ହାଇଦ୍ରାବାଦ:ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଶନିବାର ସକାଳେ ଅସୁସ୍ଥତା କାରଣରୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମିଥୁନ ଚକ୍ରବର୍ତ୍ତୀ ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡିତ ଥିବା ନେଇ ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଅଭିନେତା ସୁସ୍ଥ ଥିବା ଜଣାପଡିଛି ଏବଂ ସେ ଆଇସିୟୁରୁ ମଧ୍ୟ ବାହାରିଛନ୍ତି । ତେବେ ଆପଣ ଜାଣନ୍ତି କି ଏହି ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କ’ଣ ? ଏହାର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ ।
ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କ’ଣ?
ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ୍ ହେଉଛି ମସ୍ତିଷ୍କର ଏକ ଅବସ୍ଥା, ଯେଉଁଥିରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମିଯାଏ ଏବଂ ଏହି କାରଣରୁ ମସ୍ତିଷ୍କ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ପାଇପାରେ ନାହିଁ । ଏପରି ଅବସ୍ଥାରେ, ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ, ତେବେ ମସ୍ତିଷ୍କର ସ୍ନାୟୁ ନଷ୍ଟ ହେବାକୁ ଲାଗେ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଲକ୍ଷଣ ଦେଖାଯାଏ । ଏହାର ଦୁଇ ପ୍ରକାର ହେଉଛି ଇସକେମିକ ଷ୍ଟ୍ରୋକ୍ ଏବଂ ହେମୋରାଜିକ ଷ୍ଟ୍ରୋକ ।
- ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ ଦୁଇ ପ୍ରକାରର
୧. ଇସକେମିକ ଷ୍ଟ୍ରୋକ:ଏହା ହେଉଛି ସାଧାରଣ ପ୍ରକାର, ଯାହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତ ନଳୀରେ ଅବରୋଧ ହେତୁ ଘଟିଥାଏ । ରକ୍ତ ଜମାଟ ବାନ୍ଧିବା, ଫ୍ୟାଟି ଜମା ହେବା କିମ୍ବା ଅନ୍ୟାନ୍ୟ କାରଣରୁ ଏହା ହୋଇପାରେ ।
୨. ହେମୋରାଜିକ ଷ୍ଟ୍ରୋକ:ଏହି ଷ୍ଟ୍ରୋକ୍ ଯେତେବେଳେ ମସ୍ତିଷ୍କରେ ଥିବା ଏକ ରକ୍ତନଳୀ ଫାଟିଯାଏ ଏବଂ ମସ୍ତିଷ୍କ ଟିସୁରେ ରକ୍ତସ୍ରାବ ହୁଏ । ଏହାକୁ ହେମୋରାଜିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କୁହାଯାଏ ।