ଓଡିଶା

odisha

ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

Sitting Risks: ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସି ରହୁଛନ୍ତି । ହୁଏତ ଆପଣ ଜାଣି ନାହାନ୍ତି, ଏମିତି ଦୀର୍ଘ ସମୟ ବସି ରହିବା ଦ୍ବାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କ୍ୟାନ୍ସର ଠାରୁ ନେଇ ଡାଇବେଟିସ୍, ହାଇ ବ୍ଲଡପ୍ରେସର ଭଳି ରୋଗ ହୋଇପାରେ । ପଢନ୍ତୁ ପୁରା ଖବର

By ETV Bharat Odisha Team

Published : 4 hours ago

Published : 4 hours ago

ହୃଦରୋଗଠୁ କ୍ୟାନ୍ସର ଯାଏ, ଅଧିକ ସମୟ ବସିଲେ ହୋଇପାରେ ମାରାତ୍ମକ ରୋଗ
ହୃଦରୋଗଠୁ କ୍ୟାନ୍ସର ଯାଏ, ଅଧିକ ସମୟ ବସିଲେ ହୋଇପାରେ ମାରାତ୍ମକ ରୋଗ (ETV Bharat)

Sitting Risks: ଆଜିର ଆଧୁନିକ ଜୀବନଶୈଳୀରେ ଲମ୍ବା ସମୟ ଯାଏଁ ବସି ରହିବା ଏକ ସାଧାରଣ ଅଭ୍ୟାସ । ତାହା ଘରେ ବସି ଟିଭି ଦେଖିବା, ଗାଡି ଚଳାଇବା ହେଉ କି ଅଫିସରେ ବସି ରହି କାମ କରିବା । ଅଧିକ ସମୟ ପର୍ଯ୍ୟନ୍ତ ଚୌକିରେ ବସି କାମ କରିବା ଆଜିକାଲିର ୱାର୍କ କଲଚର ଏକ ଅଂଶ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ଆମ ଶରୀର ଉପରେ ଗୁରୁତର ପ୍ରଭାବ ପକାଏ । ମାତ୍ର ଏଥିପ୍ରତି କେହି ଏତେଟା ଧ୍ୟାନ ଦିଅନ୍ତି ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ବହୁତ ସମୟ ବସି ରହିବା ଆମର ଶାରିରୀକ ସ୍ବାସ୍ଥ୍ୟ ସହ ମାନସିକ ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ଯଦି ଆପଣ ବି ଅଫିସରେ ଅଧିକ ସମୟ ଯାଏଁ ବସି ରହୁଛନ୍ତି, ଏହାର ମାରାତ୍ମକ ପରିଣାମ ବିଷୟରେ ଜାଣିରଖନ୍ତୁ । ଦୀର୍ଘ ସମୟ ଧରି ବସି ରହିବା ଦ୍ବାରା ମେଦବହୁଳତା ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ବିପଦ ବଢିଥାଏ ।

ନୂଆଦିଲ୍ଲୀର ଅସ୍ଥି ରୋଗ ବିଶେଷଜ୍ଞ ଡଃ ରାକେଶ ଅଗ୍ରୱାଲ କହିଛନ୍ତି, ବେଳେବେଳେ କାମ କରିବା, ପାଠ ପଢିବା, ଅଳସୁଆମି କିମ୍ବା ଅସୁସ୍ଥତା କାରଣରୁ ଅନେକ ଲୋକ ଚେୟାର, ସୋଫା ଓ ଖଟରେ ଅଧା ଶୋଇ ରହିବା ଅବସ୍ଥାରେ ବିତାଇଥାନ୍ତି । ଏହି ପ୍ରକାର ଆଚରଣ ଯେକୌଣସି ବୟସର ମହିଳା, ପୁରୁଷ ଓ ଛୋଟ ଛୁଆଙ୍କ କ୍ଷେତ୍ରରେ ହାଡ, ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ସହ ବିଭିନ୍ନ ମାରାତ୍ମକ ରୋଗର କାରଣ ହୋଇପାରେ ।

ଲମ୍ବା ସମୟ ଯାଏଁ ବସି ରହିବାର କ୍ଷତି:

ମାଂସପେଶୀ ଓ ହାଡ ଉପରେ ପ୍ରଭାବ:

ଦୀର୍ଘ ସମୟ ଧରି ବସିବା ଦ୍ବାରା ମାଂସପେଶୀ ଦୁର୍ବଳ ହୋଇଯାଏ । ବିଶେଷ ଭାବରେ ପିଠି ଓ ପେଟର ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ । ଏହି କାରଣରୁ ପିଠି ଯନ୍ତ୍ରଣା ଓ ମାଂସପେଶୀରେ ଯନ୍ତ୍ରଣା ହୋଇପାରେ । ସେହିପରି ଆପଣଙ୍କ ବସିବାର ଭୁଲ୍ ଅବସ୍ଥା ମେରୁଦଣ୍ଡ ଓ ବେକରେ ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟା ସୃଷ୍ଟି କରିପାରେ ।

ମେଦବହୁଳତା:

ଯେତେବେଳେ ଆପଣ ଅଧିକ ସମୟ ଧରି ବସି ରୁହନ୍ତି, ଶରୀରର କମ୍ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହା ଆପଣଙ୍କ ଓଜନ ବୃଦ୍ଧି ଘଟାଇପାରେ । ଶରୀରରେ ଚର୍ବି ଜମା ହେବା ଆରମ୍ଭ କରେ ଓ ମୋଟାପଣର କାରଣ ହୋଇଥାଏ । ଓଜନ ବଢିବା ଦ୍ବାରା ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଅନ୍ୟାନ୍ୟ ମେଟାବୋଲିସ ସମସ୍ୟାର ହେବାର ଆଶଙ୍କା ବଢିଥାଏ ।

ହୃଦରୋଗ ଆଶଙ୍କା:

ଅଧିକ ସମୟ ବସିବା ଦ୍ବାରା ହୃଦରୋଗ ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ରକ୍ତ ପ୍ରବାହ ଧୀମା ହୋଇଯାଏ ଯେଉଁ କାରଣରୁ ଧମନୀରେ ଚର୍ବି ଜମା ହୋଇପାରେ । ଏହି କାରଣରୁ ରକ୍ତ ସଞ୍ଚାର ପ୍ରଭାବିତ ହୋଇପାରେ ଏବଂ ହାର୍ଟଆଟାକ୍ ଓ ଷ୍ଟ୍ରୋକ ଭଳି ବିପଦ ବଢିଥାଏ ।

ଡାଇବେଟିସ୍ ଆଶଙ୍କା:

ଲଗାତାର ଅଧିକ ସମୟ ଯାଏଁ ବସି ରହିଲେ ଶରୀରରେ ଇନସୁଲିନ ସମ୍ବେଦନଶୀଳତା କମ୍ ହୋଇଯାଏ । ଯେଉଁଥିପାଇଁ ରକ୍ତରେ ଶର୍କରା ସ୍ତର ବଢିପାରେ । ଫଳରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ବଢିଯାଏ ।

ମାନସିକ ସ୍ବାସ୍ଥ୍ୟ:

ଅଧିକ ସମୟ ବସି ରହିଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଚାପ, ଅବସାଦ ଓ ଚିନ୍ତା ଭଳି ମାନସିକ ସମସ୍ୟା ହୋଇପାରେ । ଶାରିରୀକ ଗତିବିଧି କମିଲେ ମସ୍ତିଷ୍କରେ ଏଣ୍ଡୋଫ୍ରିନ (ଖୁସିର ହରମୋନ) ଉତ୍ପାଦନ କମ୍ ହୁଏ । ଫଳରେ ମୁଡ୍ ସୁଇଙ୍ଗ ଓ ମାନସିକ ଥକ୍କାପଣ ଅନୁଭବ ହୋଇଥାଏ ।

କ୍ୟାନ୍ସର ବିପଦ:

ଲମ୍ବା ସମୟ ଯାଏଁ ବସି ରହିବା ଦ୍ବାରା ଶରୀରରେ ପ୍ରଦାହ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ବଢାଇଥାଏ ।

କେମିତି ଏହି ବିପଦରୁ ପାଇବେ ମୁକ୍ତି ?

ମଝିରେ ମଝିରେ ବ୍ରେକ ନିଅନ୍ତୁ:ଯଦି ଆପଣ ଅଫିସରେ କାମ କରୁଛନ୍ତି ଏବଂ ଲମ୍ବା ସମୟ ଯାଏଁ ବସି ରହୁଛନ୍ତି, ତାହେଲେ ପ୍ରତି 30-40 ମିନିଟରେ ଛିଡା ହୁଅନ୍ତୁ ଓ ଚାଲନ୍ତୁ । ଏହାଦ୍ବାରା ଆପଣଙ୍କ ମାଂଶପେଶୀ ଉପରେ ଚାପ କମ୍ ହେବ ଓ ରକ୍ତ ସଞ୍ଚାଳନ ଉନ୍ନତ ହେବ ।

ଆକ୍ଟିଭିଟି ବଢାନ୍ତୁ: ପ୍ରତିଦିନ 30 ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧିରେ ନିୟୋଜିତ ରୁହନ୍ତୁ, ଯେମିତିକି- ଚାଲିବା, ଦୌଡିବା, ସାଇକେଲ ଚଳାଇବା, ଯୋଗ କରିବା ଇତ୍ୟାଦି । ଏହାଦ୍ବାରା କେବଳ ଆପଣଙ୍କ ଶରୀର ଫିଟ୍ ରହିବା ନାହିଁ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ।

ଠିକ୍ ଢଙ୍ଗରେ ବସନ୍ତୁ:ବସିବା ସମୟରେ ଠିକ୍ ମୁଦ୍ରାରେ ବସନ୍ତୁ । ପିଠି ସିଧା ରଖନ୍ତୁ । ଚୌକିରେ ଏମିତି ଭାବେ ବସନ୍ତୁ ଯେମିତି ଆପଣଙ୍କ ମେରୁଦଣ୍ଡ ହାଡକୁ ସାହାରା ମିଳିବ । ଏପରି କଲେ ଆପଣଙ୍କୁ ପିଠିରେ କିମ୍ବା ବେକରେ ଯନ୍ତ୍ରଣା ହେବ ନାହିଁ ।

କାର୍ଯ୍ୟସ୍ଥଳୀ ଆଡଜଷ୍ଟ କରନ୍ତୁ:ଯଦି ସମ୍ଭବ ତାହେଲେ ଷ୍ଟାଣ୍ଡିଂ ଡେସ୍କର ବ୍ୟବହାର କରନ୍ତୁ । ଫଳରେ କାମ କରିବା ସମୟରେ ବସି ରହିବା ବଦଳରେ ଛିଡା ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ:ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer
ଏହା ମଧ୍ୟ ପଢନ୍ତୁ:ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

ଏହା ମଧ୍ୟ ପଢନ୍ତୁ:ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10ଟି ଫଳ, ଏମିତି ମିଳେ ଫାଇଦା - Fruits good for diabetes

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details