ଓଡିଶା

odisha

ETV Bharat / international

ପୁଣି ଆମେରିକାରୁ ଫେରିବେ ୧୧୯ ନିର୍ବାସିତ ଭାରତୀୟ - US INDIAN DEPORTEES

ଆମେରିକାରୁ ପୁଣି ଫେରିବେ ନିର୍ବାସିତ ଭାରତୀୟ । C-17 ଗ୍ଲୋବାଲମାଷ୍ଟର ବିମାନ ଯୋଗେ ଆସନ୍ତାକାଲି ଅମୃତସରରେ ପହଞ୍ଚିବେ ।

Another Round Of Indians Deportees Set To Arrive In Amritsar On  16th February
Another Round Of Indians Deportees Set To Arrive In Amritsar On 16th February (ANI)

By ETV Bharat Odisha Team

Published : Feb 15, 2025, 12:41 PM IST

ୱାସିଂଟନ: ପୁଣି ଅବୈଧ ରୂପେ ରହୁଥିବା ୧୧୯ ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରତ୍ୟର୍ପଣ କରିଛି । ଆମେରିକାର ସାମରିକ ପରିବହନ ବିମାନ C-17 ଗ୍ଲୋବାଲମାଷ୍ଟର ଆସନ୍ତାକାଲି (୧୬ ତାରିଖରେ) ନିର୍ବାସିତ ଭାରତୀୟମାନଙ୍କୁ ନେଇ ଅମୃତସରର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଛି । ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହା ଦ୍ୱିତୀୟ ଥର ପାଇଁ ଭାରତୀୟମାନଙ୍କୁ ନିର୍ବାସିତ କରାଯିବ । ପୂର୍ବରୁ ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ଫେରାଇଥିଲା ଆମେରିକା ।

ପୁଣି ଫେରିବେ ୧୧୯ ନିର୍ବାସିତ ଭାରତୀୟ:

ଆମେରିକାର ସରକାରୀ ସୂତ୍ର ଅନୁଯାୟୀ, ସମସ୍ତ 'ଅବୈଧ ପ୍ରବାସୀ'ଙ୍କୁ ସେମାନଙ୍କ ଦେଶକୁ ନ ଫେରାଇବା ପର୍ଯ୍ୟନ୍ତ ନିର୍ବାସନ ପ୍ରକ୍ରିୟା ଜାରି ରହିବ । ସୂଚନା ଅନୁଯାୟୀ, ଦ୍ବିତୀୟ ପର୍ଯ୍ୟୟରେ ଆସୁଥିବା ନିର୍ବାସିତ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ପଞ୍ଜାବରୁ ରହିଛନ୍ତି । ପଞ୍ଜାବର ୬୭ ଜଣ, ହରିୟାଣାରୁ ୩୩ ଜଣ, ଗୁଜୁରାଟରୁ ୮ ଜଣ, ଉତ୍ତର ପ୍ରଦେଶରୁ ୩ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରୁ ୨ ଜଣ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି । ସେମାନଙ୍କୁ ନେଇ ଆସନ୍ତାକାଲି (ରବିବାର) ଆମେରିକା C-17 ବିମାନ ଭାରତରେ ପହଞ୍ଚିବ ।

ଏହା ମଧ୍ୟ ପଢ଼ନ୍ତୁ..

104 ନିର୍ବାସିତ ଭାରତୀୟଙ୍କୁ ନେଇ ଅମ୍ରିତସରରେ ପହଞ୍ଚିଲା ଆମେରିକା ଯୁଦ୍ଧ ବିମାନ

ଆମେରିକା ଯିବାକୁ ଗଳାବାଟ: ଯେଉଁଠି ଛକିଥାଏ ଯମ! 'ଡଙ୍କି ରୁଟ୍'ର ଅକୁହା କଥା...

ପ୍ରତ୍ୟର୍ପଣ କଣ ? କାହିଁକି ଅନ୍ୟ ଦେଶର ନାଗରିକଙ୍କୁ ଫେରାଉଛି ଆମେରିକା ?

ଆମେରିକାରର କାର୍ଯ୍ୟାନୁଷ୍ଠାନ:

ଅବୈଧ ଭାବରେ ଦେଶରେ ପ୍ରବେଶ କରିଥିବା କିମ୍ବା ଭିସା ଅବଧି ଅତିକ୍ରମ କରିଥିବା ବ୍ୟକ୍ତିମାନଙ୍କ ଉପରେ ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆମେରିକା ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ବଦେଶକୁ ପ୍ରତ୍ୟାର୍ପଣ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ଏହି ନିର୍ବାସନ କରାଯାଇଛି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ, ମୋଦି, ଯାଞ୍ଚ ହୋଇଥିବା ଭାରତୀୟ ନାଗରିକମାନଙ୍କୁ ପୁନର୍ବାର ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିଛନ୍ତି ଏବଂ ପ୍ରବାସୀମାନଙ୍କୁ ଶୋଷଣ କରୁଥିବା ମାନବ ଚାଲାଣ ନେଟୱାର୍କଗୁଡ଼ିକର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତୀୟମାନଙ୍କୁ ଏକ ସାମରିକ ବିମାନରେ ହାତକଡ଼ି ଏବଂ ଶିକୁଳି ପିନ୍ଧାଇ ଦେଶକୁ ଫେରାଇ ଦେଇଥିଲା, ଯାହାକୁ ନେଇ ଭାରତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details