ୱାସିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ପ୍ରତିଦ୍ବନ୍ଦ୍ବୀ ଭାବେ ବିବେଚନା କରାଯାଇଥିବା ଜୋ ବାଇଜେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣିଥରେ ଟକ୍କର ଦେଖିବାକୁ ମିଳିବ । କାରଣ ପ୍ରାଇମେରୀ ନିର୍ବାଚନରେ ନିଜ ନିଜ ଦଳ ପକ୍ଷରୁ ବାଜି ମାରିଛନ୍ତି ଟ୍ରମ୍ପ ଏବଂ ବାଇଡେନ୍ । ଦୁହେଁ ନିଜ ନିଜ ଦଳରୁ ଏକ ପ୍ରକାର ସ୍ଥାନ ପକ୍କା କରିଛନ୍ତି । ଆମେରିକାର ବର୍ତ୍ତମାମନର 81 ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ୍ବାଶିଂଟନରେ ଡେମୋକ୍ରାଟିକ ପ୍ରାଇମେରୀ ନିର୍ବାଚନ ଜିତିଥିବା ବେଳେ 77 ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପ୍ରାଇମେରୀ ନିର୍ବାଚନରେ ବାଜି ମାରିଛନ୍ତି ।
ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଡେମୋକ୍ରାଟିକ୍ ପ୍ରତିନିଧିଙ୍କ ମଧ୍ୟରେ ଜୋ ବାଇଡେନ 2099 ଭୋଟ୍ ପାଇଛନ୍ତି । ଜେସନ ପାମରଙ୍କୁ ତିନୋଟି ଭୋଟ୍ ଏବଂ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ 20ଟି ଭୋଟ୍ ମିଳିଥିଲା । ଏହାର ଅର୍ଥ ଜୋ ବାଇଡେନ 2079 ଭୋଟରେ ଆଗରେ ରହିଥିଲେ । ରିପବ୍ଲିକାନ ପକ୍ଷରୁ ଟ୍ରମ୍ପଙ୍କୁ 1228ଟି ଭୋଟ ମିଳିଥିବା ବେଳେ ନିକ୍କିଙ୍କୁ 91ରୋନ୍ ଡିସାଣ୍ଟିସ୍ ନୋ ଏବଂ ବିବେକ ରାମାସ୍ବାମୀଙ୍କୁ ମାତ୍ର 3ଖଣ୍ଡ ଭୋଟ ମିଳିଥିଲା । ଏଭଳି ପରିସ୍ଥିତିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି 1137 ଭୋଟରେ ରେସରେ ଆଗରେ ରହିଥିଲା । ତେବେ ଏହି ଅଙ୍କକୁ ଦୃଷ୍ଟିରେ ରଖିଲେ ନଭେମ୍ବର 2024ରେ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ । କିନ୍ତୁ ଜାତୀୟ ସମ୍ମିଳନୀ ଭୋଟ ସହ ଜଡିତ ନିର୍ବାଚନ ନହେବା ପର୍ଯ୍ୟନ୍ତ ବିଦ୍ଧିବଧ ଭାବେ ଏହି ଦୁଇ ନେତା ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ ନାହିଁ ।