ଓଡିଶା

odisha

ମୋବାଇଲ ପାଇଁ ଆପଣ ବି ଏକାକୀ ରହୁଛନ୍ତି କି ? ରୁହନ୍ତୁ ସତର୍କ, ହୋଇପାରେ ଏହି ଗମ୍ଭୀର ରୋଗ - Loneliness Symptoms

By ETV Bharat Odisha Team

Published : Aug 6, 2024, 1:17 PM IST

Side Effects Of Loneliness: ଆଜିର ଡିଜିଟାଲ ଯୁଗରେ ଲୋକମାନେ ଅନେକ ପ୍ରକାରର ରୋଗ ଏବଂ ସମସ୍ୟାର ଶିକାର ହେଉଛନ୍ତି । ଏହି ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏକେଲାପଣ ଏବଂ ସୋସିଆଲ ଆଇସୋଲେସନ । ହେଲେ ଆପଣ ଜାଣିଛନ୍ତି କି, ଏହା ଯେତିକି ସରଳ ସେତିକି ବିପଦପୂର୍ଣ୍ଣ ମଧ୍ୟ । ଏହି କାରଣରୁ, ଆପଣ ହୃଦୟ ସମ୍ବନ୍ଧୀୟ ରୋଗ ସମେତ ଅନେକ ସାଂଘାତିକ ରୋଗର ଶିକାର ହୋଇପାରନ୍ତି । ତେବେ ଏହି ଆର୍ଟିକିଲରେ ଜାଣନ୍ତୁ, ଏକୁଟିଆପଣ ଆପଣଙ୍କ ପାଇଁ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କ'ଣ ହୋଇଥାଏ?

ଏକୁଟିଆପଣ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କେଉଁ ରୋଗ ହୋଇଥାଏ?
ଏକୁଟିଆପଣ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କେଉଁ ରୋଗ ହୋଇଥାଏ? (Getty)

ହାଇଦ୍ରାବାଦ:ଆଜିର ଡିଜିଟାଲ ଯୁଗରେ ଲୋକମାନେ ସାମାଜିକ ଭାବରେ ନିଜକୁ ଦୂରେଇ ରଖୁଥିବା ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହି କାରଣରୁ, ଲୋକମାନେ ଏକୁଟିଆପଣର ଶିକାର ହେଉଛନ୍ତି । ଆଜିକାଲି ଲୋକମାନେ ମୋବାଇଲ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଏତେ ସମୟ ଅତିବାହିତ କରନ୍ତି ଯେ ସେମାନେ ଲୋକମାନଙ୍କୁ ଭେଟିବା, କଥାବାର୍ତ୍ତା ହେବା ଛାଡି ଦେଉଛନ୍ତି । ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଯାହା ଏକ ଚିନ୍ତାର ବିଷୟ ।

ହୃଦ୍‌ରୋଗ ହେବାର ଆଶଙ୍କା ବଢାଏ ଏକୁଟିଆପଣ

ଅକ୍ସଫୋର୍ଡ ଏକାଡେମୀର ୟୁରୋପୀୟ ଜର୍ଣ୍ଣାଲ ଅଫ୍ ପ୍ରିଭେଣ୍ଟିଭ କାର୍ଡିଓଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକୁଟିଆପଣ ଏବଂ ସାମାଜିକ ବିଚ୍ଛିନ୍ନତା କାରଣରୁ ଲୋକଙ୍କ ମଧ୍ୟରେ ହୃଦ୍‌ରୋଗ ହେବାର ଆଶଙ୍କା ବଢୁଥିବା ଜଣାପଡିଛି । ଏହି ଅନୁସନ୍ଧାନକୁ ଦର୍ଶାଇ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନୀ ସୁଧୀର କୁମାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ ଏକାକୀ ଅନୁଭବ କରିବା ହୃଦ୍‌ରୋଗ (CVD)ର ବିପଦ ସହିତ ଜଡିତ ।

ଏକୁଟିଆପଣ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କେଉଁ ରୋଗ ହୋଇଥାଏ? (Getty)

ଏକାକୀ ରହୁଥିବା ଲୋକଙ୍କ ପାଖରେ ହୃଦଘାତ ଆଶଙ୍କା ହାର ୨୭ ପ୍ରତିଶତ ଅଧିକ

ସେ ଲେଖିଛନ୍ତି, ''ଏକୁଟିଆ ଅନୁଭବ କରୁଥିବା ଲୋକଙ୍କ ମଧ୍ୟରେ CVD (ହୃଦଘାତ କିମ୍ବା ଷ୍ଟ୍ରୋକ) ରୋଗ ହାର ୨୭ ପ୍ରତିଶତ ଅଧିକ । ଏହି ଅନୁସନ୍ଧାନରେ, 2004ରୁ 2010 ମଧ୍ୟରେ ମୋଟ 5,397 ପୁରୁଷ ଏବଂ ମହିଳାଙ୍କୁ ହୃଦରୋଗ ଏବଂ ଷ୍ଟ୍ରୋକ୍ ଶିକାର ହୋଇଥିବା ଦେଖିବାକୁ ମିଳିଛି । ୫.୪ ବର୍ଷର ହାରାହାରି ସମୟ ମଧ୍ୟରେ ୫୭୧ ନୂଆ ହୃଦ୍‌ରୋଗ ଘଟଣା ରେକର୍ଡ କରାଯାଇଛି ।''

ଏକୁଟିଆପଣ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କେଉଁ ରୋଗ ହୋଇଥାଏ? (Getty)
  • ହୃଦ୍‌ରୋଗର କାରଣ:

ଏହି ରିପୋର୍ଟ ଅନୁଯାୟୀ, ଯେଉଁମାନେ ଏକାକୀ ଅନୁଭବ କରୁଥିଲେ ସେମାନଙ୍କ ମଧ୍ୟରେ ସ୍ୱଳ୍ପ ଆତ୍ମ ସମ୍ମାନ, ଉଦାସୀନତା ଏବଂ ଚିନ୍ତାର ଉଚ୍ଚ ହାର ଦେଖିବାକୁ ମିଳିଛି । ଫଳରେ ଏକାକୀ ରହୁଥିବା ଲୋକ ଧୂମ୍ରପାନ ଏବଂ ମଦ୍ୟପାନର ଅଧିକ ମାତ୍ରାରେ ବ୍ୟବହାର କରିଥାଏ । ଏଥିସହ ଏକାକୀ ଅନୁଭବ କରୁଥିବା ଲୋକ କମ୍ ଶାରୀରିକ କାର୍ଯ୍ୟକଳାପ କରିଥାନ୍ତି । ଯାହା ହାର୍ଟର ସମସ୍ୟା ବଢାଇବା ସହ ହାର୍ଟଆଟାକ୍, ହାର୍ଟଷ୍ଟ୍ରୋକ ଭଳି ରୋଗ ସହ ମୃତ୍ୟୁମୁଖରେ ମଧ୍ୟ ପଡିଥାନ୍ତି ।

ଏହା ମଧ୍ୟ ପଢନ୍ତୁ:ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ Type 2 Diabetes ଆଶଙ୍କା ଅଧିକ

ଏକୁଟିଆପଣ କେତେ ବିପଜ୍ଜନକ ଏବଂ ଏହା ଦ୍ୱାରା କେଉଁ ରୋଗ ହୋଇଥାଏ? (Getty)
  • ଏକାକୀ ରହୁଥିବା ଲୋକେ କ୍ୟାନ୍ସର ଏବଂ ଡାଇବେଟିସର ଶିକାର ହୋଇପାରନ୍ତି

କେବଳ ହାର୍ଟ ଉପରେ ନୁହେଁ ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ଏକୁଟିଆପଣ । ମାନସିକ ଚିନ୍ତା କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଫଳରେ ଆପଣ କ୍ୟାନ୍ସର ଏବଂ ଡାଇବେଟିସ୍ ଭଳି ଗମ୍ଭୀର ରୋଗର ମଧ୍ୟ ଶିକାର ହୋଇପାରନ୍ତି । ଚିନ୍ତା ଏବଂ ଏକୁଟିଆପଣ ଡାଇବେଟିସ ଆଶଙ୍କା ବଢାଇଥାଏ । ଫଳରେ ଏକାକୀ ରହୁଥିବା ଲୋକଙ୍କ କ୍ଷେତ୍ରରେ ପ୍ରାୟତଃ ଟାଇପ-୨ ଡାଇବେଟିସ ରୋଗ ଦେଖାଯାଏ । ଏଥିସହ ଚିନ୍ତା ଶରୀରକୁ ଦୁର୍ବଳ କରିଥାଏ । ଫଳରେ ରୋଗ ସହ ଲଢିବାର କ୍ଷମତା କମ ହୋଇଥାଏ ଏବଂ କ୍ୟାନ୍ସର ହେବା ଆଶଙ୍କା ବଢିଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details