ଶୀତ ଦିନ ଆସିଲେ ଅନେକ ରୋଗକୁ ନେଇ ଆସିଥାଏ । ଏହି ଋତୁରେ ସଂକ୍ରମଣ ଓ ବିଭିନ୍ନ ରୋଗର ବିପଦ ବୃଦ୍ଧି ପାଇଥାଏ । ତେଣୁ ଶୀତ ଦିନେ ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଆଜି ଏହି ଖବରରେ ଜାଣିବା ଶୀତ ଋତୁରେ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଚାମଚ ମହୁ ଖାଇଲେ କ'ଣ ହୁଏ । ଏଥିରୁ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ...
ପ୍ରତିଦିନ ଖାଲି ପେଟରେ ମହୁ ଖାଇବାର ଫାଇଦା:
ମହୁ ପାଟିକୁ ଯେମିତି ସ୍ବାଦିଷ୍ଟ, ଦେହ ପାଇଁ ବି ସେମିତି ହିତକର । ଶୀତ ଦିନେ ମହୁ ଖାଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆୟୁର୍ବେଦରେ ମହୁକୁ ଔଷଧ ଭାବେ ଗଣାଯାଏ । କହିରଖୁଛୁ କି, ମହୁରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ପ୍ରତିଦିନ ଖାଲି ପେଟରେ ଏକ ଚାମକ ମହୁ ସେବନ କଲେ ଥଣ୍ଡା, କାଶ ସମସ୍ୟାରୁ ଆରାମ ମିଳେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ସଂକ୍ରାମକ ରୋଗରୁ ରକ୍ଷା ମିଳିଥାଏ ।
ଏଥିରେ ପ୍ରୋବାୟୋଟିକ ଗୁଣ ରହିଛି । ନିୟମିତ ଖାଲି ପେଟରେ 1 ଚାମଚ ମହୁ ସେବନ କରିବା ଦ୍ବାରା ଶୀତ ଦିନେ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରୋଗ ବିରୋଧରେ ଲଢିବାକୁ ଶକ୍ତି ବଢାଏ । ଥଣ୍ଡା, କାଶ ଓ ଗଳା ଖସଖସ୍ ପ୍ରଭୃତି ସମସ୍ୟାରୁ ଆରାମ ଦିଏ । ସ୍ମୃତି ଶକ୍ତି ବଢାଇଥାଏ । ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରେ । ଅନେକ ଲୋକ ଓଜନ ହ୍ରାସ ପାଇଁ ସକାଳୁ ଗରମ ପାଣିରେ ମହୁ ମିଶାଇ ପିଉଥିବାର ଦେଖିବାକୁ ମିଳେ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଯଦି କୌଣସି ବ୍ୟକ୍ତି ଏକ ଚାମଚ ମହୁରେ ହଳଦୀ ଓ ଅଳ୍ପ ଅଦା ରସ ମିଶାଇ ସେବନ କରନ୍ତି ତେବେ ଏଥିରୁ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ । ବିଶେଷଜ୍ଞ କୁହନ୍ତି, ଶୀତ ଦିନେ ମହୁ ଖାଇଲେ ହୃଦୟ ସୁସ୍ଥ ରହିପାରେ, କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଏହା ହୃଦୟ ସ୍ବାସ୍ଥ୍ୟ ପକ୍ଷେ ବେଶ୍ ହିତକର । ମହୁ ହୃଦରୋଗ ଆଶଙ୍କା କମ୍ କରି ହୃଦସ୍ପନ୍ଦନ ଉନ୍ନତ କରିବାରେ ଓ ରକ୍ତଚାପ ନିୟନ୍ତ୍ରିଣରେ ସାହାଯ୍ୟ କରେ । ଏଥିସହ ହାନିକାରକ ଫ୍ରି ରାଡିକାଲ୍ସରୁ ମଧ୍ୟ ରକ୍ଷା କରେ ।