ଜେରୁସେଲମ: ୧୫ମାସର ଯୁଦ୍ଧରେ ବିରାମ ଲାଗିବାକୁ ଯାଉଛି । ଶାନ୍ତ ପଡିବାକୁ ଯାଉଛି ଗାଜା । ଘରକୁ ଫେରିବେ ପାଲେଷ୍ଟିନୀୟ । ୟୁଏସ ଓ କତାର ମଧ୍ୟସ୍ଥତାରେ ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଶନିବାର ଦିନ ଅନୁମୋଦନ ଦେଇଛି ଇସ୍ରାଏଲ କ୍ୟାବିନେଟ୍ ।
ଇସ୍ରାଏଲ- ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି:
ଏହି ଚୁକ୍ତି ଅନୁଯାୟୀ, ଆସନ୍ତାକାଲି (ରବିବାର)ଠୁ ଅସ୍ତ୍ରବିରତି ଚୁକ୍ତି ପାଳନ କରାଯିବ । ୪୨ ଦିନ ଧରି ଏହି ଅସ୍ତ୍ରବିରତି ଜାରି ରହିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ଥାତ୍ ଆସନ୍ତାକାଲି (ରବିବାର) ହମାସ ଅକ୍ଟୋବର ୭ ତାରିଖରୁ ବନ୍ଧକ ରଖିଥିବା ୩୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ । ଯେଉଁଥିରେ ମହିଳା, ଶିଶୁ, ୫୦ ବର୍ଷରୁ ଅଧିକ ପୁରୁଷ ଏବଂ ଆହତ ବ୍ୟକ୍ତି ମଧ୍ୟ ଅଛନ୍ତି । ତେବେ ୩୩ ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ଜୀବିତ ରହିଥିବା ଇସ୍ରାଏଲ ଆଶା କରୁଛି । ଏହାର ପ୍ରତିବଦଳରେ ରବିବାର ଅପରାହ୍ନ ୪ଟା ପରେ ୯୫ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ । ଇସ୍ରାଏଲ ବିଚାର ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ୯୫ ଜଣିଆ ଲିଷ୍ଟ ଜାରି କରାଯାଇଛି । ଏହି ତାଲିକାରେ ମହିଳା ଓ କମ୍ ବର୍ଷିୟଙ୍କ ନାଁ ରହିଛି ।
ପଣବନ୍ଦୀ ଅଦଳବଦଳ:
ଗାଜାରୁ ଫେରୁଥିବା ବନ୍ଧକମାନଙ୍କୁ ଘରକୁ ଫେରାଇ ଆଣିବାକୁ ପ୍ରସ୍ତୁତ ରହିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଚୁକ୍ତିନାମାର ପ୍ରଥମ ଦିନରେ ହମାସ ୩ ଜଣ ମହିଳା ବନ୍ଧକ, ୭ ଦିନରେ ୪ଜଣ ଏବଂ ପରବର୍ତ୍ତୀ ୨୬ ସପ୍ତାହ ମଧ୍ୟରେ ଅବଶିଷ୍ଟ ୨୬ ଜଣଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି ।
ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ:
କେବଳ ପଣବନ୍ଦୀ ହସ୍ତାନ୍ତର ନୁହେଁ, ଗାଜାର ଅଧିକାଂଶ ଅଞ୍ଚଳରୁ ନିଜ ସେନା ମଧ୍ୟ ପ୍ରତ୍ୟାହାର କରିବ ଇସ୍ରାଏଲ । ଏହାଦ୍ୱାରା ହଜାର ହଜାର ପାଲେଷ୍ଟାଇନ ନାଗରିକ ସେମାନଙ୍କ ଘରକୁ ଫେରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।
ଇସ୍ରାଏଲର ସୈନ୍ୟବାହିନୀର ସୂଚନା ଅନୁଯାୟୀ, ଗାଜାର କିଛି ନିର୍ଦ୍ଦିଷ୍ଟ ସ୍ଥାନ ଓ ମାର୍ଗରୁ ଧୀରେ ଧୀରେ ସେନା ପ୍ରତ୍ୟାହାର କରାଯାଉଥିବାରୁ ସେହି ସ୍ଥାନକୁ ଫେରିବାକୁ ପାଲେଷ୍ଟାଇନ ବାସିନ୍ଦାକୁ ଅନୁମତି ଦିଆଯିବ ନାହିଁ । ଯେଉଁ ଅଞ୍ଚଳରେ ସେନା ଉପସ୍ଥିତ ଅଛନ୍ତି, ଇସ୍ରାଏଲ- ଗାଜା ସୀମା ନିକଟରେ ଏବଂ ଇସ୍ରାଏଲ ସେନା ପ୍ରତି କୌଣସି ବିପଦ ଦେଖାଗଲେ ଆକ୍ରମଣ କରାଯିବ ।
କତାର ଓ ୟୁଏସ ମଧ୍ୟସ୍ଥତାରେ ଚୁକ୍ତି: