ଭୁବନେଶ୍ବର:ମଙ୍କିପକ୍ସକୁ ନେଇ ଭାରତରେ ବଢୁଛି ଭୟ । ଯଦିଓ ଏ ଯାଏଁ ଦେଶରେ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି, ହେଲେ ବିଶ୍ବରେ ଏହି ସଂକ୍ରମଣ ବଢିବା ଯୋଗୁଁ ଭାରତ ଆଲର୍ଟରେ ରହିଛି । ସବୁ ବିମାନ ବନ୍ଦରଗୁଡିକୁ ସତର୍କ କରାଯିବା ସହିତ ବିଦେଶୀ ଯାତ୍ରୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଓଡ଼ିଶାରେ ମଧ୍ୟ ମଙ୍କିପକ୍ସ ନେଇ ଆଗକୁ ପ୍ରସ୍ତୁତି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତ ସିଡିଏମ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ହୋଇଛି । କାହାଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ସହ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ମଙ୍କିପକ୍ସ ପାଇଁ ସ୍ୱାସ୍ଥ୍ୟ ବିଭାଗର ଆଗୁଆ ପ୍ରସ୍ତୁତି:
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "କେନ୍ଦ୍ର ସରକାର ସମସ୍ତ ଏୟାରପୋର୍ଟ ଏବଂ ଅନ୍ୟ ବଡ଼ ବଡ଼ ସହରଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି । ଏହାପ୍ରତି ଆମେ ମଧ୍ୟ ସାବଧାନ ଅଛୁ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତ ରହିଛି । ସମସ୍ତ ସିଡିଏମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ହୋଇଛି ।''
ଲକ୍ଷଣ ଦେଖାଗଲେ ଆଇସୋଲେସନ: