ହାଇଦ୍ରାବାଦ: ଦୁଇ ଦିନ ତଳେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏକ ଖବର ଚର୍ଚ୍ଚାରେ ରହିଥିଲା ଯେ, ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ପୁଣେରେ ଜଣେ 26 ବର୍ଷୀୟା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଦର୍ଶାଉଛି, କାର୍ଯ୍ୟ ଚାପ କେତେ ଭୟଙ୍କର ହୋଇପାରେ ! ଆଜିର ଧାଁ ଦୌଡ ଜୀବନରେ ଅଫିସ୍ କାର୍ଯ୍ୟ, ସମ୍ପର୍କ, ଦାୟିତ୍ବ ଓ କର୍ତ୍ତବ୍ୟ ମଧ୍ୟରେ ପେଶି ହୋଇଯାଉଛି ମଣିଷ । ସକାଳ ହେଉ କି ରାତି, ଯାହା ବି ସିଫ୍ଟ ଥାଉ, ଉଠିବା ମାତ୍ରେ ଆମ ମୁଣ୍ଡରେ କେବଳ ଗୋଟିଏ କଥା ଚାଲେ- 'ମୋତେ ଅଫିସ୍ ଯିବାର ଅଛି' । ଏହି ବ୍ୟସ୍ତତା ମଧ୍ୟରେ ମଣିଷ ନିଜକୁ ଭୁଲି ଯାଉଛି । ଯେଉଁଥିପାଇଁ ଅନେକ ଲୋକ ମାନସିକ ଅବସାଦ ଓ ଚିନ୍ତାର ଶିକାର ହେଉଛନ୍ତି । ଯାହାର ପରିଣାମ କେତେ ଭୟଙ୍କର ହୋଇପାରେ ପୁଣେ ଘଟଣା ଏହାର ସଦ୍ୟ ଦୃଷ୍ଟାନ୍ତ ।
ଏପରି ସ୍ଥିତିରେ ଆପଣଙ୍କୁ ଏକ ବ୍ରେକ ନେବା ଜରୁରୀ ହୋଇପଡେ । ହେଲେ କେମିତି ଜାଣିବେ ଆପଣଙ୍କୁ ବ୍ରେକ ଦରକାର ବୋଲି ? ଏଥିପାଇଁ ନିମ୍ନୋଲିଖିତ କିଛି ପ୍ରଶ୍ନ ଉପରେ ଧ୍ୟାନ ଦିଅନ୍ତୁ
What are some signs that you need to take a break (ETV Bharat) 1. ଶୀଘ୍ର କ୍ଲାନ୍ତ ହୋଇଯାଉଛନ୍ତି ?
2. ଅଫିସରେ ବିରକ୍ତ ଲାଗୁଛି ?
3. ଘରେ ଅଫିସ୍ ଟାସ୍କ ଓ ଇମେଲ୍ ଚେକ୍ କରୁଛନ୍ତି ?
4. କାମରେ ପଛରେ ପଡିଯାଉଛନ୍ତି ? କାମ ପୁରା କରିବାକୁ ଖୁବ୍ କସରତ୍ କରିବାକୁ ପଡୁଛି ?
5. ମଲ୍ଟିଟାସ୍କିଂ କରୁଛନ୍ତି ?
6. ସପ୍ତାହରେ 50 ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି ? (ଅଫିସ ସମେତ ଘରେ)
7. ନିଜ ବସ୍ କିମ୍ବା ସହକର୍ମୀଙ୍କ କଲ୍ ପାଇଁ ସବୁବେଳେ ହାତରେ ଫୋନ ରହୁଛି ?
8. ଅଫିସ୍ ସମୟ ପରେ ଏବଂ ଛୁଟି ଦିନରେ ଅଫିସ୍ କଲ୍ କରୁଛନ୍ତି ?
9. ନିଜ ପସନ୍ଦର କାମ କରିବାକୁ ସମୟ ମିଳୁନି ବୋଲି ଭାବୁଛନ୍ତି ?
10. ଅଫିସ୍ ଆସିବାକୁ ଭୟ ଲାଗୁଛି ଅବା ଇଚ୍ଛା ହେଉନି ?
11. ଲାଗୁଛି କି ଦିନଗୁଡିକ ବାସ୍ ସେମିତି ବିତିଯାଉଛି ?
12. ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହେଉଛି ?
13. କାର୍ଯ୍ୟଚାପ ଯୋଗୁଁ ଅତିଷ୍ଠ ଅନୁଭବ କରୁଛନ୍ତି ? ଚିଡ୍ଚିଡା ଲାଗୁଛି ?
14. କିଛି ଦିନ ଛୁଟି ନେବାରେ ସମସ୍ୟା ହେଉଛି ?
ଯଦି ଉପରୋକ୍ତ ପ୍ରଶ୍ନଗୁଡିକୁ ମଧ୍ୟରୁ 7ଟି ପ୍ରଶ୍ନର ଉତ୍ତର ଆପଣଙ୍କ 'ହଁ', ତାହେଲେ ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆପଣଙ୍କୁ ଏକ ବ୍ରେକ ନେବାର ଆବଶ୍ୟକତା ଅଛି । କିଛି ସମୟ କାର୍ଯ୍ୟରୁ ବିରତି ନେଇ ନିଜକୁ ସମୟ ଦିଅନ୍ତୁ । ଏମିତି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ଶାନ୍ତି ଦେବ । ଏପରି କଲେ ଆପଣ ପୁଣିଥରେ ଏକ ନୂଆ ଉତ୍ସାହ ସହ ନିଜ କର୍ମକ୍ଷେତ୍ରକୁ ଫେରିପାରିବେ ଏବଂ ନିଷ୍ଠା ଓ ଦାୟିତ୍ବବୋଧ ସହକାରେ କାର୍ଯ୍ୟ କରିପାରିବେ ।
What are some signs that you need to take a break (ETV Bharat) ବ୍ରେକ ନେବାର ସଙ୍କେତ ଦେଉଥିବା ଲକ୍ଷଣ:
- ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ
- ଏକାଗ୍ରତା ନ ଆସିବା
- ବାରମ୍ବାର ଅସୁସ୍ଥ ହେବା
- ଦୁର୍ବଳ ଅନୁଭବ ହେବା
- ମୁଡ୍ ଠିକ୍ ନ ରହିବା/ ଚିଡ୍ଚିଡା ହେବା
- ହତାଶ ଭାବ
- ଲଗାତାର ଥକ୍କା ଅନୁଭବ କରିବା
- ମୁଣ୍ଡବିନ୍ଧା ଓ ମାଇଗ୍ରେନ
- ଅଧିକ ନିଦ ଲାଗିବା ନଚେତ୍ ନିଦ ନ ହେବା
- କାମରେ ମନ ଲାଗିବା/ ଠିକ୍ ଭାବେ କାମ ନ କରିପାରିବା
- ଚାପରୁ ବାହାରିବାକୁ ମାଦକ ଦ୍ରବ୍ୟ ସେବନ
- ସାଙ୍ଗସାଥୀ, ପରିବାର ଓ ସହକର୍ମୀଙ୍କଠୁ ଦୂରେଇ ରହିବା Ref- https://www.verywellmind.com/why-you-should-take-a-break-3144576
Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।