ଓଡିଶା

odisha

ETV Bharat / health

ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର, ଜାଣନ୍ତୁ ଶୀତ ଦିନେ ଖାଇଲେ କ'ଣ ଲାଭ ହୁଏ - GREEN PEAS

ପ୍ରୋଟିନ ଓ ଫାଇବରରେ ଭରପୁର ଗ୍ରୀନ ମଟର ଦେହ ପାଇଁ ହିତକର । ଶୀତ ଦିନେ ଅଧିକ ମିଳୁଥିବା ଏହି ପରିବା ଖାଇଲେ କି କି ଲାଭ ହୁଏ, ଜାଣନ୍ତୁ

ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର
ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର (ETV Bharat)

By ETV Bharat Health Team

Published : Nov 28, 2024, 6:04 PM IST

ଗ୍ରୀନ ମଟର ଏକ ଶୀତ ଦିନିଆ ପରିବା । ଏହି ଦିନରେ ବଜାରରେ ସହଜରେ ଉପଲବ୍ଧ ହୋଇଥାଏ ଏବଂ ଚାହିଦାରେ ଥାଏ । ପରଟାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ତରକାରୀରେ ଗ୍ରୀନ ମଟର ବ୍ୟବହାର ହୋଇଥାଏ । ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ, ସ୍ବାସ୍ଥ୍ୟ ପାଇଁ ବି ସେମିତି ହିତକର । ଗ୍ରୀନ ମଟର ବିଭିନ୍ନ ଜରୁରୀ ପୋଷକ ତତ୍ତ୍ବରେ ଭରପୂର । ଏହା ଏକ ଉଚ୍ଚ ପ୍ରୋଟିନ ଯୁକ୍ତ ପରିବା ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ପ୍ରାୟ 100 ଗ୍ରାମ ଗ୍ରୀନ ମଟରରେ 5 ଗ୍ରାମ ପ୍ରୋଟିନ ମିଳିଥାଏ । ଆପଣ ଜାଣନ୍ତି କି, ଏଥିରୁ ହୃଦୟକୁ ସୁସ୍ଥ ରଖିବା, ଇମ୍ୟୁନିଟି ବଢାଇବା, ଆଖି ସମସ୍ୟା ରୋକିବା ଭଳି ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ । ଏହି ଖବରରେ ଜାଣନ୍ତୁ କାହିଁକି ଗ୍ରୀନ ମଟର ଖାଇବା ଉଚିତ୍

ପୋଷକ ତତ୍ତ୍ବର ଭରପୁର:

ପ୍ରୋଟିନ ବ୍ୟତୀତ ଗ୍ରୀନ ମଟରରେ ଫାଇବର, ଭିଟାମିନ ଏ, ଭିଟାମିନ ସି, ଫୋଲେଟ, ଆଇରନ, ଜିଙ୍କ, ଭିଟାମିନ ବି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଭିଟାମିନ ଓ ମିନେରାଲ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଓଜନ ହ୍ରାସ କରେ:

ଓଜନ କମାଇବାକୁ ଚାହୁଁଥିବା ଲୋକେ ନିଜ ଡାଏଟରେ ଗ୍ରୀନ ମଟର ସାମିଲ କରିପାରିବେ । ଏଥିରେ କ୍ୟାଲୋରୀ କମ୍ । କିନ୍ତୁ ଫାଇବର, ପ୍ରୋଟିନରେ ଭରପୁର ହୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ । ଅର୍ଥାତ୍ ଭୋକ କମ୍ ହୁଏ । ଯାହା ପରୋକ୍ଷରେ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ । କହିରଖୁଛୁ କି, ଅଧିକ ଫାଇବର ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭୋକ ନିୟନ୍ତ୍ରଣ କରି ଅଧିକ କ୍ୟାଲୋରୀ ଗ୍ରହଣ କରିବାରୁ ରୋକେ ।

ମଧୁମେହ ଅନୁକୂଳ:

ମଧୁମେହ ବା ଡାଇବେଟିସ ରୋଗୀ ଗ୍ରୀନ ମଟର ଖାଇବା ଭଲ । ଏହା ବ୍ଲଡସୁଗାର ପରିଚାଳନାରେ ପ୍ରଭାବଶାଳୀ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ (GI) କମ୍ ଥିବାରୁ ହଠାତ୍ ବ୍ଲଡସୁଗାର ସ୍ତର ବୃଦ୍ଧି ପାଏନି । କମ୍ ଜିଆଇ ଯୁକ୍ତ ଖାଦ୍ୟ ସୁଗାର ସ୍ତର ସ୍ଥିର ରଖିପାରେ । ଏଥିସହ ହାଇ ଫାଇବର ମଧ୍ୟ କାର୍ବସ୍ ଅବଶୋଷଣକୁ ମନ୍ଥର କରି ବ୍ଲଡସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

ହୃଦୟ ସ୍ବାସ୍ଥ୍ୟ ଓ ଇମ୍ୟୁନିଟି:

ଗ୍ରୀନ ମଟର ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ଏଥିରେ ହୃଦୟ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ମିନେରାଲ ଯଥା-ମ୍ୟାଗ୍ନେସିୟମ, ପୋଟାସିୟମ ଓ କ୍ୟାଲସିୟମ ରହିଛି । ଏସବୁ ବ୍ଲଡପ୍ରେସର ନିୟନ୍ତ୍ରଣ କରି ଏବଂ କୋଲେଷ୍ଟ୍ରଲ ସ୍ତର କମାଇ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସେହିପରି ଏଥିରେ ଭିଟାମିନ-ସି, ଇ, ଜିଙ୍କ, କାଟେଚିନ୍, ଏପିକାଟେଚିନ ଥିବାବେଳେ ଶରୀରର ଇମ୍ୟୁନିଟି ସିଷ୍ଟମ ମଜଭୁତ କରିବାରେ ସହାୟକ ହୁଏ ।

ହଜମ ପ୍ରକ୍ରିୟା ଉନ୍ନତ କରେ:

ଏହି ଶୀତ ଦିନିଆ ପରିବାରେ ଥିବା ଡାଏଟାରୀ ଫାଇବର ପାଚନ ସମ୍ବନ୍ଧୀୟ ସମସ୍ୟା ଯେମିତିକି କୋଷ୍ଠକାଠିନ୍ୟ, ପେଟ ଫୁଲିବା ଓ ଅନ୍ୟାନ୍ୟ ସମସ୍ୟାକୁ ରୋକିଥାଏ । ଏହା ମଳକୁ ନରମ କରି ସହଜରେ ନିଷ୍କାସନ କରିବାରେ ସାହାଯ୍ୟ କରେ ।

ଏହାଛଡା ଗ୍ରୀନ ମଟରରେ lutein ଓ zeaxanthin ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଆଖିକୁ ମୋତିଆବିନ୍ଦୁ ଓ କମ୍ୟୁଟର, ଟିଭି, ମୋବାଇଲରୁ ଆସୁଥିବା ହାନିକାରକ ବ୍ଲୁ ଲାଇଟରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିସହ ଭିଟାମିନ-ଏ ତ୍ବଚାକୁ ହେଲ୍‌ଦି ରଖିପାରେ ।

Ref- https://pmc.ncbi.nlm.nih.gov/articles/PMC10341148/

ଏହା ମଧ୍ୟ ପଢନ୍ତୁ:ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ:ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣିବେ କିଡନୀ ଫେଲ୍

ଏହା ମଧ୍ୟ ପଢନ୍ତୁ:ଦିନକୁ କେତୋଟି ଖାଉଛନ୍ତି ପିସ୍ତାବାଦାମ ? ଏହାଠୁ ଅଧିକ ଖାଉଥିଲେ ଜାଣିରଖନ୍ତୁ ପରିଣାମ

(Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details