ନିଶା କବଳରେ ଆଜିର ଯୁବପିଢି । ଯୁବବର୍ଗଙ୍କ ମଧ୍ୟରେ ଖଇନି, ଗୁଟ୍କା, ପାନ ମସାଲା ଇତ୍ୟାଦି ମାଦକ ଦ୍ରବ୍ୟ ଖାଇବାର ଅଭ୍ୟାସ ବଢିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା, କିଛି ଲୋକ ଶୋଇବା ସମୟରେ ମଧ୍ୟ ଗୁଟ୍କା ଜିଭ ତଳେ ରଖୁଛନ୍ତି । ଯାହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଚେତାଇଛନ୍ତି ଡାକ୍ତର । ଏନେଇ ଡାକ୍ତରଙ୍କ କହିବା କଥା, ଏପରି ଭାବେ ମାଦକ ଦ୍ରବ୍ୟ ସେବନ ଦ୍ବାରା ପାଟିରେ ଘା ସୃଷ୍ଟି ହୁଏ । ଧୀରେ ଧୀରେ ସେହି ଅଂଶ କ୍ୟାନ୍ସରରେ ପରିଣିତ ହୋଇଯାଏ । ତମାଖୁ ଦ୍ରବ୍ୟ ମୁଖ, ବେକ ଓ ଫୁସଫୁସ କର୍କଟର ମୁଖ୍ୟ କାରଣ ବୋଲି କୁହାଯାଇଛି ।
ପାଟି, ଓଠ, ଜିଭ, ମାଢି, ଲାଳ ଗ୍ରନ୍ଥି ଓ ଗଳା ଓରାଲ କ୍ୟାନ୍ସର ବା ମୁଖ କର୍କଟ ଦ୍ବାରା ପ୍ରଭାବିତ ହୋଇପାରେ । ଏହି କର୍କଟ ଖୁବ୍ ମାରାତ୍ମକ ଓ ପ୍ରାଣଘାତି ହୋଇଥାଏ । ଓରାଲ କ୍ୟାନ୍ସରରେ ମୃତ୍ୟୁହାର ଅନ୍ୟ କ୍ୟାନ୍ସର ତୁଳନାରେ ସର୍ବାଧିକ । ଏହି କ୍ୟାନ୍ସରର ଲକ୍ଷଣ ଆରମ୍ଭରୁ ଜଣାପଡେ ନାହିଁ । ଏହା ଗୁରୁତର ଷ୍ଟେଜକୁ ଯିବାପରେ ଜଣାପଡିଥାଏ । ଯାହାଫଳରେ ଏହାର ଚିକିତ୍ସାର ପ୍ରଭାବ ଓ ବଞ୍ଚିବା ସମ୍ଭାବନାକୁ ସୀମିତ କରିଥାଏ । ତେଣୁକରି ମାଦକ ଦ୍ରବ୍ୟ ସେବନ କରୁଥିଲେ ଆପଣ ନିଜ ଦାନ୍ତ ଚିକିତ୍ସକଙ୍କ ନିକଟରେ ନିୟମିତ ଓରାଲ କ୍ୟାନ୍ସରର ଯାଞ୍ଚ କରାଇବା ଉଚିତ୍ ।
ୱେବଏମଡି ମୁତାବକ, ଓରାଲ କ୍ୟାନ୍ସରର ଅଲଗା ଅଲଗା ଲକ୍ଷଣ ଓ ସଙ୍କେତକୁ ବୁଝିବା ଅତି ଜରୁରୀ ହୋଇଥାଏ । କାରଣ ଯଦି ଆପଣ ଆରମ୍ଭରୁ ଏହାର ଲକ୍ଷଣ ଜାଣି ଚିକିତ୍ସା କରାଯାଉଛନ୍ତି ତେବେ ବଞ୍ଚିବା ସମ୍ଭାବନା ଅଧିକ ରହିଥାଏ । ଚାଲନ୍ତୁ ଏହି ଖବରରେ ଜାଣିବା ଓରାଲ କ୍ୟାନ୍ସରର 5 ଲକ୍ଷଣ ସମ୍ପର୍କରେ...
ଦାନ୍ତ ମାଢିରେ ରକ୍ତସ୍ରାବ:
ବେଳେବେଳେ ଦାନ୍ତ ମାଢିରେ ରକ୍ତ ବାହାରିବା ପିରିୟଡେଣ୍ଟାଲ ରୋଗର ଲକ୍ଷଣ ଭାବେ ବିବେଚନା କରାଯାଏ । ବିନା କାରଣରେ ପାଟିରେ ରକ୍ତସ୍ରାବ ମଧ୍ୟ କେତେକାଂଶରେ ଓରାଲ କ୍ୟାନ୍ସରର ଏକ ସାଧାରଣ ଲକ୍ଷଣ ହୋଇପାରେ । ଦାନ୍ତରୁ ଅସ୍ବାଭାବିକ ଭାବେ ଅଧିକ ରକ୍ତ ବାହାରୁଥିଲେ ନିଜ ଦାନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।
ମୁହଁରେ ଘା' ବା ଅଲସର:
ମୁହଁରେ ଘା' ବା ଅଲ୍ସର ହୋଇଥିଲେ ଏବଂ ଠିକ୍ ହେଉନଥିଲେ ଏହା ଓରାଲ କ୍ୟାନ୍ସରର ସବୁଠୁ ସାଧାରଣ ଲକ୍ଷଣ । କ୍ୟାନ୍ସର ଘା ଦେଖିବାକୁ ଅସ୍ବାଭାବିକ ଲାଗିଥାଏ ଯାହା ଅନ୍ୟ ସାମାନ୍ୟ ଘା ଠାରୁ ଅଲଗା ହୋଇଥାଏ । ଏହା ମୁହଁ ଓ ଏହାର ଆଖପାଖରେ ହୋଇଥାଏ ।
ଏହା ବିଷୟରେ ଧ୍ୟାନ ଦିଅନ୍ତୁ:
- କ୍ୟାନ୍ସର ଘା ସାଧାରଣତଃ ଲାଲ, ଧଳା କିମ୍ବା ରଙ୍ଗହୀନ ହୋଇଥାଏ
- କ୍ୟାନ୍ସର ଘା ଭଲ ହୁଏ ନାହିଁ । ସେହି ଘାରୁ ରକ୍ତ ବାହାରିଥାଏ
ମାଢି ଯନ୍ତ୍ରଣା: