ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଭିକ୍ଟୋରିଆ ରାଜ୍ୟରେ ସମୁଦ୍ରରେ ବୁଡି ୪ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାଟି ଗତ ବୁଧବାର ଫିଲିପ୍ ଆଇଲ୍ୟାଣ୍ଡରେ ଥିବା ଅସୁରକ୍ଷିତ ବିଚରେ ଘଟିଛି । ତେବେ ଗତ ୨୦ ବର୍ଷ ମଧ୍ୟରେ ଏହା ସବୁଠୁ ଦୁଃଖଦ ଦୁର୍ଘଟଣା ବୋଲି ଜରୁରୀକାଳୀନ ସେବା କର୍ତ୍ତୃପକ୍ଷ କହିଛନ୍ତି ।
ସରକାରଙ୍କ ଜରୁରୀ କାଳୀନ ସେବା ତରଫରୁ କୁହାଯାଇଛି ଯେ ମୃତକ ମାନେ ବୁଧବାର ଦିନ ଅପରାହ୍ନ ୩.୩୦ ସମୟରେ ସମୁଦ୍ର ମଧ୍ୟରେ ବୁଡି ଯାଇଥିଲେ । ଲାଇଫ ସେଭିଙ୍ଗ ଭିକ୍ଟୋରିଆ ଏଜେନ୍ସିକୁ ଉକ୍ତ ୪ ଜଣଙ୍କୁ ଉଦ୍ଧାର କରିବା ପାଇଁ ସହାୟତା ମଗାଯାଇଥିଲା । ଘଟଣାସ୍ଥଳ ଠାରୁ ଠାରୁ କିଛି କିଲୋମିଟର ଦୂରତାରେ ଥିବା ପାଟ୍ରୋଲଡ ହୋଇଥିବା ଲାଇଫଗାର୍ଡ ସାଇଟ ସେମାନେ ଥିଲେ ବୋଲି ଲାଇଫ ସେଭିଙ୍ଗ ଭିକ୍ଟୋରିଆ ଏଜେନ୍ସିର କମାଣ୍ଡର କେନ ଟ୍ରେଲୋର କହିଛନ୍ତି ।
ଟ୍ରେଲୋର କହିଛନ୍ତି ଯେ ଆମର ଲାଇଫ ଗାର୍ଡ ପହଞ୍ଚିବା ପରେ ସେଠାରେ ଥିବା ଅଫ ଡ୍ୟୁଟି ବଡିଗାର୍ଡ ମାନେ ପାଣି ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ଆମ ରେସ୍କ୍ୟୁ ବୋଟ ପାଣି ମଧ୍ୟରୁ ଉଦ୍ଧାର କରିଥିଲା । ସେମାନେ ଅଚେତ ଥିବା ସହ କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇ ନ ଥିଲେ । ଉଦ୍ଧାରକାରୀ ଦଳ ସେମାନଙ୍କୁ ସିପିଆର୍ ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଥିଲା । ଅଧିକାରୀ ମାନଙ୍କ ତରଫରୁ ମୃତକଙ୍କ ନାମ ପ୍ରକଟ କରାଯାଇନାହିଁ । ଆପ୍ରାଣ ଉଦ୍ୟମ ସତ୍ତ୍ବେ ଉକ୍ତ ତିନି ଜଣଙ୍କ ଘଟଣା ସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା ।