ହାଇଦ୍ରାବାଦ: ଆଶା ଆଶଙ୍କା ସତ ହୋଇଥିଲା । ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ଆକ୍ରମଣରେ ପରିଣତ ହୋଇଛି । ପ୍ରଥମ ଥର କରି ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଇରାନର ପ୍ରାୟ 1 ହଜାର ମାଇଲ ଦୂରରୁ ଇସ୍ରାଏଲକୁ ଟାର୍ଗେଟ କରି ମିଶାଇଲ ମାଡ କରିଥିଲା ଇରାନ । ଘନଘନ ମିଶାଇଲ ମାଡକୁ ଅନେକ ଦେଶ ନିନ୍ଦା କରିଛନ୍ତି । ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ସେ ସ୍ପଷ୍ଟ କରି କହିଛନ୍ତି, ଇରାନ ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ । ଅର୍ଥାତ ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବନାହିଁ ।
ଇସ୍ରାଏଲକୁ ଆମେରିକାର ସମର୍ଥନ: ଶନିବାର ଦିନ ଇରାନ ଇସ୍ରାଏଲ ଉପରେ ଘନଘନ ମିଶାଇଲ ମାଡ କରିଥିଲା । ଏହାପରେ ଇସ୍ରାଏଲ ପ୍ରଧାମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ତେବେ ଏଥିରେ ବାଇଡେନ ପରାମର୍ଶ ଦେଇଥିଲେ ଯେ, ଇସ୍ରାଏଲର ଅଧିକ ପ୍ରତିକ୍ରିୟା ଅନାବଶ୍ୟକ । ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଫୋନ କଲ୍ରେ ବାଇଡେନ କହିଛନ୍ତି, ଶନିବାରକୁ ଏକ ବିଜୟ ବୋଲି ବିବେଚନା କରିବା ଉଚିତ । କାରଣ ଇରାନର ଏୟାର ଷ୍ଟ୍ରାଇକ ଅନେକାଂଶରେ ବିଫଳ ହୋଇଛି । କାରଣ ଇସ୍ରାଏଲର ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଆମେରିକା ଆକଳନ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଇସ୍ରାଏଲର ନିକଟତମ ସହଯୋଗୀଙ୍କୁ କଡ଼ା ଚେତାବନୀ ଦେଇ ଏହି ବିବାଦରୁ ଦୂରେ ରହିବା ପାଇଁ ଚେତାବନୀ ଦେଇଛି । ଯଦି ଆଉ ଗୋଟିଏ ଭୁଲ କରେ ତାହାଲେ ଇସ୍ରାଇଲର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି ।
ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ - IRAN ATTACKED ISRAEL
ବଦଳିଲା ବାଇଡେନଙ୍କ ସ୍ବର: ଇସ୍ରାଏଲ ଉପରେ ଆକ୍ରମଣ ପରେ ଆମରେକା ଇସ୍ରାଇଲ ସପକ୍ଷରେ ଛିଡା ହୋଇଥିଲା । କିନ୍ତୁ ଜି7 ବୈଠକ ପରେ ଆମେରିକା ନିଜ ସ୍ବର ପରିବର୍ତ୍ତନ କରିଛି । ଇରାନ ଉପରେ ଇସ୍ରାଏଲ ପ୍ରତି ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏନେଇ ପୁନଃ ଚିନ୍ତା କରିବାକୁ ବାଇଡେନ ପରାମର୍ଶ ଦେଇଛନ୍ତି ।