ଡ୍ ପ୍ରଥମେ ୨୦୨୫ କୁ ସ୍ୱାଗତ କରିଛି । ଭାରତୀୟ ସମୟଠାରୁ ପ୍ରାୟ ୮ ଘଣ୍ଟା ୩୦ ମିନିଟ ପୂର୍ବରୁ କିରିବାଟୀ ଦେଶ ନୂତନ ବର୍ଷ ପାଳନ କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଭାରତୀୟ ସମୟ ହିସାବରେ ୭ ଘଣ୍ଟା ୩୦ ମିନିଟ ଆଗୁଆ । ନୂତନ ବର୍ଷର ଆଗମନରେ ଅକଲାଣ୍ଡ ସହରର ସ୍କାଏ ଟାୱାରର ଦୃଶ୍ୟ ଖୁବ ସୁନ୍ଦର ଓ ରୋମାଞ୍ଚକର ହୋଇଛି । ବେଶ ଉତ୍ସାହର ସହ ନୂଆବର୍ଷ ପାଳନ କରିଛନ୍ତି ନ୍ୟୁଜିଲାଣ୍ଡବାସୀ ।
- ଭାରତୀୟ ସମୟରେ କେଉଁଠି କେତେବେଳେ ପାଳନ ହୁଏ ନବବର୍ଷ:-
ଅପରାହ୍ନ 3.30: କିରିବାତି ଦ୍ବୀପ
4.30 ନ୍ୟୁଜିଲ୍ୟାଣ୍ଡ
5.30 : ଫିଜି (ଋଷ)
6.30 : ଅଷ୍ଟ୍ରେଲିଆ
ରାତି 8.30 : ଜାପାନ ଓ ଦକ୍ଷିଣ କୋରିଆ
ରାତି 9.30: ଚୀନ୍, ମାଲେସିଆ, ସିଙ୍ଗାପୁର, ହକଂ, ଫିଲିପାଇନ୍ସ
ମଧ୍ୟରାତ୍ରି 12: ଭାରତ, ଶ୍ରୀଲଙ୍କା
ରାତି 1.30: ଆରବ ଏମିରେଟ୍ସ , ଓମାନ, ଆଜରବାଇଜାନ