ଭୁବନେଶ୍ବର: ବିଶେଷ କରି ହାର୍ନିଆ ବିଷୟରେ ଅଧିକାଂଶ ଲୋକଙ୍କର ଭ୍ରାନ୍ତ ଧାରଣା ରହିଥିବା ଦେଖାଯାଇଥାଏ । ପ୍ରାୟତଃ ଏହି ରୋଗ ବିଷୟରେ ଅନେକ ଲୋକ ଅଜଣା ରହିଥାନ୍ତି । ଅନେକ ଲୋକ ଭାବନ୍ତି ଯେ, ହାର୍ନିଆ ରୋଗ କେବଳ ପୁରୁଷମାନଙ୍କ ପାଖରେ ଦେଖାଯାଏ । କିନ୍ତୁ ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଖରେ ଦେଖାଯାଏ । ଏମିତି କି ଏହା ପିଲାମାନଙ୍କ ଠାରେ ମଧ୍ୟ ହୋଇଥାଏ । ତେବେ ଏହି ହାର୍ନିଆ ରୋଗ କ'ଣ ? ଏହାର ଲକ୍ଷଣ କ'ଣ ? ହାର୍ନିଆର ଚିକିତ୍ସା ପଦ୍ଧତି ବା ପ୍ରତିକାର କ’ଣ ? ସେନେଇ ବିସ୍ତୃତ ସୂଚନା ଦେଇଛନ୍ତି ଡାକ୍ତର ଲଲାଟେନ୍ଦୁ ମହାପାତ୍ର ।
ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କ କହିବା ଅନୁସାରେ, "ହାର୍ନିଆ ଏକ ରୋଗ ନୁହେଁ । ଏହା ଏକ ଆନାଟୋମିକାଲ୍ ଡିଫେକ୍ଟ । ହାର୍ନିଆ ସାଧାରଣତଃ ପେଟ ତଳେ ହୋଇଥାଏ । ଶରୀରର ଏହି ଅଂଶରେ କୌଣସି ସମସ୍ୟା ଦେଖା ଦେଲେ ପେଟରେ ଥିବା ଜିନିଷ ନିଜ ସ୍ଥାନରେ ନ ରହି ବାହାରକୁ ଠେଲି ହୋଇ ଚାଲି ଆସିଥାଏ । ଯାହାକୁ ଆମେ ହାର୍ନିଆ କହିଥାଉ । ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ନାଭି କିମ୍ବା ଅଣ୍ଟା ତଳ ପାଖରେ ହାର୍ନିଆ ହୋଇଥାଏ ।"
ହାର୍ନିଆର ଲକ୍ଷଣ କ’ଣ ?
ଶରୀରରୁ ଝାଳ ବୋହିବା । ଶରୀରର ଯେଉଁ ଆଭ୍ୟନ୍ତରୀଣ ଅଂଶ ଠେଲି ବାହାରକୁ ଆସିଥାଏ, ସେଥିରେ ପ୍ରବଳ ଯନ୍ତ୍ରଣା ହେବା । ପେଟ ଫୁଲିଯିବା । ବାନ୍ତି ହେବା । ଝାଡ଼ା ଯିବାରେ ସମସ୍ୟା ହେବା । ବିଶେଷକରି କାଶିବା ଓ ନଇଁବା କିମ୍ବା ଭାରୀ ଜିନିଷ ଉଠାଇବା ସମୟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଯାଇଥାଏ ।
କାହିଁକି ହୋଇଥାଏ ହାର୍ନିଆ:
ବିଶେଷ ଭାବରେ ଶରୀରର ମାଂସପେଶୀ ଟିସୁର ଦୁର୍ବଳତା । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଜନ୍ମଗତରୁ ମଧ୍ୟ ହୋଇଥାଏ । ଏପରି କି ପେଟ ମଧ୍ୟରେ ଥିବା କିଛି ଅଂଶ ଦୁର୍ବଳ ରହିଥିଲେ ହାର୍ନିଆ ହୋଇଥାଏ । ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ପେଟକୁ ଅତି ଜୋରରେ ଆଘାତ, ଅସ୍ୱାଭାବିକ ଅଙ୍ଗଭଙ୍ଗି, ଶରୀରର କ୍ଷମତା ବାହାରେ ଅତ୍ୟଧିକ ଓଜନ ଉଠେଇବା ଯୋଗୁ ପେଟ ଭିତରେ ଥିବା ଅଂଶ ଦୁର୍ବଳ ନାଭି ପାର୍ଶ୍ୱ ଦେଇ ବାହାରକୁ ଠେଲି ବାହାରି ଆସିଥାଏ । ଯାହା ଫଳରେ ହାର୍ନିଆ ହୁଏ ।
ହାର୍ନିଆର ଚିକିତ୍ସା ପଦ୍ଧତି କ’ଣ: