ଓଡିଶା

odisha

ETV Bharat / international

ବ୍ରିଟେନ ପାର୍ଲାମେଣ୍ଟରେ ରୋଚକ ଦୃଶ୍ୟ; ଗୀତା ଛୁଇଁ ଶପଥ ନେଲେ ନବନିର୍ବାଚିତ ସାଂସଦ - UK MP Shivani Raja

UK MP Takes Oath On Bhagavad Gita: ବ୍ରିଟେନରେ ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର । ସଂସଦରେ ଗୀତା ଛୁଇଁ ସାଂସଦ ଭାବେ ଶପଥ ନେଲେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 11, 2024, 11:10 AM IST

Shivani Raja Takes Oath On Bhagavad Gita
Shivani Raja Takes Oath On Bhagavad Gita (@ShivaniRaja_LE)

ନୂଆଦିଲ୍ଲୀ: ବ୍ରିଟେନ ସଂସଦରେ ରୋଚକ ଦୃଶ୍ୟ । ଶପଥ ଗ୍ରହଣ ସମାରୋହରେ ଗୀତା ଛୁଇଁ ସାଂସଦ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର । 29 ବର୍ଷିୟ ଶିବାନୀ ହେଉଛନ୍ତି ଜଣେ ବିଜନେସ ଲେଡି । ସେ ଗୁଜୁରାଟର ମୂଳ ବାସିନ୍ଦା । ବ୍ରିଟେନ ସାଧାରଣ ନିର୍ବାଚନରେ ସେ କଞ୍ଜରଭେଟିଭ୍‌ ପାର୍ଟିରୁ ଲିସେଷ୍ଟର ଇଷ୍ଟ ଆସନରୁ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଥିବା ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ରାଜେଶ ଅଗ୍ରଓ୍ବାଲଙ୍କୁ ସେ ପରାସ୍ତ କରିଥିଲେ ।

'ଗୀତା ଛୁଇଁ ଶପଥ ନେଇଥିବାରୁ ମୁଁ ଗର୍ବିତ': ଶପଥ ଗ୍ରହଣ ପରେ ଶିବାନୀ ଟ୍ବିଟ କରି ଲେଖିଛନ୍ତି, ''ଲିସେଷ୍ଟର ଇଷ୍ଟର ସାଂସଦ ଭାବେ ଶପଥ ଗ୍ରହଣ କରିବା ମୋ ପାଇଁ ଏକ ଗର୍ବର ବିଷୟ । ମୁଁ ଗୀତା ଛୁଇଁ ଶପଥ ନେଇଥିବାରୁ ଧନ୍ୟମନେ କରୁଛି ।'' ଶିବାନୀ ସଂସଦରେ ଗୀତା ଧରି ଏମ୍‌ପି ଭାବେ ଶପଥ ନେବା ପରେ ଚର୍ଚ୍ଚାକୁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବ୍ରିଟେନରେ ଚମକିଲେ ଭାରତୀୟ ବଂଶୋଦ୍ଭବ, ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ 26 ସାଂସଦ - UK election results 2024

37 ବର୍ଷ ପରେ ଲିସେଷ୍ଟର ଇଷ୍ଟରେ ପରିବର୍ତ୍ତନ:ଲିସେଷ୍ଟର ଇଷ୍ଟ ଆସନ 37 ବର୍ଷ ଧରି ଲେବର ପାର୍ଟି ଅଧିନରେ ରହିଥିଲା । ଚଳିତ ନିର୍ବାଚନରେ ଲେବର ପାର୍ଟି ରାଜେଶ ଅଗ୍ରଓ୍ବାଲଙ୍କ ବିପକ୍ଷରେ ଲଢିଥିଲେ କଞ୍ଜରଭେଟିଭ୍‌ ପାର୍ଟିର ଶିବାନୀ । ମାତ୍ର 14,526 ଭୋଟରେ ରାଜେଶଙ୍କୁ ପରାସ୍ତ କରି ଏହି ଆସନରେ ବିଜୟୀ ହୋଇଥିଲେ ଭାରତୀୟ ବଂଶୋଦ୍ଭବ ଶିବାନୀ । ଦୀର୍ଘ 37 ବର୍ଷ ପରେ ଲିସେଷ୍ଟର ଇଷ୍ଟବାସୀ ନୂଆ ସାଂସଦ ପାଇଛନ୍ତି । ଶିବାନୀଙ୍କ ବ୍ୟତୀତ ଅନ୍ୟ 26 ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଶିବାନୀଙ୍କ ବିଜୟ ଲିସେଷ୍ଟର ସିଟିର ଇତିହାସ ସହିତ ଜଡିତ ଅଛି, ଯେଉଁଠାରେ 2022 ମସିହାରେ ଭାରତ-ପାକିସ୍ତାନ ଟି-20 ଏସିଆ କପ୍ ମ୍ୟାଚ୍ ପରେ ଭାରତୀୟ ହିନ୍ଦୁ ସମ୍ପ୍ରଦାୟ ଏବଂ ମୁସଲମାନମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ବ୍ରିଟେନ ସଂସଦରେ 263 ମହିଳା ସାଂସଦ:ବ୍ରିଟେନ ସଂସଦରେ ଶିବାନୀଙ୍କୁ ମିଶାଇ ମୋଟ 263 ମହିଳା ସାଂସଦ ରହିଛନ୍ତି । ସେହିପରି ବିଜୟୀ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ 6 ଜଣ କଞ୍ଜରଭେଟିଭ୍‌ ପାର୍ଟିର ରହିଥିବାବେଳେ 19 ଜଣ ଲେବର ପାର୍ଟି ଓ ଜଣେ ମାତ୍ର ଲିବରାଲ ଡେମୋକ୍ରାଟ୍ସ ଦଳର ରହିଛନ୍ତି । ଚଳିତ ଥର 107 ଜଣ ଭାରତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ଗତ ନିର୍ବାଚନରେ 15 ଜଣ ଭାରତୀୟ ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସର୍ବାଧିକ ସଂଖ୍ୟକ ନିର୍ବାଚିତ ହୋଇଛନ୍ତି ।

ABOUT THE AUTHOR

...view details