ଓଡିଶା

odisha

ETV Bharat / health

କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଏହି ଭୁଲ ପଡିପାରେ ଭାରି - CONTACT LENSES

କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଆପଣଙ୍କ ସାମାନ୍ୟ ଭୁଲରୁ ହରାଇପାରନ୍ତି ଦୃଷ୍ଟି ଶକ୍ତି । ଲେନ୍ସ ଲଗାଇବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା

କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଡାକ୍ତର କହିଲେ ଏହି ଜରୁରୀ କଥା
କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଡାକ୍ତର କହିଲେ ଏହି ଜରୁରୀ କଥା (ETV Bharat)

By ETV Bharat Health Team

Published : Nov 29, 2024, 11:31 AM IST

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଚଷମା ପିନ୍ଧିବାକୁ ଭଲ ଲାଗେନି । ଏଥିପାଇଁ ସେମାନେ କଣ୍ଟାକ୍ଟ ଲେନ୍ସ ପିନ୍ଧିଥାନ୍ତି । ଆଜିକାଲି କଣ୍ଟାକ୍ଟ ଲେନ୍ସ କେବଳ ଚଷମାର ବିକଳ୍ପ ନୁହେଁ, ବରଂ ଫ୍ୟାସନ ରୂପେ ବହୁଳ ବ୍ୟବହାର ହେଲାଣି । ଏହା ଦୃଷ୍ଟି ଶକ୍ତି ଉନ୍ନତ କରିବା ସହ ଆଖିକୁ ଏକ ଆକର୍ଷକ ଲୁକ୍ ଦେଇଥାଏ । ବଜାରରେ ବିଭିନ୍ନ ପ୍ରକାର କଣ୍ଟାକ୍ଟ ଲେନ୍ସ ମିଳେ । କେଉଁଟା ଗୋଟିଏ ଥର ବ୍ୟବହାର ପାଇଁ ତ ଆଉ କେଉଁଟା ଅଧିକ ସମୟ ପାଇଁ । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳାଙ୍କ ସହ ପୁରୁଷମାନେ ମଧ୍ୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାରରେ ଟିକିଏ ଭୁଲ୍ ଆଖିକୁ ବଡ କ୍ଷତି ପହଞ୍ଚାଇପାରେ ।

କ'ଣ କୁହନ୍ତି ଡାକ୍ତର ?

ନୂଆଦିଲ୍ଲୀର ଚକ୍ଷୁରୋଗ ବିଶେଷଜ୍ଞ ଡଃ ନୂପୁର ଯୋଶୀ କହିଛନ୍ତି ଯେ, କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ସମୟରେ ଟିକିଏ ଅସାବଧାନତା ଆପଣଙ୍କ ଆଖିରେ ଗୁରୁତର କ୍ଷତି ଘଟାଇପାରେ । ଲେନ୍ସ ଠିକ୍ ଭାବେ ନ ପିନ୍ଧିଲେ କିମ୍ବା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ ଆଖିରେ ବ୍ୟାକ୍ଟେରିଆ ଓ ଫଙ୍ଗଲ ସଂକ୍ରମଣ ହେବାର ଆଶଙ୍କା ଥାଏ । ଯାହାଫଳରେ ଦୃଷ୍ଟି ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ କଣ୍ଟାକ୍ଟ ଲେନ୍ସକୁ ସବୁବେଳେ ସଫା ରଖିବା ଉଚିତ୍ ।

ଭୁଲ୍ ଉପାୟରେ ଲେନ୍ସ ପିନ୍ଧିଲେ ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ ଯେମିତିକି- ଆଖିରେ ପୋଡାଜଳା ହେବା, ଲାଲ୍ ପଡିଯିବା, ବ୍ୟାକ୍ଟେରିଆ ଓ ଫଙ୍ଗଲ ସଂକ୍ରମଣ, କର୍ନିଆଲ ଅଲ୍‌ସର ବା ଘା', ଦୃଷ୍ଟି ଶକ୍ତି ଖରାପ ହେବା, ଶୁଷ୍କ ଆଖି ଇତ୍ୟାଦି ।

କଣ୍ଟାକ୍ଟ ଲେନ୍ସ ପିନ୍ଧିବାରେ ଭୁଲ:

ଅନେକ ଲୋକ ଜାଣତରେ ଅଜାଣତରେ କଣ୍ଟାକ୍ଟ ଲେନ୍ସ ବ୍ୟବହାରରେ ଭୁଲ୍ କରନ୍ତି । ସେଥିମଧ୍ୟରୁ କିଛି ସାଧାରଣ ତ୍ରୁଟି ନିମ୍ନୋଲିଖିତ ରହିଛି

ଲେନ୍ସ ଲଗାଇବା ପୂର୍ବରୁ ହାତ ନ ଧୋଇବା: ମଇଳା ହାତରେ ଲେନ୍ସ ଲଗାଇଲେ ସଂକ୍ରମଣ ହେବାର ବିପଦ ଥାଏ ।

ଠିକ୍ ଭାବେ ଲେନ୍ସ ସଫା ନକରିବା:ଲେନ୍ସକୁ ନିୟମିତ ରୂପେ ଉଚିତ ସଲ୍ୟୁସନରେ ନ ଧୋଇବା ଏକ ବଡ ଭୁଲ ।

ଅଧିକ ସମୟ ଲେନ୍ସ ପିନ୍ଧିବା: ଦୀର୍ଘ ସମୟ ପର୍ଯନ୍ତ ଲେନ୍ସ ପିନ୍ଧିବା ଦ୍ବାରା ଆଖିରେ ଶୁଷ୍କ ହୋଇ ପୋଡାଜଳା କରିପାରେ ।

ଲେନ୍ସ ପିନ୍ଧି ଶୋଇବା: ଶୋଇବା ସମୟରେ ଆଦୌ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖିରେ ସମସ୍ୟା ହୋଇପାରେ ।

ପୁରୁଣା ଲେନ୍ସ ବ୍ୟବହାର କରିବା:ଏକ୍ସପାରୀ ଡେଟ୍ ପରେ ଲେନ୍ସ ବ୍ୟବହାର କରିବା ଆଖି ପ୍ରତି ବିପଦଜ୍ଜନକ ହୋଇପାରେ ।

ସାଧାରଣ ପାଣିରେ ଲେନ୍ସ ଧୋଇବା:ଏହା ସଂକ୍ରମଣର କାରଣ ହୋଇପାରେ ।

କଣ୍ଟାକ୍ଟ ଲେନ୍ସ ପିନ୍ଧିବାର ଠିକ୍ ଉପାୟ:

ଡଃ ନୂପୁର କହିଛନ୍ତି ଯେ, ଲେନ୍ସ ସବୁବେଳେ ଠିକ୍ ଭାବେ ପିନ୍ଧିବା ଅତ୍ୟନ୍ତ ଜରୁରୀ । ଏହାକୁ ପିନ୍ଧିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବେ

  • ସବୁବେଳେ ସଫା ଓ ଶୁଖିଲା ହାତରେ ଲେନ୍ସ ଲଗାନ୍ତୁ ।
  • ଡାକ୍ତର ପରାମର୍ଶ ଦେଇଥିବା ସଲ୍ୟୁସନରେ ହିଁ ଲେନ୍ସ ରଖନ୍ତୁ ।
  • ସର୍ବଦା ଲେନ୍ସ ବ୍ୟବହାର ପୂର୍ବରୁ ଓ ପରେ ସଲ୍ୟୁସନରେ ସଫା କରନ୍ତୁ ।
  • 8-10 ଘଣ୍ଟାରୁ ଅଧିକ ଲେନ୍ସ ଲଗାନ୍ତୁ ନାହିଁ ।
  • ଆଖି କୁଣ୍ଡେଇ ହେଲେ କିମ୍ବା ପୋଡାଜଳା କଲେ ତୁରନ୍ତ ଲେନ୍ସ ବାହାର କରନ୍ତୁ ।
  • ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲେନ୍ସ ବ୍ୟବହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ:ଶୀତ ଦିନେ ଥଣ୍ଡା ନା ଗରମ ପାଣିରେ ମୁଣ୍ଡ ସଫା କରିବେ ? ଜାଣନ୍ତୁ

ABOUT THE AUTHOR

...view details