ହାଇଦ୍ରାବାଦ:ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯଦି ଜ୍ୟୋତିଷ ଶାସ୍ତ୍ରର ନିୟମ ପାଳନ କରାଯାଏ, ତେବେ ଜଣେ ବ୍ୟକ୍ତି ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ସୁଖସମୃଦ୍ଧି ମଧ୍ୟ ବଜାୟ ରହିଥାଏ । ତେବେ ଏଥିପାଇଁ ଦାନ ପରି ସ୍ନାନର ମହତ୍ୱ ବିଶେଷ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି, ଯାହାକୁ ପାଣିରେ ମିଶାଇ ଗାଧୋଇଲେ ଜଣେ ବ୍ୟକ୍ତି ଜୀବନରେ ସକରାତ୍ମକ ଫଳାଫଳ ପାଇଥାଏ ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଥାଏ । ଏଣୁ ସପ୍ତାହକର ଭିନ୍ନ ଦିନରେ ଭିନ୍ନ ପ୍ରକ୍ରିୟାରେ ଗୋଧାଇବାର ନିୟମ ରହିଛି । ତେବେ ସେଗୁଡିକ କ'ଣ, ଜାଣନ୍ତୁ....
ସୋମବାର:ଶାରୀରିକ ସମସ୍ୟାରେ ପୀଡିତ ଅଛନ୍ତି ଏବଂ ସମସ୍ୟାର ସମାଧାନ ହେଉନାହିଁ । ତେବେ ସୋମବାର ଦିନ ପାଣିରେ କଞ୍ଚା କ୍ଷୀର ମିଶାଇ ଗାଧୋଇବା ଉଚିତ । ଏହା ଦ୍ୱାରା ଶାରିରୀକ ସମସ୍ୟାରୁ ମୁକ୍ତି ପାଇପାରିବେ ।
ମଙ୍ଗଳବାର: ଅନେକ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଫଳାଫଳ ଆଶା କରାଯାଉଥିବା ପରି ମିଳୁନାହିଁ । ଏଥିସହ ଅନେକ ଲୋକ କାମ କରିବା ସମୟରେ ଶକ୍ତି ମଧ୍ୟ ହରାଇଥାନ୍ତି । ତେବେ ଏପରି ସମୟରେ ପାଣିରେ କେଶର ମିଶାଇ ସ୍ନାନ କରିବା ଉଚିତ ।
ବୁଧବାର: ବ୍ୟବସାୟ କରୁଛନ୍ତି କିନ୍ତୁ ବ୍ୟବସାୟରେ ଉନ୍ନତି ହେଉନାହିଁ । ଏଥିସହ ଅଧ୍ୟୟନ କରୁଥିବା ପିଲାମାନେ ବି ସୁଫଳ ପାଉନାହାନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ଦିନ ଆପଣ ପୁଦିନା ପତ୍ର ଏବଂ ଦୁଇ କିମ୍ବା ତିନୋଟି ଅଳେଇଚ ପାଣିରେ ମିଶାଇ ଗାଧୋଇବେ । ଯଦି ଆପଣ ଏହାକୁ ନିୟମିତ କରନ୍ତି, ତେବେ ଆପଣ ଭଲ ଫଳାଫଳ ପାଇବେ ।
ଗୁରୁବାର:କୌଣସି ଆର୍ଥିକ ଅଭିବୃଦ୍ଧି କିମ୍ବା ବୈଦ୍ଧିକ ବିକାଶ ନାହିଁ । ଯେଉଁ ଫଳାଫଳ ପାଇବା ଉଚିତ ତାହା ଉପଲବ୍ଧ ହେଉନାହିଁ । ତେବେ ଯଦି ଆପଣ ଲକ୍ଷ୍ମୀ ବାରରେ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ ଭଲ ଫଳାଫଳ ପାଇବେ ।