ଓଡିଶା

odisha

ETV Bharat / health

BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

ରକ୍ତଚାପ, ମଧୁମେହ ଓ ହୃଦଘାତ ଭଳି ଘାତକ ରୋଗ ରହିବ କୋଷେ ଦୂରରେ । ବାସ୍ ପ୍ରତିଦିନ 30 ମିନିଟ୍ କରନ୍ତୁ ଏହି କାମ ।

By ETV Bharat Health Team

Published : 4 hours ago

Daily 30 minutes walk
Daily 30 minutes walk (ETV Bharat)

Healthy Life Tips: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ ସହ ପ୍ରତିଦିନ ଯୋଗ, ଧ୍ୟାନ, ବ୍ୟାୟାମ କରିବା ଜରୁରୀ । ମାତ୍ର ସକାଳୁ ଯାଇ ସନ୍ଧ୍ୟାରେ ଅଫିସରୁ ଫେରିଥିବା ଲୋକଙ୍କ ଲାଗି ଏଥିପାଇଁ ସମୟ ବାହାର କରିବା ମୁସ୍କିଲ ହୁଏ । ତା' ଉପରେ ଅଫିସରେ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଏବଂ ଅସ୍ବାସ୍ଥ୍ୟକର ବାହାର ଖାଦ୍ୟ ଖାଇବା ନାନା ରୋଗକୁ ଆମନ୍ତ୍ରଣ କରେ । ଏହି କାରଣରୁ ଆଜିକାଲି ଡାଇବେଟିସ୍, କୋଲେଷ୍ଟ୍ରଲ, ହାର୍ଟଆଟାକ୍, ବ୍ଲଡପ୍ରେସର ପ୍ରଭୃତି ରୋଗ ଅତି ସାଧାରଣ ହୋଇଗଲାଣି । ଏମିତିରେ ଯଦି ଆପଣ ବ୍ୟାୟାମ ପାଇଁ ଯଥେଷ୍ଟ ସମୟ ଦେଇପାରୁ ନାହାନ୍ତି ତାହେଲେ ପ୍ରତିଦିନ 30 ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ ।

ଶାରିରୀକ ସ୍ବାସ୍ଥ୍ୟ ସହ ମାନସିକ ସ୍ବାସ୍ଥ୍ୟ ଉନ୍ନତ କରିବା ଲାଗି ପ୍ରତିଦିନ ଚାଲିବା ଏକ ଭଲ ଅଭ୍ୟାସ । ଚାଲିବା ଏକ କମ୍ ପରିଶ୍ରମ ଯୁକ୍ତ ବ୍ୟାୟାମ, ଯାହା ଅନେକ ସ୍ବାସ୍ଥ୍ୟଗତ ଲାଭ ପ୍ରଦାନ କରେ । ଡାକ୍ତରଙ୍କ ଅନୁସାରେ, ଚାଲିବା ଆପଣଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ବଜାୟ ରଖିବା ସହ ବିଭିନ୍ନ ରୋଗର ଆଶଙ୍କା କମାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ କେବଳ 30 ମିନିଟ୍ ଏକ୍ସରସାଇଜ ହାଡ ଓ ମାଂସପେଶୀ ମଜଭୁତ କରିବା ସହିତ ହାର୍ଟଆଟାକ, ଡାଇବେଟିସ, ଅଷ୍ଟ୍ରିଓପୋରୋସିସ୍ ଏବଂ ଆଉ କେତେକ ଘାତକ ରୋଗରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ ।

Daily 30 minutes walk (ETV Bharat)

ପ୍ରତିଦିନ 30 ମିନିଟ୍ ଚାଲିବାର ଫାଇଦା:

ହୃଦୟ ସ୍ବାସ୍ଥ୍ୟ: ଚାଲିବା ଦ୍ବାରା ହୃଦଜନିତ ରୋଗ, ଷ୍ଟ୍ରୋକ ଆଶଙ୍କା କମିଥାଏ । ଉଚ୍ଚ ରକ୍ତଚାପ, ଟାଇପ୍-2 ଡାଇବେଟିସ୍ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ନିୟମିତ ଚାଲିବା ଫଳରେ ହୃଦ୍ ସମ୍ବନ୍ଧୀୟ ଫିଟନେସ୍ ଉନ୍ନତ ହୁଏ ।

ଓଜନ ନିୟନ୍ତ୍ରଣ: ଚାଲିଲେ ଶରୀର ଆକ୍ଟିଭ ରହେ । ସୁସ୍ଥ ଓଜନ ବଜାୟ ରଖିବାରେ ଏବଂ ଚର୍ବି କମ୍ କରିବାରେ ସହାୟକ ହୁଏ ।

ହାଡ ମଜଭୁତ:ଯଦି ଆମେ ଦିନକୁ 30 ମିନିଟ୍ ପାଦରେ ଚଲାବୁଲା କରେ, ଏହାଦ୍ବାରା ହାଡ ଓ ମାଂସପେଶୀ ସୁଦୃଢ ହୁଏ । ମାଂସପେଶୀର ସହନଶକ୍ତିରେ ସୁଧାର ଆସେ । କେତେକ ଅଧ୍ୟୟନରୁ ଜଣାପଡିଛି, ପ୍ରତିଦିନ କିଛି ସମୟ ଚାଲିବା ଦ୍ବାରା ଆର୍ଥ୍ରାଇଟିସ୍ ଜନିତ ଯନ୍ତ୍ରଣା କମ୍ ହୋଇଥାଏ । ସପ୍ତାହକୁ 5ରୁ 6 ମାଇଲ ଚାଲିଲେ ଆର୍ଥ୍ରାଇଟିସ୍ ହେବାର ସମ୍ଭାବନା କମିଥାଏ ।

ବ୍ରେଷ୍ଟ କ୍ୟାନସର ଆଶଙ୍କା କମେ: ପ୍ରତିଦିନ ଚାଲିବା ବ୍ରେଷ୍ଟ କ୍ୟାନ୍ସର (ସ୍ତନ କର୍କଟ) ଆଶଙ୍କା କମ୍ କରିଥାଏ । ଆମେରିକୀୟ କ୍ୟାନ୍ସର ସୋସାଇଟିର ଏକ ଅଧ୍ୟୟନରୁ ଜଣାପଡେ, ସପ୍ତାହରେ 7ରୁ ଅଧିକ ଘଣ୍ଟା ଚାଲୁଥିବା ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ସପ୍ତାହକୁ 3 ଘଣ୍ଟାରୁ କମ୍ ଚାଲୁଥିବା ମହିଳାଙ୍କ ତୁଳନାରେ 14 ପ୍ରତିଶତ କମ୍ ।

ଏନର୍ଜି ବଢାଏ: ପ୍ରତିଦିନ 30 ମିନିଟ୍ ଚାଲିଲେ ଶରୀରରେ ଏନର୍ଜି ସ୍ତର ବୃଦ୍ଧିରେ ସହାୟକ ହୁଏ ।

ମୁଡ୍ ଠିକ୍ ରହେ:ନିୟମିତ 30 ମିନିଟ୍ ଚାଲିବା ଦ୍ବାରା ମୁଡ୍ ଠିକ୍ ରହେ । ରାତିରେ ଭଲ ନିଦ ହୁଏ । ଏହାର ମସ୍ତିଷ୍କ ସ୍ବାସ୍ଥ୍ୟ (Brain health) ଉନ୍ନତ କରିବାରେ ମଧ୍ୟ ସହାୟକ ହୁଏ ।

ଇମ୍ୟୁନିଟି ବଢେ:ଚଲାବୁଲା କରିବା ଦ୍ବାରା ସାମଗ୍ରିକ ପ୍ରତିରକ୍ଷା ପ୍ରଣାଳୀରେ ସୁଧାର ଆସେ । ସନ୍ତୁଳନ ଓ ମାଂସପେଶୀ ମଧ୍ୟରେ ସମନ୍ବୟ ଉନ୍ନତ ହୁଏ । ଥଣ୍ତା, ଜ୍ବର ଭଳି ବିଭିନ୍ନ ସଂକ୍ରାମକ ରୋଗରୁ ସୁରକ୍ଷା ଦିଏ । ଏକ ଅଧ୍ୟୟନରୁ ଜଣାପଡେ, ଦିନକୁ 20 ମିନିଟ୍ ଚାଲୁଥିବା ଲୋକେ ସପ୍ତାହକୁ ଥରେ ବ୍ୟାୟାମ କରୁଥିବା ଲୋକଙ୍କ ତୁଳନାରେ ରୋଗରେ ପଡିବାର ସମ୍ଭାବନା 43 ପ୍ରତିଶତ କମ୍ ।

Source-https://www.health.harvard.edu/staying-healthy/5-surprising-benefits-of-walking

ଏହା ମଧ୍ୟ ପଢନ୍ତୁ:ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା

ଏହା ମଧ୍ୟ ପଢନ୍ତୁ:ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details