ହାଇଦ୍ରାବାଦ: ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ କ୍ରୋଧିତ ହୋଇଥାଆନ୍ତି । କୁହାଯାଏ କ୍ରୋଧ ଏବଂ ରାଗ ମଣିଷର ପରମ ଶତ୍ରୁ । ଏହାଦ୍ବାରା ସମ୍ପର୍କରେ ଫାଟ ଆସିବା ସହିତ ତିକ୍ତତା ବୃଦ୍ଧି ପାଇଥାଏ । ଅତ୍ୟଧିକ କ୍ରୋଧ କେବଳ ଆମର କାର୍ଯ୍ୟ ଏବଂ ଚିନ୍ତାଧାରାକୁ ପ୍ରଭାବିତ କରେ ନାହିଁ, ବରଂ ଆମର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ଅନେକ ରିସର୍ଚ୍ଚରେ ପ୍ରମାଣିତ ହୋଇଛି । ତେବେ ଏନେଇ ନିକଟରେ ହୋଇଥିବା ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ଯେ, ଅତ୍ୟଧିକ ରାଗ ଏବଂ କ୍ରୋଧ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇପାରେ ।
ଆମେରିକାନ ହାର୍ଟ ଆସୋସିଏସନର ଜର୍ଣ୍ଣଲରେ ଏହା ପ୍ରକାଶିତ ହୋଇଛି । ନ୍ୟୁୟର୍କ କଲମ୍ବିଆ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏନେଇ ଅନୁସନ୍ଧାନ କରିଥିଲେ । ଭାସ୍କୁଲାର ସିଷ୍ଟମ ଉପରେ କି ପ୍ରକାର ପ୍ରଭାବ ଅଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ । କ୍ରୋଧ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରିପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ, କ୍ରୋଧ ଦ୍ବାରା ରକ୍ତବାହୀ ସଙ୍କୋଚିତ ହୋଇଥାଏ । ଏହା ଦ୍ବାରା ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । କ୍ରୋଧ ଯେଉଁ ପ୍ରକାର ସମସ୍ୟା ସୃଷ୍ଟି କରିପାରେ ଦୁଃଖରେ ଏଭଳି ପ୍ରଭାବ ପକାଇପାରେ ନାହିଁ । ତେବେ ଧ୍ୟାନ ଦ୍ବାରା କ୍ରୋଧକୁ ରୋକିବାରେ ସାହାଯ୍ୟ କରିବ । କ୍ରୋଧ ଦ୍ବାରା ନକରାତ୍ମକ ସ୍ବାସ୍ଥ୍ୟ ବିପଦ ବୃଦ୍ଧି ପାଇଥାଏ ।