ଭୁବନେଶ୍ବର:ସାଧାରଣତଃ ମଳରେ ରକ୍ତ ପଡିଲେ ଆମେ ଏହାକୁ ମଳକଣ୍ଟକ ବା ପାଇଲ୍ସ ବୋଲି କହିଥାଉ । କିନ୍ତୁ ରକ୍ତ ପଡିବା ସବୁବେଳେ ମଳକଣ୍ଟକ ହୋଇନପାରେ । ବେଳେବେଳେ ଏହା କୋଲୋନ କ୍ୟାନ୍ସର (Colon Cancer) ବା ବୃହଦନ୍ତ୍ର ମଳାଶୟ କ୍ୟାନ୍ସରର ଲକ୍ଷଣ ହୋଇପାରେ । ଏହି ରୋଗ ବୃହଦନ୍ତ୍ରର (କୋଲୋନ) ନିମ୍ନଭାଗରେ ବା ମଳଦ୍ବାରରେ ସୃଷ୍ଟି ହେଉଥିବା ଏକ କ୍ୟାନ୍ସର । ଏଥିରେ ନିମ୍ନ ବୃହଦନ୍ତ୍ରରେ ରକ୍ତସ୍ରାବ ହେବା ଯୋଗୁଁ ମଳରେ ରକ୍ତ ପଡେ । ଏଥିସହ କଳା ରଙ୍ଗର ମଳ, ଓଜନ ହ୍ରାସ ଓ ଦୁର୍ବଳତା ଅନୁଭବ ହୋଇଥାଏ । ତେବେ କ'ଣ ଏହି କୋଲୋନ କ୍ୟାନ୍ସର, କାହିଁକି ହୁଏ ଏବଂ ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ଜ୍ୟୋତିର୍ମୟୀ ଜେନା ।
ସମଗ୍ର ବିଶ୍ୱରେ ଏବେ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଖରାପ ଜୀବନଶୈଳୀ ସାଙ୍ଗକୁ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଏହାର ମୁଖ୍ୟ କାରଣ । ପ୍ରାଣଘାତି ଏହି ରୋଗର କୌଣସି ଚିକିତ୍ସା ନାହିଁ । କ୍ୟାନ୍ସର ଆରମ୍ଭରେ ଅର୍ଥାତ ଫାଷ୍ଟ ଷ୍ଟେଜରେ ହିଁ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ କରେ । ମାତ୍ର ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି । ଟିକେ ଅସାବଧାନତା ଆମ ଜୀବନ ପ୍ରତି ଘାତକ ସାଜିପାରେ ।
କୋଲୋନ କ୍ୟାନ୍ସର କଣ:
ମଳଦ୍ଵାରରେ ହେଉଥିବା କ୍ୟାନ୍ସରକୁ କୋଲୋନ କ୍ୟାନ୍ସର କୁହାଯାଏ । ଶରୀରର ଖାଦ୍ୟନଳୀରୁ ଖାଦ୍ୟ ହଜମ ପରେ ମଳ ନଳୀକୁ (କୋଲୋନ) ଯାଏ ଯାହାକି ୧.୫ ମିଟରର । ସେଥିରେ ଦୀର୍ଘ ଦିନ ଧରି ରକ୍ତ ପଡ଼ିଲେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡଃ ଜ୍ୟୋତିର୍ମୟୀ ଜେନା କହିଛନ୍ତି ।
କାହିଁକି ହୁଏ କୋଲୋନ କ୍ୟାନ୍ସର:
କ୍ୟାନ୍ସର ବିଶେଷଜ୍ଞଙ୍କ କହିବା କଥା, କୋଲୋନ କ୍ୟାନ୍ସର ବିଶେଷ ଭାବେ ୫୦ ବର୍ଷର ଊର୍ଦ୍ଧ୍ବ ବୟସ୍କ ଲୋକଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ବିଭିନ୍ନ କାରଣରୁ ଏହା ହୋଇପାରେ । ଅତ୍ୟଧିକ ତମାଖୁ ସେବନ, ଗୁଟକା, ପାନ, ମଦ୍ୟପାନ, ତେଲ ମସଲା ଜାତୀୟ ଖାଦ୍ୟ ସେବନ ଏହାର ପ୍ରମୁଖ କାରଣ । ଯେଉଁମାନଙ୍କ ଏସବୁ ଖରାପ ଅଭ୍ୟାସ ନାହିଁ ସେମାନଙ୍କୁ ମଧ୍ୟ କୋଲୋନ କ୍ୟାନ୍ସର ହୋଇପାରିବ । ବୟସ ବଢିବା ସହ ଜିନ୍ ହେବା ଖରାପ ଯୋଗୁଁ ଏହା ହୋଇପାରେ । ଯଦିଓ ଭାରତରେ କୋଲୋନ କ୍ୟାନ୍ସର ମାମଲା କମ୍ ତଥାପି ଏନେଇ ଅଧିକରୁ ଅଧିକ ସଚେତନତା ଓ ସତର୍କତା ଆବଶ୍ୟକ ବୋଲି ସେ କହିଛନ୍ତି ।
- ମଳରେ ରକ୍ତ ପଡିବା
- କଳା ରଙ୍ଗର ମଳ
- ଧୀରେ ଧୀରେ ଭୋକ କମିବା
- ପେଟ ଫୁଲିବା, ବାନ୍ତି ଲାଗିବା
- ରକ୍ତହୀନତା ବା ଏନିମିଆ
- ଦେହ ଦୁର୍ବଳ ଲାଗିବା, କିଛି ବାଟ ଚାଲିଲେ ଧଇଁସଇଁ ହେବା
ଯଦି ଏସବୁ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ଜ୍ୟୋତିର୍ମୟୀ ଜେନା ପରାମର୍ଶ ଦେଇଛନ୍ତି ।
ଏହାର ଚିକିତ୍ସ ପଦ୍ଧତି: