ଓଡିଶା

odisha

ETV Bharat / international

ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ, ତେହେରାନ ଉପରେ ବଡ ଆକ୍ରମଣ

ଇରାନ ଆକ୍ରମଣର ଜବାବ ଦେଲା ଇସ୍ରାଏଲ । ଗତକାଲି ରାତିରେ ରାଜଧାନୀ ତେହେରାନରେ ଆକ୍ରମଣ ।

ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ, ତେହେରାନ ଉପରେ ବଡ ଆକ୍ରମଣ
ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ, ତେହେରାନ ଉପରେ ବଡ ଆକ୍ରମଣ (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 3 hours ago

ହାଇଦ୍ରାବାଦ:ପୁଣି ମଧ୍ୟପ୍ରାଚ୍ୟରେ ବଡ ଆକ୍ରମଣ । ଇରାନ ଆକ୍ରମଣର ପ୍ରାୟ ମାସେ ପରେ ପ୍ରତିଜବାବ ଦେଲା ଇସ୍ରାଏଲ । ଗତକାଲି (ଶୁକ୍ରବାର) ମଧ୍ୟରାତ୍ରି ଓ ଆଜି ଭୋର ମଧ୍ୟରେ ଇରାନ ରାଜଧାନୀ ତେହେରାନରେ ଇସ୍ରାଏଲ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏଥିରେ ଏକାଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି ବିଲ୍ଡିଂରେ ଅଗ୍ନିକାଣ୍ଡ ମଧ୍ୟ ଘଟିଛି, ମାତ୍ର କ୍ଷୟକ୍ଷତି କିମ୍ବା ମୃତାହତ ନେଇ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନି ।

ଇସ୍ରାଏଲ ସେନା ‘ଆଇଡିଏଫ’ ନିଜେ ଏହି ଆକ୍ରମଣକୁ ସ୍ବୀକାର କରିବା ସହ ଏଥିରେ କେବଳ ଇରାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଛି ବୋଲି କହିଛି । ଏନେଇ ଇସ୍ରାଏଲ ସେନାର ମୁଖପାତ୍ର ଏକ ଭିଡିଓ ଜାରି କରି ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଇରାନ ଚଳିତମାସ (ଅକ୍ଟୋବର) ପହିଲାରେ ଇସ୍ରାଏଲ ଉପରେ କରିଥିବା ଆକ୍ରମଣର ଏହା ଜବାବ ବୋଲି ‘ଆଇଡିଏଫ’ କହିଛି ।

  • ଅକ୍ଟୋବର ପହିଲାରେ ଆକ୍ରମଣ କରିଥିଲା ଇରାନ:-

ଗାଜା ଆକ୍ରମଣ ସମୟରୁ ଇସ୍ରାଏଲ-ଇରାନ ମଧ୍ୟରେ ତିକ୍ତତା ରହିଛି । ଗତମାସରେ ଇରାନ ସମର୍ଥିତ ଲେବନନର ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ମୁଖ୍ୟ ହାସନ ନସରଲ୍ଲାକୁ ବେରୁତରେ ଇସ୍ରାଏଲ ଫୋର୍ସ ଏୟାର ଷ୍ଟ୍ରାଇକ କରି ହତ୍ୟା କରିବା ପରେ ଏହି ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ଇରାନ ଇସ୍ରାଏଲ ଉପରେ ଚଳିତମାସ ପହିଲାରେ ପ୍ରାୟ ୨ଶହ ରକେଟ ମାଡ କରିଥିଲା । ଏଥିରେ ଉତ୍ତର-ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାକୁ ସିଧାସଳଖ ଇରାନ ସ୍ବୀକାର ମଧ୍ୟ କରିଥିଲା । ଇରାନ ସର୍ବୋଚ୍ଚ ନେତା ଅହେତୁଲ୍ଲା ଖାମନେଇ ସାର୍ବଜନୀନ ନମାଜରେ ସାମିଲ ହୋଇ ଦେଶକୁ ସମ୍ବୋଧିତ କରିଥିଲେ । ଇସ୍ରାଏଲ ବିରୋଧରେ ଏହି ଆକ୍ରମଣକୁ ସେ ଆଇନସମ୍ମତ ବୋଲି କହିଥିଲେ । ଏହା ପରେ ଇସ୍ରାଏଲ ମଧ୍ୟ କଡା ଚେତବାନୀ ଦେଇଥିଲା । ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ଚରମ ଚେତାବନୀ ମଧ୍ୟ ଦେଇଥିଲା । କିଛି ଦିନ ଶାନ୍ତ ରହିଥିବା ଇସ୍ରାଏଲ ଆକ୍ରମଣର ପ୍ରାୟ ଏକମାସ ପରେ ପ୍ରତିଆକ୍ରମଣ କରିଛି ।

ଏହା ମଧ୍ୟ ପଢନ୍ତୁ :- LACର ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଏହା ମଧ୍ୟ ପଢନ୍ତୁ:- ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଏହା ମଧ୍ୟ ପଢନ୍ତୁ:- ବେରୁଟରେ ୮ ମହଲା କୋଠା ଉପରେ ଇସ୍ରାଏଲର ରକେଟ ମାଡ଼, ୨୨ ମୃତ

ମଧ୍ୟପ୍ରାଚ୍ୟରେ ଇରାନ ସମର୍ଥନରେ ଏକାଧିକ ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ବିରୋଧରେ ଅଭିଯାନ ଜାରି ରଖିଛନ୍ତି । ଇସ୍ରାଏଲର ଉତ୍ତର ସୀମାକୁ ଲାଗିଥିବା ଲେବନନରୁ ସଂଞ୍ଚାଳିତ ହେଉଥିବା ‘ହିଜବୁଲ୍ଲା’ ଓ ୟେମନରୁ ସଞ୍ଚାଳିତ ହେଉଥିବା ‘ହୁତି’ ସଂଗଠନ ଏମାନଙ୍କ ମଧ୍ୟରେ ପ୍ରମୁଖ । ଏବେ ହିଜବୁଲ୍ଲା ପ୍ରାୟତଃ ନିଶ୍ଚିହ୍ନ ହୋଇସାରିଲାଣି । ମାତ୍ର ନିଜ ସମର୍ଥିତ ଗୋଷ୍ଠୀଙ୍କ ବିରୋଧରେ ଆକ୍ରମଣ ପରେ ଇରାନ ସିଧାସଳଖ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 3 hours ago

ABOUT THE AUTHOR

...view details