ଓଡିଶା

odisha

By ETV Bharat Health Team

Published : 4 hours ago

ETV Bharat / health

ଓଜନ କମାଇବାଠୁ ନେଇ ମଧୁମେହ ଯାଏ, ଜିରା ପାଣିରୁ ମିଳିପାରେ ଏହି ଚମତ୍କାର ଫାଇଦା - Health benefits of Jeera water

Health benefits of Jeera water: ସମସ୍ତଙ୍କ ରୋଷେଇ ଘର ଜିରା ସହଜରେ ମିଳିଯାଏ । ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି ବରଂ ସ୍ବାସ୍ଥ୍ୟ ପାଇଁ ବି ଖୁବ୍ ଉପକାରୀ । ଓଜନ କମାଇବାଠୁ ନେଇ ଡାଇବେଟିସ୍, କୋଲେଷ୍ଟ୍ରଲ ଯାଏ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରେ । ଅଧିକ ପଢନ୍ତୁ

ଓଜନ କମାଇବାଠୁ ନେଇ ମଧୁମେହ ଯାଏ, ଜିରା ପାଣି ପିଇଲେ ମିଳିପାରେ ଏସବୁ ଫାଇଦା
ଓଜନ କମାଇବାଠୁ ନେଇ ମଧୁମେହ ଯାଏ, ଜିରା ପାଣି ପିଇଲେ ମିଳିପାରେ ଏସବୁ ଫାଇଦା (ETV Bharat)

Health benefits of Jeera water:ଜିରା ପ୍ରତ୍ୟେକ ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ମସାଲା । ଡାଲମା ହେଉ କି ତରକାରୀ ସବୁଥିରେ ଜିରାର ବ୍ୟବହାର କରାଯାଏ । ହେଲେ ଆପଣ ଜାଣିଛନ୍ତି କି, ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି ବରଂ ସ୍ବାସ୍ଥ୍ୟ ପାଇଁ ବି ଖୁବ୍ ଉପକାରୀ । ଅନୁସନ୍ଧାନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଜିରା ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣରେ ଭରପୂର । ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଆମ ଇମ୍ୟୁନିଟି ସିଷ୍ଟମ ମଜଭୁତ କରି ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ସେହିପରି ହଜମ ପ୍ରକ୍ରିୟା ଉନ୍ନତ କରିବାଠାରୁ ନେଇ ଓଜନ କମାଇବା, ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବା ଯାଏ ପ୍ରତିଦିନ ଜିରା ପାଣି ପିଇବା ଫଳରେ ଏହିଭଳି ଅନେକ ଫାଇଦା ମିଳିଥାଏ ।

ଜିରାରେ ଅନେକ ଜରୁରୀ ଭିଟାମିନ ଓ ଖଣିଜ ସାର ରହିଛି, ଯାହା ସୁସ୍ଥ ରହିବା ପାଇଁ ଆବଶ୍ୟକ । ଏଥିରେ ଭିଟାମିନ ଏ, ଇ, ସି, କେ, ବି-ଭିଟାମିନ ଏବଂ ମ୍ୟାଗ୍ନେସିୟମ, ମାଙ୍ଗାନିଜ, କ୍ୟାଲସିୟମ, ଫସଫରସ୍, ଜିଙ୍କ, ପୋଟାସିୟମ ଭଳି ମିନେରାଲ ବା ଖଣିଜ ସାରା ମିଳେ । ଏସବୁ ପୋଷକ ତତ୍ତ୍ବ ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ । ଜିରାରେ ଫ୍ୟାଟ, ସୋଡିୟମ ଓ କୋଲେଷ୍ଟ୍ରଲ କମ୍ ଥାଏ । ସେହିପରି ଏଥିରେ ଥିବା କିଛି ବିଶେଷ ଯୌଗିକ ମେଡିସିନ ଭଳି କାମ କରେ । ଉଦାହରଣସୂରୁପ- ଏଥିରେ ଥାଇମୋଲ ଓ କ୍ୟୁମିନ ଏଲ୍ଡିହାଇଡ ଥାଏ, ଯାହା ଆପଣଙ୍କ ପେଟ ଭଲ ରଖିଥାଏ ଓ ହାନିକାରକ କୀଟାଣୁ ସହ ଲଢିବାକୁ ସାହାଯ୍ୟ କରେ । ଏଥିସହ ଜିରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଏହା ଆପଣଙ୍କ ସେଲ୍ ଡ୍ୟାମେଜ ରୋକିଥାଏ ।

ଜିରାର ସ୍ବାସ୍ଥ୍ୟଗତ ଫାଇଦା:

ହଜମ ପ୍ରକ୍ରିୟା: ଜିରା ପାଣି ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ଶରୀର ଖାଦ୍ୟ ହଜମ ସହଜ କରିବା ସହ ଏଥିରୁ ଭଲ ପୋଷକ ତତ୍ତ୍ବ ଅବଶୋଷିତ କରିବାରେ କାମ କରେ । ଗ୍ୟାସ୍ ପାଇଁ ପେଟ ଫୁଲିଲେ କିମ୍ବା ଅସହଜ ଅନୁଭବ କରିଥିଲେ ଜିରା ପାଣି ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ପେଟରେ ଏସିଡ ରିଫ୍ଲକ୍ସ ବା ଏସିଡିଟି କମ୍ କରିଥାଏ, ଯାହାଫଳରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବା କିମ୍ବା ଗ୍ୟାଷ୍ଟ୍ରିକ ଅନୁଭବ ହେବାର ସମ୍ଭାବନା କମ୍ ହୋଇଯାଏ ।

ଓଜନ ହ୍ରାସ: ବର୍ତ୍ତମାନ ଅନେକ ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ । ଜିରା ପାଣି ମେଟାବୋଲିଜିମ ବୃଦ୍ଧି କରେ, ଯାହା କ୍ୟାଲୋରୀ ବର୍ଣ୍ଣ କରିବାରେ ସାହାଯ୍ୟ କରେ ଓ ଭୋକ ନିୟନ୍ତ୍ରଣ କରେ । ଜିରା ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ଏ, ସି, କପର ଓ ମାଙ୍ଗାନିଜ ରହିଛି, ଏହା ଫ୍ୟାଟକୁ ଭାଙ୍ଗି ଓ ଭଲ ବ୍ୟାକ୍ଟେରିଆ ବଢାଇ ଓଜନ କମାଇବାରେ ସାହାଯ୍ୟ କରେ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜିରା ପାଣି ଏକ ଭଲ ଘରୋଇ ଉପାୟ ।

ସୁସ୍ଥ ତ୍ବଚା ଓ କେଶ: ଜିରା ପାଣି ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଥିବାରୁ ଏହା ଆପଣଙ୍କ ତ୍ବଚା ଓ କେଶ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ଓ ମିନେରାଲ ତ୍ବଚାରେ ଗ୍ଲୋ ଆଣେ ଓ କେଶ ମଜଭୁତ କରେ । ଏଥିସହ ଏହା ନ୍ୟାଚୁରାଲ ଡିଟକ୍ସିଫାୟର ଭାବେ କାମ କରେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୁଏ ।

ହୃଦୟ ସ୍ବାସ୍ଥ୍ୟ:ଜିରା ପାଣି ପିଇବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହା ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ରକ୍ତ ବାହିକାକୁ ଆରାମ ଦିଏ । ଯାହାର ଅର୍ଥ ହୃଦୟ ଉପରେ ଚାପ କମ୍ ହୁଏ । ନିୟମିତ ଜିରା ପାଣି ସେବନ କୋଲେଷ୍ଟ୍ରଲ ସ୍ତର, ରକ୍ତଚାପ ନିୟନ୍ତ୍ରଣ କରି ହୃଦୟକୁ ସୁସ୍ଥ ରଖେ ।

ବ୍ଲଡ ସୁଗାର କଣ୍ଟ୍ରୋଲ:ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଇନସୁଲିନ ସାହାଯ୍ୟ କରେ । ଜିରା ପାଣି ଆପଣଙ୍କ ଶରୀରର କୋଷିକାଗୁଡିକୁ ଇନସୁଲିନ ପ୍ରତି ଅଧିକ ସମ୍ବେଦନଶୀଳ କରେ ଯାହାକି ଭଲ । ଏହା ଆପଣଙ୍କ ବ୍ଲଡ ସୁଗାର ସ୍ଥିର ରଖେ ଏବଂ ଯେପରି ଇନସୁଲିନ ଭଲ ଭାବେ ଉପଯୋଗ ହେବ ସେନେଇ କାର୍ଯ୍ୟ କରେ । ସେହିପରି ଜିରା ପାଣି ଆଇରନରେ ଭରପୂର ଥିବାରୁ ଏନିମିଆ ରୋଗୀଙ୍କ ପାଇଁ ଭଲ । ଏହା ହିମୋଗ୍ଲୋବିନ ଲେବୁଲ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।

Source- https://www.healthline.com/nutrition/9-benefits-of-cumin#TOC_TITLE_HDR_9

https://redcliffelabs.com/myhealth/health/5-surprising-benefits-of-jeera-water-in-the-morning-you-would-want-to-know/

ଏହା ମଧ୍ୟ ପଢନ୍ତୁ:PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର - PCOS problem in women

ଏହା ମଧ୍ୟ ପଢନ୍ତୁ:ପୁରୁଷଙ୍କ ହାର୍ଟଆଟାକ୍‌ କାରଣ ହେଉଛି କି ପେଟର ଚର୍ବି, କ'ଣ କହୁଛି ରିସର୍ଚ୍ଚ ? - Can Belly Fat Causes Heart Attack

Disclaimer-ଏଠାରେ ପ୍ରଦତ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details