ହାଇଦ୍ରାବାଦ:କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ସଂଧ୍ୟାରେ (ଭାରତୀୟ ସମୟ) ଟ୍ରୁଡୋ ଦେଶକୁ ସମ୍ବୋଧିତ କରି ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ଗତ କିଛି ଦିନ ତାଙ୍କୁ ନେଇ ଶାସକ ଦଳ ‘ଲିବେରାଲ ପାର୍ଟି’ରେ ଅସନ୍ତୋଷ ଜାରି ରହିଥିଲା । କିଛି ମନ୍ତ୍ରୀଙ୍କ ଇସ୍ତଫା ଓ ସହଯୋଗୀଙ୍କ ସମର୍ଥନ ପ୍ରତ୍ୟାହାର କାରଣରୁ ତାଙ୍କ ସରକାର ଅଳ୍ପମତକୁ ମଧ୍ୟ ଚାଲିଯାଇଥିଲା । ନିର୍ବାଚନ ପୂର୍ବରୁ କୌଣସି ପରିସ୍ଥିତିରେ ସେ ଇସ୍ତଫା ଦେଇପାରନ୍ତି ଚର୍ଚ୍ଚା ହେଉଥିବା ବେଳେ ଆଜି ସେ ପଦ ଛାଡିଛନ୍ତି ।
- ନିର୍ବାଚନ ପାଇଁ ମୁଁ ଭଲ ବିକଳ୍ପ ନୁହେଁ: ଟ୍ରୁଡୋ
ଇସ୍ତଫା ସମ୍ପର୍କିତ ସମ୍ବୋଧନରେ ଟ୍ରୁଡୋକହିଛନ୍ତି, "ମୁଁ ଲିବେରାଲ୍ ପାର୍ଟିର ନେତା ତଥା ପ୍ରଧାନମନ୍ତ୍ରୀ ଭାବରେ ମୋର ଇସ୍ତଫା ଘୋଷଣା କରିଛି । ମୁଁ ଅନୁଭବ କରୁଛି, 2025 ନିର୍ବାଚନ ପାଇଁ ମୁଁ ଲିବେରାଲ୍ ପାର୍ଟି ପାଇଁ ଜଣେ ପ୍ରାର୍ଥୀ ଭାବେ ଭଲ ବିକଳ୍ପ ନୁହେଁ ।" କାନାଡାର କିଛି ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଟ୍ରୁଡୋ ତାଙ୍କ ଉତ୍ତରାଧିକାରୀ ଚୟନ ନହେବା ପର୍ଯ୍ୟନ୍ତ କାମଚଳା ତଥା ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦରେ ରହି କାର୍ଯ୍ୟ କରିବେ । ଟ୍ରୁଡୋଙ୍କ ଇସ୍ତଫା କାରଣକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ଘୋଷଣା ହୋଇପାରେ । ଟ୍ରୁଡୋ ତାଙ୍କ ପାର୍ଟିରୁ ନିର୍ବାଚନ ଲଢିବେ କି ନାହିଁ, ତାହା ସେ କିମ୍ବା ଲିବେରାଲ ପାର୍ଟିର ଅନ୍ୟ ନେତା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।
ଏହା ମଧ୍ୟ ପଢନ୍ତୁ:- |