ଓଡିଶା

odisha

By ETV Bharat Odisha Team

Published : Jun 19, 2024, 11:00 PM IST

ETV Bharat / health

ଅଟା ଚକଟିବା ପରେ ମହିଳାମାନେ କାହିଁକି ଅଟା ଗୁଳାରେ ଆଙ୍ଗୁଠି ଚିହ୍ନ ପକାନ୍ତି, ଏହାର କାରଣ କ'ଣ ? - Fingerprints On Atta Dough

Reason Behind Fingerprints On Atta Dough: ରୁଟି ତିଆରି କରିବା ପାଇଁ ଅଟା ଚକଟା ଯାଏ । ତେବେ ଅଟାକୁ ଚକଟି ସାରିବା ପରେ ଅଟା ଗୁଳାରେ ମହିଳାମାନେ ଆଙ୍ଗୁଠି ଚିହ୍ନ ପକାଇଥାନ୍ତି । ଏଭଳି ସେମାନେ କାହିଁକି କରନ୍ତି ? ଏହା ପଛର କାରଣ କ'ଣ? ଆସନ୍ତୁ ଜାଣିବା

Reason Behind Fingerprints On Atta Dough
Reason Behind Fingerprints On Atta Dough (ETV Bharat Odisha)

ହାଇଦ୍ରାବାଦ:ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ରୁଟି ତିଆରି ହେଉଥିବ । ଆଉ ଆଥିପାଇଁ ଆମ ମାଆମାନେ ଅଟା ଚକଟିଥାନ୍ତି । ବେଳେ ବେଳେ ଆପଣ ଦେଖିଥିବେ ଯେ, ଅଟା ଚକଟି ସାରିବା ପରେ ମହିଳାମାନେ ସେଥିରେ ଆଙ୍ଗୁଠି ଛାପ ପକାଇଥାନ୍ତି । ଏହାକୁ ଦେଖି ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ? ଏହା ପଛରେ କାରଣ କ'ଣ ? ମହିଳାମେନ ଏଭଳି କାହିଁକି କରନ୍ତି ? ତେବେ ଏଭଳି କରିବା ପଛରେ ରହିଛି ଏକ ବଡ଼ କାରଣ । ଆମେ ଆଜି ଆପଣଙ୍କୁ ଜଣାଇବୁ ମହିଳାମାନେ ଏଭଳି କାହିଁକି କରନ୍ତି ।

Reason Behind Fingerprints On Atta Dough (RKC)

କାହିଁକି ଦିଆଯାଏ ଆଙ୍ଗୁଠି ଛାପ:

ଆପଣମାନେ ପ୍ରାୟତଃ ଦେଖିଥିବେ ଯେ, ମହିଳାମାନେ ଘରେ ରୁଟି କରିବା ପାଇଁ ଅଟା ଚକଟିଥାନ୍ତି । ଆଉ ଅଟାକୁ ଚକଟି ସାରିବା ପରେ ଗୋଳା ତିଆରି କରିବା ସମୟରେ ସେଥିରେ ଆଙ୍ଗୁଠି ଛାପ ଚିହ୍ନ ଦେଇଥାନ୍ତି । ତେବେ ଏହା ପଛରେ ରହିଛି ଏକ ଗୁରୁତ୍ବପୂର୍ଣ୍ଣ କାରଣ । ଏଭଳି କରିବା ଆମ ପୂର୍ବଜମାନଙ୍କ ସହ ଜଡ଼ିତ । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସମୟରେ ଅଟାକୁ ଗୋଲ ଗୋଲ ଗୋଳା କରି ବ୍ୟବହାର କରାଯାଏ । ସେହି ଅଟା ଗୁଳା କେବଳ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ । ସେଥିରୁ ପ୍ରସ୍ତୁତ ରୁଟିକୁ ଖାଇଲେ ପିତୃଦୋଷ ଲାଗିଥାଏ । ତେଣୁ ଅଟା ଚକଟିବା ପରେ ମହିଳାମାନେ ସେଥିରେ ଆଙ୍ଗୁଠି ଛାପ ଛାଡ଼ିଦିଅନ୍ତି । ଆଙ୍ଗୁଠି ଛାପ ସୂଚାଇଥାଏ ଯେ, ଏହା ଖାଇବା ପାଇଁ ଉଦ୍ଦିଷ୍ଟ ।

Reason Behind Fingerprints On Atta Dough (RKC)

ଅଟା ଚକଟିବା ବାସ୍ତୁ ଟିପ୍ସ:

  • ବାସ୍ତୁଶାସ୍ତ୍ର ଅନୁସାରେ, ମହିଳାମାନେ ସବୁବେଳେ ଗାଧୋଇ ସାରିବା ପରେ ଅଟା ଚକଟିବା ଉଚିତ । ଏହା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଫଳରେ ଘରେ ଧନବୃଦ୍ଧି ହୋଇଥାଏ । ଅଗାଧୁଆରେ ଅଟା ଚକଟିବା ପରିବାର ପାଇଁ ବିପଦ ଆଣିପାରେ ।
    Reason Behind Fingerprints On Atta Dough (RKC)
  • ଅଟା ଚକଟି ସାରିବା ପରେ ଏହାକୁ ବହୁ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ଅଟା ଚକଟି ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହାସହ ଏଥିରେ ବାହ୍ୟ ଜୀବାଣୁ ମଧ୍ୟ ଲାଗି ଯାଆନ୍ତି । ଯାହାକୁ ଖାଇବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
  • ବେଳେବେଳେ ଆମେ ଆବଶ୍ୟକ ଠାରୁ ଅଧିକ ଅଟା ଚକଟି ଦେଉ । ଆଉ ବଳକା ଅଟା ଚକଟାକୁ ଫ୍ରିଜରେ ରଖି ଦେଉ । ଯଦି ଆପଣ ଏମିତି କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ବାସି ଅଟା ଚକଟାରୁ ରୁଟି ପ୍ରସ୍ତୁତ କରି ଖାଇବା ଦ୍ବାରା ରାହୁ ଦୋଷ ଲାଗିଥାଏ । ଫଳରେ ରାହୁ ନଜର ପ୍ରଭାବରେ ମାନସିକ ସ୍ଥିତି ବିଗିଡି ଯାଏ ।
    Reason Behind Fingerprints On Atta Dough (RKC)
  • ବାସି ଅଟା ଚକଟାରୁ ରୁଟି ତିଆରି କରି ଖାଇବା ଦ୍ବାରା ଏହା କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହି ରୁଟି ଖାଇବା ଦ୍ବାରା ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଭଳି ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

ABOUT THE AUTHOR

...view details