ହାଇଦ୍ରାବାଦ: କର୍କଟ ରୋଗ ଏକ ମାରାତ୍ମକ ରୋଗ । ଯାହା ସାରା ନାମ ଶୁଣିବା ମାତ୍ର ମନରେ ଭୟ ଆସିଯାଏ । ଏହି ରୋଗରୁ ଚିକିତ୍ସା ଦ୍ବାରା ସୁସ୍ଥ ହେବାର ବହୁତ କମ୍ ସମ୍ଭାବନା ମଧ୍ୟ ରହିଛି । ଆଜିର ସମୟରେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଭାରତରେ ସର୍ବାଧିକ ସଂଖ୍ୟକ ମହିଳା ସ୍ତନ କର୍କଟ ରୋଗରେ ପୀଡିତ ଥିବାବେଳେ ଗର୍ଭାଶୟ କର୍କଟ ଦ୍ବିତୀୟରେ ରହିଛି ।
ଚିକିତ୍ସା ବିଜ୍ଞାନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୧୫ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ମହିଳାଙ୍କ ଠାରେ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଭାରତରେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ଦ୍ବିତୀୟ ସବୁଠାରୁ ବିପଦଜନକ ରୋଗ ହେଉଛି ଗର୍ଭାଶୟ କର୍କଟ ବା ସର୍ଭିକାଲ୍ କ୍ୟାନସର । ଭାରତରେ ଏପରି ମହିଳାଙ୍କ ସଂଖ୍ୟା 511 ନିୟୁତରୁ ଅଧିକ ଅଟେ ।
ଗର୍ଭାଶୟ କର୍କଟ ବା ସର୍ଭିକାଲ୍ କ୍ୟାନସର ମୁଖ୍ୟତଃ କିଛି ପ୍ରକାରର ମାନବ ପାପିଲୋମାଭାଇରସ୍ (HPV) ଦ୍ବାରା ହୁଏ ।ଏହା ଏକ ଯୌନ ସଂକ୍ରମିତ ସଂକ୍ରମଣ ଅଟେ । ସାରା ବିଶ୍ବରେ ଗର୍ଭାଶୟ କର୍କଟ ଏକ ପ୍ରମୁଖ ସ୍ବାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି । ତେବେ ଆଶ୍ବସ୍ତିକର କଥା ହେଲା ଯେ ଟୀକାକରଣ, ନିୟମିତ ସ୍କ୍ରିନିଂ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି ଗର୍ଭାଶୟ କର୍କଟ ରୋଗକୁ ରୋକାଯାଇପାରିବ। ସମୟ ମଧ୍ୟରେ ଏହି ରୋଗକୁ ଚିହ୍ନଟ କରିବା ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟ । ହେଲେ ଦୁଃଖଦ କଥା ହେଲା ଯେ ଅନେକ ମହିଳା ଗର୍ଭାଶୟ କର୍କଟ ରୋଗରେ ପୀଡିତ ହୋଇ ମଧ୍ୟ ଶେଷ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ । ଯାହା ଜୀବନର ଶେଷ ଅବସ୍ଥାକୁ ଆଡକୁ ନେଇଯାଇଥାଏ ।
ଆପଣଙ୍କୁ କହି ରଖୁଛୁ ଯେ, ଅନ୍ୟ କର୍କଟ ରୋଗ ପରି ସର୍ଭାଇକାଲ୍ କର୍କଟ ତଥା ଗର୍ଭାଶୟ କର୍କଟ ମଧ୍ୟ ଶରୀରର ଅନ୍ୟ ଅଂଶକୁ ବ୍ୟାପିବାର କ୍ଷମତା ରଖିଥାଏ । ଏହାର ଅର୍ଥ ହେଉଛି କର୍କଟ କୋଷଗୁଡ଼ିକ ସର୍ଭିକ୍ସ ପାଖରେ ଥିବା ଅନ୍ୟ ଅଂଶକୁ ବ୍ୟାପିଥାଏ । ଅଧିକାଂଶ କ୍ଷେତ୍ରରେ ଏହି କର୍କଟ ରୋଗ HPV କିମ୍ବା ମାନବ ପାପିଲୋମାଭାଇରସ୍ ଦ୍ବାରା ହୋଇଥାଏ। ଏହା ଏକ ଯୌନ ସଂକ୍ରମିତ ରୋଗ ଅଟେ।
ଗର୍ଭାଶୟ କର୍କଟ କ'ଣ ?
ଗର୍ଭାଶୟ କର୍କଟ ରୋଗ ଜରାୟୁର ତଳ ଅଂଶ, ସର୍ଭିକ୍ସ ପାଖରେ ଟ୍ୟୁମର ଏବଂ ଅସ୍ବାଭାବିକ ବୃଦ୍ଧି ହେତୁ ହୋଇଥାଏ । ଏହି କର୍କଟ ମୁଖ୍ୟତଃ ଏଣ୍ଡୋମେଟ୍ରିଅମ୍ରେ ଆରମ୍ଭ ହୁଏ । ଯାହା ଗର୍ଭାଶୟର ଆବରଣ ।
ଗର୍ଭାଶୟ କର୍କଟ ରୋଗର ମୁଖ୍ୟ କାରଣ କ'ଣ ?
ହରମୋନ୍ ପରିବର୍ତ୍ତନ: ଶରୀରରେ ଏଷ୍ଟ୍ରୋଜେନ୍ ହରମୋନର ଉତ୍ପାଦନ ବୃଦ୍ଧି ପାଇଲେ ଗର୍ଭାଶୟ କର୍କଟ ହେବାର ଆଶଙ୍କା ରହିଥାଏ । ଏହି ହରମୋନର ଅତ୍ୟଧିକ ଉତ୍ପାଦନ ଗର୍ଭାଶୟକୁ ପ୍ରଭାବିତ କରେ।
ବୟସ: ବୟସ ବଢ଼ିବା ସହିତ ସର୍ଭାଇକାଲ୍ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଏ । 50-70 ବର୍ଷ ବୟସର ମହିଳାମାନେ ଏହି କର୍କଟ ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ ଥାଏ ।
ଆୟୋଡିନ୍ ଅଭାବ:ଏହି କର୍କଟ ବିଶେଷକରି ଆୟୋଡିନ୍ ଅଭାବ ଥିବା ମହିଳାମାନଙ୍କୁ ପ୍ରଭାବିତ କରିପାରେ।
କାହାକୁ ସର୍ଭାଇକାଲ୍ କର୍କଟ ହେବାର ଆଶଙ୍କା ଅଧିକ ଥାଏ ?
୫୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଠାରେ ସର୍ଭାଇକାଲ୍ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ମହିଳାମାନେ ଏହି କର୍କଟ ରୋଗର ଆଶଙ୍କାରେ ଥାଇପାରନ୍ତି, ବିଶେଷକରି ଋତୁସ୍ରାବ ପରେ । ଯେଉଁ ମହିଳାମାନଙ୍କର ଓଜନ ଅଧିକ, ମେଦବହୁଳତା ଏବଂ ମଧୁମେହ ରୋଗରେ ପୀଡିତ, ସେମାନେ ଏହି ରୋଗର ସର୍ବାଧିକ ବିପଦରେ ଥାଆନ୍ତି । ସର୍ଭାଇକାଲ୍ କର୍କଟ ବଂଶାନୁକ୍ରମିକ ମଧ୍ୟ ହୋଇପାରେ। ଯଦି ପରିବାରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଏହି କର୍କଟ ରୋଗ ଥାଏ, ତେବେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ।