ହାଇଦ୍ରାବାଦ:କୋଷ୍ଠକାଠିନ୍ୟ ବା ଝାଡା ସଫା ନହେବା ଏକ ସାଧାରଣ ସମସ୍ୟା । ଏହା ବିଶେଷ ବୃଦ୍ଧାବସ୍ଥାରେ ଦେଖାଯାଏ । ଆଜିକାଲିର ଖାଦ୍ୟପେୟ ଓ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ଅଧିକାଂଶ ଲୋକେ ଏହି ସମସ୍ୟା ଭୋଗୁଛନ୍ତି । ଯଦି ସ୍ବାଭାବିକରୁ କମ୍ ମଳତ୍ୟାଗ ହୁଏ, ଏଥିପାଇଁ ଅଧିକ ସମୟ ଲାଗେ କିମ୍ବା ମଳ କଠିନ ହୁଏ, ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ହୋଇପାରେ । ପ୍ରାୟ ସମସ୍ତେ କେବେ ନା କେବେ କୋଷ୍ଠକାଠିନ୍ୟର ଅନୁଭବ କରିଥିବେ ।
ଖାଦ୍ୟପେୟରେ ପରିବର୍ତ୍ତନ କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । କୋଷ୍ଠକାଠିନ୍ୟ ପୀଡିତ ଲୋକଙ୍କୁ ମଳତ୍ୟାଗରେ ଅସୁବିଧା ହୁଏ । ଏହାଦ୍ବାରା ଉଚ୍ଚ ରକ୍ତଚାପ, ଆର୍ଥ୍ରାଇଟିସ୍ ଭଳି ଅନ୍ୟ ସମସ୍ୟା ବି ସୃଷ୍ଟି ହୋଇପାରେ । ଏହି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆୟୁର୍ବେଦ ଡାକ୍ତର ଏମ ରାଜଲକ୍ଷ୍ମୀ କିଛି ସହଜ ଘରୋଇ ଉପଚାର ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଜାଣନ୍ତୁ କୋଷ୍ଠକାଠିନ୍ୟର ଲକ୍ଷଣ
କୋଷ୍ଠକାଠିନ୍ୟ ହେଲେ କଠିନ ମଳତ୍ୟାଗ ହୋଇଥାଏ । ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ । ଯଦି ସପ୍ତାହରେ 3 ଥରରୁ କମ୍ ମଳତ୍ୟାଗ ହେଉଛି, ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ହୋଇପାରେ । ତେବେ ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମୟ ଭିନ୍ନ ଭିନ୍ନ । କିଛି ଲୋକ ଦିନକୁ ତିନି ଥର ମଳତ୍ୟାଗ କରନ୍ତି । ଆଉ କିଛି ଲୋକେ ସପ୍ତାହକୁ ମାତ୍ର କେଇ ଦିନ ମଳତ୍ୟାଗ କରିଥାନ୍ତି । ହେଲେ ସପ୍ତାହରେ 3 ଦିନରୁ ଅଧିକ ସମୟ ମଳତ୍ୟାଗ ନ ହେବା ଏକ ଲମ୍ବା ସମୟ । 3 ଦିନ ପରେ ମଳ କଠିନ ହୋଇଯାଏ ଓ ଏହାକୁ ତ୍ୟାଗ କରିବା ଖୁବ୍ ମୁସ୍କିଲ ହୋଇପଡେ ।
କୋଷ୍ଠକାଠିନ୍ୟ ଲକ୍ଷଣ:
- ସପ୍ତାହରେ ତିନି ଥରରୁ କମ୍ ମଳତ୍ୟାଗ
- ମଳ କଠିନ ହେବା
- ମଳତ୍ୟାଗରେ ସମସ୍ୟା ହେବା
- ପେଟ ଭଲ ଭାବେ ସଫା ନହେବା ଅନୁଭବ
କୋଷ୍ଠକାଠିନ୍ୟର କାରଣ କ'ଣ ?
ସାଧାରଣତଃ ବୟସ୍କଙ୍କ ମଧ୍ୟରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ । ଖାଦ୍ୟପେୟ ଓ ବିଭିନ୍ନ ଔଷଧ ସେବନ ଯୋଗୁଁ ଏହା ହୋଇପାରେ । ବୃଦ୍ଧାବସ୍ଥାରେ ଏହା ଏକ ସାଧାରଣ ସମସ୍ୟା । ସଠିକ୍ ସତର୍କତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ କେବଳ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ କୋଷ୍ଠକାଠିନ୍ୟ ହୁଏନି, ବରଂ ଏହାର ଆହୁରି ଅନେକ କାରଣ ହୋଇପାରେ ।
- ଷ୍ଟ୍ରୋକ, ପାର୍କିନସନ୍ସ ରୋଗ, ଓ ମେରୁଦଣ୍ଡରେ ଆଘାତ କୋଷ୍ଠକାଠିନ୍ୟର କାରଣ ହୋଇପାରେ ।
- ପର୍ଯ୍ୟାପ୍ତ ମାତ୍ରାରେ ଫାଇବରଯୁକ୍ତ ଖାଦ୍ୟ ନ ଖାଇବା
- ଅଧିକ ପାଣି ନ ପିଇବା, ବ୍ୟାୟାମ ନକରିବା
- ଅଧିକ ଚା ଓ କଫି ସେବନ
- ମଦ୍ୟପାନ ଓ ଧୂମ୍ରପାନ
- ମାନସିକ ଚାପ ଓ ଅଶାନ୍ତି
- ଅଧିକ ସମୟ ଯାତ୍ରା, ଠିକ୍ ସମୟରେ ନ ଖାଇବା
- ଶୋଇବା ସମୟ ଠିକ୍ ନ ରହିବା
- ହରମୋନ ଓ ମେଟାବୋଲିଜିମକୁ ପ୍ରଭାବିତ କରୁଥିବା ସ୍ଥିତି, ଯେପରି ଡାଇବେଟିସ୍ ବି କୋଷ୍ଠକାଠିନ୍ୟର କାରଣ ହୋଇପାରେ ।
- ଅନ୍ୟ ମେଡିକାଲ ସ୍ଥିତି ଯେପରି ଟ୍ୟୁମର, ବ୍ଲକେଜ, ପେଲଭିକ ଫ୍ଲୋର ଓ ଗ୍ୟାସୋଇଣ୍ଟେଷ୍ଟାଇନାଲ ଡିସଅର୍ଡର
କୋଷ୍ଠକାଠିନ୍ୟର ଘରୋଇ ଉପଚାର:
ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀରରେ 2 ଛୋଟ ଚାମଚ ଘିଅ ମିଶାଇ ପିଅନ୍ତୁ