ଓଡିଶା

odisha

ETV Bharat / international

ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ, 13 ବର୍ଷ ଧରି ସ୍ବାମୀ ଖୋଜୁଛନ୍ତି ପତ୍ନୀଙ୍କ ମରଶରୀର, ଛଡାଇନେଇଥିଲା ସୁନାମୀ - man dived 600 times to sea

Japanese Man Who Lost His Wife In 2011 Tsunami Still Searches For Her: ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ । ଗଭୀର ଜଳରେ ମୃତହେହ ଖୋଜା । 13 ବର୍ଷ ଧରି ପତ୍ନୀଙ୍କ ମରଶରୀର ଖୋଜୁଥିବା ଜାପାନର ବ୍ୟକ୍ତି ଜଣକ କହିଛନ୍ତି କି, ମୋ ପାଖରେ ଆଉ କୌଣସି ଉପାୟ ନାହିଁ ତାଙ୍କ ମରଶରୀର ଖୋଜିବା ଛଡା । କାରଣ ମୁଁ ତାଙ୍କୁ ସମୁଦ୍ରରେ ଖୋଜିବା ବେଳେ ମୋତେ ଅନୁଭବ ହୁଏକି ମୁଁ ତାଙ୍କ ପାଖରେ ଅଛି । ଅଧିକ ପଢନ୍ତୁ

ସମୁଦ୍ରରେ 600 ଥର ସ୍କୁବା  ଡାଇଭିଂ
ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ (@fasc1nate)

By ETV Bharat Odisha Team

Published : Aug 19, 2024, 8:02 AM IST

Updated : Aug 19, 2024, 11:06 AM IST

ଟୋକିଓ: ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ । ଗଭୀର ଜଳରେ ମୃତହେହ ଖୋଜା । 13 ବର୍ଷ ଧରି ସ୍ବାମୀ ଖୋଜୁଛନ୍ତି ପତ୍ନୀଙ୍କ ମଶରୀର, ଛଡାଇନେଇଥିଲା ସୁନାମୀ । ଦୀର୍ଘ 13 ବର୍ଷ ଧରି ପତ୍ନୀଙ୍କୁ ଖୋଜୁଛି ପତି । କାଳରୂପି ସୁନାମୀ ସ୍ତ୍ରୀଙ୍କୁ ଛଡାଇ ନେବା ଦିନରୁ ସମୁଦ୍ର ଅକାତ କାତ ଅଥଳ ଜଳରାଶିରେ ମରଶରୀର ଖୋଜୁଛି ସ୍ବାମୀ । ଆଉ ଏହି 13 ବର୍ଷ ଭିତରେ ଥରେ କି ଦୁଇ ଥର ନୁହେଁ, 600 ଥର ସ୍କୁବା ଡାଇଭିଂ କରିଛନ୍ତି ଜାପାନର ୟାସୁଓ ଟାକାମତସୁ । ପତ୍ନୀଙ୍କ ମୃହଦେହକୁ ସମୁଦ୍ରରେ ଖୋଜୁଛି ପତି । କାରଣ ପତ୍ନୀଙ୍କ ଆଜି ପର୍ଯ୍ୟନ୍ତ ହୋଇନି ଶେଷକୃତ୍ୟ । ଶେଷ ଥର ପାଇଁ ପତ୍ନୀଙ୍କୁ ନିଜ କାନ୍ଧରେ ଅନ୍ତିମ ଯାତ୍ରା କରିବାକୁ ଆଶା ରଖିଛନ୍ତି ୟାସୁଓ । ଜାପାନର ଫୁକୁସିମା ସମୁଦ୍ର ତଟରେ ଦୀର୍ଘ ଦଶନ୍ଧିରୁ ଅଧିକ ଦିନ ଧରି ଦେହାବଶେଷ ଖୋଜିବା ଜାରିରଖିଛନ୍ତି ୟାସୁଓ।

ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ (·@chmnaidu)

ମିଡିଆ ରିପୋର୍ଟ ଅନୁସାରେ, 2011ରେ ଜାପାନରେ ସବୁଠୁ ଭୟଙ୍କର ସୁନାମୀ ଆସିଥିଲା । କଳା ଇତିହାସର କାହାଣୀ ଲେଖିଥିବା ଏହି ସୁନାମୀରେ ଯାଇଛି 20 ହଜାରରୁ ଅଧିକ ଜୀବନ । ଖାଲି ସେତିକି ନୁହେଁ, ଆଜି ଯାଏଁ ନିଖୋଜ ଅଛନ୍ତି ହଜାର ହଜାର ଜାପାନବାସୀନ୍ଦା । ୟାସୁଓ ବ୍ୟାଙ୍କରେ କାର୍ଯ୍ୟରତ ରହିଛନ୍ତି । ଯେବେଠୁ ପତ୍ନୀ ନିଖୋଜ ଅଛନ୍ତି, ସେବେଠୁ ଖୋଜୁ ଖୋଜି ରାତି ଦିନ ଏକ କରିଦେଇଛନ୍ତି ସେ । ତେବେ ସୁନାମୀର କିଛି ଦିନ ପରେ ୟାସୁଓ ସ୍କୁବା ଡାଇଭ ଶେଖିବା ସହିତ ପତ୍ନୀଙ୍କ ମରଶରୀର ଖୋଜୁଛନ୍ତି ।

ସମୁଦ୍ରରେ 600 ଥର ସ୍କୁବା ଡାଇଭିଂ (@TheCosmicCurios)

ଏହି ସମୟ ମଧ୍ୟରେ ଏନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୟାସୁଓ । କିନ୍ତୁ ଦୃଢନିଶ୍ଚିତ ମନରେ ଏକ ମନ ଏକ ପ୍ରାଣ କରି ଖୋଜା ଜାରିରଖିଛନ୍ତି ସେ । କାରଣ ଅତ୍ୟଧିକ ଥଣ୍ଡା ଜଳରାଶି ସାଙ୍ଗକୁ ସ୍ବଳ୍ପଦୃଶ୍ୟମାନରେ ଖୋଜିବା କାଠିକର ପାଠ ହୋଇଥାଏ ।

ଏହା ବି ପଢନ୍ତୁ- ସେଣ୍ଟ ମାର୍ଟିନ୍ସ ଦ୍ୱୀପ: ଭାରତ ମହାସାଗରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ବେସ - St Martins Island

ସୁନାମୀ ଦିନର କାଳ କାହାଣୀ-

ସେଦିନର କାଳ ସୁନାମୀ ସମୟରେ ୟାସୁଓଙ୍କ ପତ୍ନୀ ତାଙ୍କ ପାଇଁ ଦୁଇଟି ମେସେଜ ଲେଖିଥିଲେ । ସେ ଲେଖିଥିଲେ , ଆପଣ ଠିକ୍ ଅଛନ୍ତି କି ? ମୁଁ ଘରକୁ ଯିବାକୁ ଚାହୁଁଛି । ଏହି ମେସେଜଟି ସ୍ବାମୀଙ୍କ ଫୋନକୁ ଆସିଥିବା ବେଳେ ଆଉ ଗୋଟିଏ ମେସେଜ ଅନସେଣ୍ଟ ଥିଲା । ସେ ଲେଖିଥିଲେ "ସୁନାମୀ ଅତ୍ୟନ୍ତ ଭୟଙ୍କର ।"

ଏପଟେ ମିଡିଆ ରିପୋର୍ଟରେ, ୟାସୁଓ କହିଛନ୍ତି କି, "ମୋ ପାଖରେ ଆଉ କୌଣସି ଉପାୟ ନାହିଁ ତାଙ୍କ ମରଶରୀର ଖୋଜିବା ଛଡା । କାରଣ ମୁଁ ତାଙ୍କୁ ସମୁଦ୍ରରେ ଖୋଜିବା ବେଳେ ମୋତେ ଅନୁଭବ ହୁଏକି ମୁଁ ତାଙ୍କ ପାଖରେ ଅଛି ।"

Last Updated : Aug 19, 2024, 11:06 AM IST

ABOUT THE AUTHOR

...view details