ଓଡିଶା

odisha

ପରଫ୍ୟୁମ ବ୍ୟବହାରର ସଉକ ଅଛି କି ? ସାବଧାନ ! ନଚେତ ଅଧୁରା ରହିପାରେ ବାପା ହେବା ସ୍ବପ୍ନ - PERFUMES SIDE EFFECTS

By ETV Bharat Odisha Team

Published : Aug 2, 2024, 4:46 PM IST

Perfumes Side Effects: ସାଧାରଣତଃ ଝାଳରୁ ମୁକ୍ତି ପାଇବା କିମ୍ୱା ସତେଜ ଅନୁଭବ କରିବା ପାଇଁ ହେଉ ସମସ୍ତେ ପରଫ୍ୟୁମ ବ୍ୟବହାର କରିଥାନ୍ତି । ତେବେ ଆପଣ ଜାଣନ୍ତି କି ଦୀର୍ଘ ସମୟ ଧରି ଏହାର ବ୍ୟବହାର ଆପଣଙ୍କୁ ମହଙ୍ଗା ପଡିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ଦୀର୍ଘ ସମୟ ଧରି ପରଫ୍ୟୁମ ବ୍ୟବହାର କରାଯାଏ, ତେବେ ବିବାହ ପରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ତେବେ ଜାଣନ୍ତୁ କ'ଣ ହୋଇପାରେ ?

ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା
ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା (Getty)

ହାଇଦ୍ରାବାଦ:ସମସ୍ତେ ସାଧାରଣତଃ ପରଫ୍ୟୁମ ବ୍ୟବହାର କରନ୍ତି । ଗ୍ରୀଷ୍ମ ଋତୁରେ ଝାଳର ଗନ୍ଧରୁ ମୁକ୍ତି ପାଇବା ପାଇଁ ହେଉ କିମ୍ବା ପାର୍ଟି, ଅଫିସରେ କିମ୍ବା ସାଙ୍ଗମାନଙ୍କ ମଧ୍ୟରେ ସତେଜ ଅନୁଭବ କରିବା ହେଉ, ପରଫ୍ୟୁମ କିମ୍ବା ଡିଓ ସମସ୍ତେ ବ୍ୟବହାର କରୁଛନ୍ତି । ନିଜକୁ ସୁଗନ୍ଧିତ କରିବାକୁ, ଆମେ ମହଙ୍ଗା ପରଫ୍ୟୁମ ପ୍ରୟୋଗ କରୁ । କିନ୍ତୁ ଆପଣ କେବେ ଭାବିଛନ୍ତି କି ପରଫ୍ୟୁମରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ପାଇଁ କେତେ ବିପଜ୍ଜନକ ହୋଇପାରେ? ହଁ, ପରଫ୍ୟୁମ ପୁରୁଷମାନଙ୍କ ଟେଷ୍ଟୋଷ୍ଟେରନ୍ ହରମୋନ୍ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା (Getty)

ବାପା ହେବାରେ ସମସ୍ୟା କରିପାରେ ପରଫ୍ୟୁମ

ନ୍ୟୁୟର୍କର ମାଉଣ୍ଟ ସାଇନାସ୍ଥିତ ଇକାହନ୍ ସ୍କୁଲ୍ ଅଫ୍ ମେଡିସିନ ଏପିଡେମୋଲୋଜିଷ୍ଟ୍ ତଥା ପ୍ରଫେସର ଡକ୍ଟର ଶନ୍ନା ସ୍ୱାନ କହିଛନ୍ତି, ଯେ ପରଫ୍ୟୁମ ବ୍ୟବହାର ପ୍ରଜନନ ଉପରେ ପ୍ରଭାବ ପକାଇପାରେ । ଏହାର ପ୍ରଭାବ ପୁରୁଷମାନଙ୍କଠାରେ ଅଧିକ ଦେଖାଦିଏ ବୋଲି ସେ କହିଛନ୍ତି । ସାଧାରଣତଃ ମଦ୍ୟପାନ, ଧୂମପାନ ଏବଂ ମୋଟାପଣ ପୁରୁଷମାନଙ୍କୁ ବାପା ହେବାରେ ସମସ୍ୟା କରିଥାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଗରମ ସ୍ଥାନରେ କାମ କରୁଥିବା ଲୋକଙ୍କଠାରେ ମଧ୍ୟ ଶୁକ୍ରାଣୁ ସଂଖ୍ୟା କମିଯାଏ । କିନ୍ତୁ ଅନ୍ୟ ଅନୁସନ୍ଧାନକାରୀଙ୍କ ସହ ଡକ୍ଟର ଶନ୍ନା ସ୍ୱନାଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ 'ପରଫ୍ୟୁମ ଭଳି ସୁଗନ୍ଧ ଦେଉଥିବା ଦ୍ରବ୍ୟ ମଧ୍ୟ ପୁରୁଷମାନଙ୍କ ବାପା ନ ହେବା କାରଣ ହୋଇପାରେ ।

ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା (Getty)

ଏହା ମଧ୍ୟ ପଢନ୍ତୁ:ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ, କିଛି ଖାସ କଥା

ପୁରୁଷମାନଙ୍କ ଟେଷ୍ଟୋଷ୍ଟେରନ୍ ହରମୋନ୍ ଉପରେ ନକରାତ୍ମକ ପ୍ରଭାବ

ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା (Getty)

ଡାକ୍ତର ଶନ୍ନା କହିଛନ୍ତି ଯେ ପରଫ୍ୟୁମରେ ଥିବା ରାସାୟନିକ ପଦାର୍ଥ ପୁରୁଷଙ୍କ ଟେଷ୍ଟୋଷ୍ଟେରନ୍ ହରମୋନ୍ ଉପରେ ପ୍ରଭାବ ପକାଇଥାଏ ଏବଂ ଶୁକ୍ରାଣୁ ସଂଖ୍ୟା ହ୍ରାସ କରିଥାଏ । ଏହା ସହ କେତେକ ପ୍ରକାରର ସାବୁନ୍, ଲୋସନ ଏବଂ ପରଫ୍ୟୁମ ବୋତଲ ତିଆରି କରିବା ପାଇଁ ପାରାବେନ୍ସ ପରି ସିନ୍ଥେଟିକ୍ ରାସାୟନିକ ପଦାର୍ଥ ବହୁଳ ଭାବରେ ବ୍ୟବହୃତ ଯୋଗୁଁ ଏହା ମଧ୍ୟ ପୁରୁଷମାନଙ୍କର ଶୁକ୍ରାଣୁ କମ୍ ହେବାର ସମ୍ଭାବନା ରହିଛି । ଏଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ପରଫ୍ୟୁମ ବ୍ୟବହାର କରିବାରେ ପୁରୁଷମାନେ ସାବଧାନ ହେବା ଉଚିତ । ରାସାୟନିକ ପଦାର୍ଥ ଥିବା ଏହି ପରଫ୍ୟୁମକୁ ବ୍ୟବହାର ନକରିବା ଭଲ ବୋଲି ପରାମର୍ଶ ଦେଇଛନ୍ତି ।

ପରଫ୍ୟୁମ ବ୍ୟବାହାରର ପାର୍ଶ୍ୱ ପ୍ରତିକ୍ରିୟା (Getty)

(ବିଦ୍ର: ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ ଅଟେ । ଏହା କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଭଲ ହେବ ।)

ABOUT THE AUTHOR

...view details