ଓଡିଶା

odisha

ETV Bharat / health

40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ? ରଜୋନିବୃତ୍ତି କ'ଣ । ଋତୁସ୍ରାବ ବନ୍ଦ ହୋଇଗଲେ କ'ଣ ସବୁ ସମସ୍ୟା ହୁଏ ? ପଢନ୍ତୁ ଏହି ଖବରରେ

By ETV Bharat Health Team

Published : 4 hours ago

40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?
40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ? (ETV Bharat)

What is menopause: ବୟସ ବଢିଲେ ମହିଳାଙ୍କ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ସାଧାରଣତଃ 40 ପରେ ଅନେକ ମହିଳାଙ୍କ ମାସିକ ଧର୍ମ ବା ଋତୁସ୍ରାବ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାର ଦେଖାଯାଏ । ଏହାକୁ ମେନୋପଜ ବା ରଜୋନିବୃତ୍ତି କୁହାଯାଏ ଏବଂ ଏହି ସମୟ ପ୍ରତ୍ୟେକ ମହିଳାଙ୍କ ଜୀବନରେ ଆସେ । ମେନୋପଜ ପରେ ନାରୀଟି ଗର୍ଭଧାରଣ ଶକ୍ତି ହରାଇ ବସେ ।

ମେନୋପଜରେ 45-55 ବର୍ଷ ବୟସର କୌଣସି ମହିଳାଙ୍କୁ ଶେଷ ଥର ମାସିକ ଋତୁସ୍ରାବ ଆସିବାର ବର୍ଷେ ଯାଏଁ ଋତୁସ୍ରାବ ହୋଇନଥାଏ । ଏହି ସମୟରେ ମହିଳାଙ୍କ ଶରୀରରେ ହରମୋନାଲ ପରିବର୍ତ୍ତନ ଘଟେ ଏବଂ ଓଭ୍ୟୁଲେସନ ବା ଡିମ୍ବାଶୟରୁ ଡିମ୍ବାଣୁ ରିଲିଜ୍ ହେବା ବନ୍ଦ ହୋଇଯାଏ । ମେନୋପଜ ପ୍ରକ୍ରିୟା ଆରମ୍ଭ ହୁଏ ଯେତେବେଳେ ଶରୀରରେ ପ୍ରତିମାସରେ ବିକାଶ ହେଉଥିବା ଫୋଲିକଲ୍ସ ସଂଖ୍ୟା କମିବା ଆରମ୍ଭ କରେ । ଫୋଲିକଲ୍ସ ହେତୁ ଡିମ୍ବାଶୟ ମହିଳାଙ୍କ ଶରୀରରେ ଡିମ୍ବାଣୁ ଛାଡିଥାଏ । ଏହାରି ସହିତ ପ୍ରଜନନ ହରମୋନ ଇଷ୍ଟ୍ରୋଜେନ ସ୍ତର ଓ ଏହାର ଉତ୍ପାଦନ କମିବା ଆରମ୍ଭ କରେ । ତେଣୁ ଯେତେବେଳେ ଫୋଲିକଲ୍ସ, ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟରୋନ ଉତ୍ପାଦନ ବନ୍ଦ ହୋଇଯାଏ, ଋତୁସ୍ରାବ ପ୍ରକ୍ରିୟା ମଧ୍ୟ ଅଟକିଯାଏ ଏବଂ ଏହି ଅବସ୍ଥାକୁ ମେନୋପଜ ବା ରଜୋନିବୃତ୍ତି କୁହନ୍ତି ।

ମେନୋପଜ କୌଣସି ରୋଗ ନୁହେଁ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ତେବେ ସବୁ ମହିଳାଙ୍କ କ୍ଷେତ୍ରରେ ଏହି ଅବଧି ଭିନ୍ନ ଭିନ୍ନ ହୋଇଥାଏ । ଏହି ସମୟରେ ମହିଳାଙ୍କୁ ଅନେକ ଶାରିରୀକ ଓ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହା ତାଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ । ଯେମିତିକି-

  • ବାରମ୍ବାର ମୁଡ୍ ବଦଳିବା
  • ଅଧିକ ଭୋକ ଲାଗିବା
  • ହଠାତ୍ କେଶ ଝଡିବା
  • ତ୍ବଚା ରଙ୍ଗ ବଦଳିବା
  • ଅଧିକ ଗରମ ଲାଗିବା, ରାତିରେ ଝାଳ ବୋହିବା
  • ଶରୀର ଓଜନ ପରିବର୍ତ୍ତନ
  • ପାଚନ ସମସ୍ୟା
  • ଗଣ୍ଠି ଯନ୍ତ୍ରଣା
  • ମାନସିକ ଚାପ, ଚିନ୍ତା, ଅବସାଦ
  • ଚିଡ୍‌ଚିଡାପଣ

ଏହି ସମସ୍ୟାର କେମିତି ମୁକାବିଲା କରିବେ ?

ଏନେଇ ନ୍ୟୁଟ୍ରନିଷ୍ଟ ରୁଜୁତା ଦେବକର ପରାମର୍ଶ ଦେଇଛନ୍ତି,

ସନ୍ତୁଳିତ ଖାଦ୍ୟ ଗ୍ରହଣ

ରଜୋନିବୃତ୍ତି ସମୟରେ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ତେଣୁ ସନ୍ତୁଳିତ ଖାଦ୍ୟ ମାଧ୍ୟମରେ ଆପଣ ଯେପରି ସମସ୍ତ ପୋଷକ ତତ୍ତ୍ବ ଗ୍ରହଣ କରିବେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଏକ ପାରମ୍ପରିକ ଭାରତୀୟ ଖାଦ୍ୟ ପୋଷକ ତତ୍ତ୍ବରେ ଭରପୂର ହୋଇଥାଏ । କେବେ ବି ନିଜ ଖାଦ୍ୟପେୟରେ ବୁଝାମଣା କରନ୍ତୁନି ।

ନିୟମିତ ବ୍ୟାୟାମ

ରଜୋନିବୃତ୍ତି ସମୟରେ ମହିଳାଙ୍କ ବଳ କମିବା, ଦୁର୍ବଳ ଲାଗିବା, ଥକ୍କା ଅନୁଭବ ହୋଇଥାଏ । ଏଥିପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ । ଏମିତି ବ୍ୟାୟାମ କରିବେ, ଯାହାଦ୍ବାରା ଶରୀରରେ ବଳ, ସହନଶକ୍ତି ଓ ସ୍ଥିରତା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଯୋଗ ଏକ ଭଲ ଉପାୟ । ସପ୍ତାହକୁ ଅତିକମରେ 3 ଘଣ୍ଟା ବ୍ୟାୟାମ କରିବା ଉଚିତ୍। ଏଥିରେ ଷ୍ଟ୍ରେନଥ୍ ଟ୍ରେନିଂ, କାର୍ଡିଓ ଓ ଯୋଗ ସାମିଲ କରିବେ।

ଯଥେଷ୍ଟ ବିଶ୍ରାମ

ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ । ଅପରାହ୍ନରେ ଅତିକମରେ 20 ମିନିଟ୍ ଓ ରାତିରେ ସାଢେ 9ଟାରୁ 11ଟା ଭିତରେ ଶୋଇବା ଆବଶ୍ୟକ । ଏହାଦ୍ବାରା ଥକ୍କାପଣ ଦୂର ହୋଇଥାଏ ।

ସମୟ ପୂର୍ବରୁ ଋତୁସ୍ରାବ ବନ୍ଦ ହେଉଥିବା ମହିଳାଙ୍କୁ ହରମୋନ ରିପ୍ଲେସମେଣ୍ଟ ଥେରାପି (HRT) ପରାମର୍ଶ ଦିଆଯାଏ । କାରଣ ମେନୋପଜ କାରଣରୁ କେମିତି ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ବଢିଥାଏ । ଏଥିପାଇଁ:-

  • ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
  • ପ୍ରଚୁର ତରଳ ପଦାର୍ଥ ସେବନ କରନ୍ତୁ
  • ଅଧିକ ପ୍ରୋଟିନ ଓ କ୍ୟାଲେସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ
  • ଭିଟାମିନ ଡି ଭଳି ଆଣ୍ଟିଅକ୍ସିଡାଣ୍ଟ ସପ୍ଲିମେଣ୍ଟ ନିଅନ୍ତୁ
  • କସରତ ଓ ବ୍ୟାୟାମ
  • ସୂତା କପଡା ପିନ୍ଧିବା
  • ଧୂମ୍ରପାନ କରୁଥିଲେ ବନ୍ଦ କରନ୍ତୁ
  • ଓଜନ ନିୟନ୍ତ୍ରଣରେ ରଖନ୍ତୁ

ରାଷ୍ଟ୍ରୀୟ ବୃଦ୍ଧାବସ୍ଥା ସଂସ୍ଥାନ (gov) ଅନୁସାରେ, ରଜୋନିବୃତ୍ତି ପରେ ମହିଳାଙ୍କୁ ହୃଦରୋଗ, ଷ୍ଟ୍ରୋକ ଓ ଅଷ୍ଟ୍ରିଓପୋରୋସିସ୍ (ହାଡ ଦୁର୍ବଳ ହେବା) ଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ସୁସ୍ଥ ଆହାର ଗ୍ରହଣ, ଶରୀର ଆକ୍ଟିଭ ରହିବା ଏବଂ ହାଡକୁ ମଜଭୁତ ରଖିବା ପାଇଁ କ୍ୟାଲେସିୟମ ଓ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା, ଗର୍ଭଧାରଣଠୁ ନେଇ ରକ୍ତସ୍ରାବ...

ଏହା ମଧ୍ୟ ପଢନ୍ତୁ:ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା, ଖାସ୍ କରି ପୁରୁଷଙ୍କ ପାଇଁ...

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details