ଓଡିଶା

odisha

ETV Bharat / health

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

Plants that keep mosquitoes away from home: ଘରୁ ମଶା ମାଛି ଘଉଡାଇବାକୁ ଚାହୁଁଛନ୍ତି ? ଆପଣ ନିଜ ଘର କିଛି ଗଛ ଲଗାଇ ଏହା କରିପାରିବେ । ମଶା ଧୂପ କି କୌଣସି କେମିକାଲ ଲିକ୍ବିଡ୍ ଦରକାର ପଡିବନି । ଏହି ଗଛ ଲଗାଇଲେ ଘରର ଆଖପାଖ ମାଡିବେନି ମଶା ମାଛି । ପଢନ୍ତୁ ପୁରା ଖବର

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି
ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

By ETV Bharat Lifestyle Team

Published : Oct 3, 2024, 1:38 PM IST

Updated : Oct 3, 2024, 5:10 PM IST

Plants that keep mosquitoes away: ସାଧାରଣତଃ ବର୍ଷା ଦିନେ ମଶାଙ୍କ ଅଧିକ ପାଦୁର୍ଭାବ ଦେଖିବାକୁ ମିଳେ । ମଶା କାମୁଡିବା କାରଣରୁ ଲୋକେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି କାରଣରୁ ଘରୁ ମଶା ଦୂରେଇବା ପାଇଁ ଆମେ ମଶା ଧୂପ, ଗୁଡ୍ ନାଇଟ୍, ଅଲ୍ ଆଉଟ ଭଳି ମସ୍କିଟୋ ଲିକ୍ବିଡ୍ ଆଦି ଲଗାଇଥାଉ । କିନ୍ତୁ ଏହା ସରିଗଲେ ପୁଣି ମଶା ଆସିଯାଆନ୍ତି । ଏମିତିକି ବେଳେବେଳେ ଏଥିରୁ ବାହାରୁଥିବା ଧୂଆଁ ସ୍ବାସ୍ଥ୍ୟ ଖରାପ କରିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବୁ ଯାହାକୁ ଲଗାଇଲେ ଘରର ଆଖପାଖ ମାଡିବେନି ମଶା । ଏହି ଗଛକୁ ବାଲକୋନି କିମ୍ବା ଘର ଚାରିପାଖେ ଲଗାଇଲେ ମଶା, ମାଛି କି ଅନ୍ୟ କୀଟପତଙ୍ଗ ଘରେ ପଶିପାରିବେ ନାହିଁ ।

ତୁଳସୀ ଗଛ: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ବୋଲି ମନେ କରାଯାଏ । ପ୍ରାୟତଃ ପ୍ରତି ଘରେ ତୁଳସୀ ପୂଜା ହୁଏ । ଏହି ଗଛ ପରିବେଶକୁ ଶୁଦ୍ଧ କରିଥାଏ, ଏଥିସହ ଛୋଟ ଛୋଟ କୀଟ ପତଙ୍ଗ, ମଶା ମାଛିକୁ ମଧ୍ୟ ଘରଠୁ ଦୂରେଇ ରଖିଥାଏ । ତୁଳସୀ ପତ୍ର ଅନେକ ଔଷଧୀୟ ଗୁଣରେ ଭରପୂର । ଥଣ୍ଡା, କାଶରେ ଏହାର ପତ୍ରକୁ ଫୁଟାଇ ପିଇଲେ ଉପଶମ ମିଳେ । ତେଣୁ ମଶା ମାଛି ଠାରୁ ମୁକ୍ତି ଚାହୁଁଥିଲେ ଘରେ ତୁଳସୀ ଗଛ ଲଗାନ୍ତୁ ।

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

ଗେଣ୍ଡୁ ଫୁଲ ଗଛ:ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆମେ ସାଧାରଣତଃ ଘର ଚାରିପଟେ ନହେଲେ ବାଲକୋନିରେ ଗେଣ୍ଡୁ ଫୁଲ ଗଛ ଲଗାଇଥାଉ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗଛର ସୁଗନ୍ଧ ମଶା ଓ ଅନ୍ୟ ଉଡୁଥିବା କୀଟ ପତଙ୍ଗ ଘଉଡାଇବାରେ ସାହାଯ୍ୟ କରେ । ମଶା ଦୂର କରିବାକୁ ଗେଣ୍ଡୁ ଫୁଲର ଦରକାର ନାହିଁ, ଏହାର ଗଛ ହିଁ ଯଥେଷ୍ଟ । ସାଧାରଣତଃ ଶୀତ ଦିନ ଗେଣ୍ଡୁ ଫୁଲ ଅଧିକ ଫୁଟିଥାଏ ।

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

ଲିମ୍ବ ଗଛ: ତୁଳସୀ ପରି ଲିମ୍ବ ପତ୍ରରେ ଔଷଧୀୟ ଗୁଣ ରହିଛି । ଏହା ମଶା, ମାଛି, ଛୋଟ ଛୋଟ କୀଟ ପତଙ୍ଗ ଘଉଡାଇଥାଏ । ଯଦି ଆପଣଙ୍କ ଘରେ ବଗିଚା ଅଛି, ତାହେଲେ ଲିମ୍ବ ଗଛ ନିହାତି ଲଗାନ୍ତୁ । ଏହାଦ୍ବାରା ଘର ଭିତରକୁ ମଶା ପଶିବେ ନାହିଁ । ଏହାର ପତ୍ର ବାୟୁ ମଧ୍ୟ ଶୁଦ୍ଧ କରିଥାଏ । ଏଥିରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି ମାଇକ୍ରୋବାୟଲ ଗୁଣ ରହିଛି ।

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

ଲେମନ ଗ୍ରାସ:ସାଧାରଣତଃ ଅନେକ ଲୋକ ଘରେ ସୁଗନ୍ଧ ପାଇଁ ଲେମନ ଗ୍ରାସ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି, ମଶା ଘଉଡାଇବା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଔଷଧରେ ଲେମନ ଗ୍ରାସର ବ୍ୟବାହର କରାଯାଏ । ଏହାର ମହକ ମୁଡ୍ ଫ୍ରେସ କରିବା ସହ ମଶା ବି ଘଉଡାଇଥାଏ । ଆପଣ ଘରର ବାଲକୋନି ନଚେତ୍ ଡ୍ରଇଂ ରୁମରେ ଏହାକୁ ରଖିପାରିବେ ।

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

ପୋଦିନା:ସାଧାରଣତଃ ଗୃହିଣୀମାନେ ରୋଷେଇ ଘରେ ପୋଦିନା ପତ୍ର ବ୍ୟବହାର କରନ୍ତି । ଏହା ଖାଦ୍ୟର ସ୍ବାଦ ବଢାଇବା ସଙ୍ଗେ ସଙ୍ଗେ ମଶା, ମାଛି ଓ କୀଟ ଘଉଡାଇବାରେ କାମ କରେ । କାରଣ ଏହି କୀଟ ପତଙ୍ଗ ପୋଦିନା ସୁଗନ୍ଧ ପସନ୍ଦ କରନ୍ତି ନାହିଁ । ଫଳରେ ଏହାକୁ ଘର ଚାରିପାଖେ ଲଗାଇଲେ ମଶାମାନେ ଘରେ ପଶିପାରିବେ ନାହିଁ ।

ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବନି ମଶା ମାଛି (ETV Bharat)

ଘର ବାହାରେ କିମ୍ବା ବାଲକୋନିରେ ରସୁଣ ଗଛ ଲଗାଇଲେ ବି ମଶା ଘର ଭିତରେ ପଶିପାରେ ନାହିଁ ।

ଏହା ମଧ୍ୟ ପଢନ୍ତୁ:ଦିନକୁ କେତେ ଚିନି ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ? AHA ଦେଲା ଏହାର ଜବାବ - How Much Sugar Eat In A Day

ଏହା ମଧ୍ୟ ପଢନ୍ତୁ:କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ - Less Urination

ଏହା ମଧ୍ୟ ପଢନ୍ତୁ:ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ ଏହି 8ଟି ଜିନିଷ - Mistakes that ruin a marriage

Last Updated : Oct 3, 2024, 5:10 PM IST

ABOUT THE AUTHOR

...view details