ଓଡିଶା

odisha

By ETV Bharat Health Team

Published : 17 hours ago

ETV Bharat / health

କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା - Curd health benefits

Curd health benefits: ନିୟମିତ ଦହି ଖାଇଲେ ମିଳେ ଅନେକ ସ୍ବାସ୍ଥ୍ୟଗତ ଫାଇଦା । ଏଥିରେ ଥିବା ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ । ପଢନ୍ତୁ ପୁରା ଖବର

କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା
କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା (ETV Bharat)

Health Benefits Of Curd: ପ୍ରତିଦିନ ଦହି ଖାଉଛନ୍ତି କି ? ଯଦି ନା, ତାହେଲେ ଆଜିଠୁ ହିଁ ନିଜ ଖାଦ୍ୟ ଥାଳିରେ ଦହି ସାମିଲ କରନ୍ତୁ । କାରଣ ଦହି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର । ଏଥିରେ ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ରହିଛି, ଯାହା ଶରୀର ପାଇଁ ଜରୁରୀ । ଦହି ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହେବା ସହ ହାଡ ଓ ଦାନ୍ତ ମଜଭୁତ ହୁଏ । ହୃଦଜନିତ ରୋଗ ଆଶଙ୍କା କମିଥାଏ, ତ୍ବଚା ସୁସ୍ଥ ରଖେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଓ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ କରେ । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ପ୍ରତିଦିନ ଦହି ଖାଇବା ଭଲ ।

ଦହି ଅନେକ ପୋଷକ ତତ୍ତ୍ବରେ ଭରପୂର । ଏଥିରେ କ୍ୟାଲେସିୟମ, ମ୍ୟାଗ୍ନେସିୟମ, ଭିଟାମିନ-ଏ, ଡି, ଭିଟାମିନ ବି-12, ପ୍ରୋଟିନ, ସୋଡିୟମ, ପୋଟାସିୟମ, କ୍ୟାଲେସିୟମ ରହିଛି । ନିୟମିତ ଦହି ସେବନ ଦ୍ବାରା ନିମ୍ନୋଲିଖିତ ଫାଇଦା ମିଳିଥାଏ ।

ହଜମ ପ୍ରକ୍ରିୟା ଉନ୍ନତ କରେ: ଦହିରେ ପ୍ରୋବାୟୋଟିକ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ବଦହଜମୀ ସମସ୍ୟାରେ ପୀଡିତ ଲୋକେ ନିୟମିତ ଦହି ସେବନ ଦ୍ବାରା ବେଶ୍ ଲାଭ ମିଳିଥାଏ ।

କୋଲେଷ୍ଟ୍ରଲ କମାଏ: ନିୟମିତ ଦହି ସେବନ କଲେ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇପାରିବ । ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ରହେ । ହାଇ ବ୍ଲଡପ୍ରେସର (ଉଚ୍ଚ ରକ୍ତଚାପ) ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ।

ଇମ୍ୟୁନିଟି ବଢାଏ: ଦହି ଭିଟାମିନ, ପ୍ରୋଟିନ, ଲୋକ୍ଟୋବାସିଲସ ଓ ଅନ୍ୟ ପ୍ରୋବାୟୋଟିକରେ ଭରପୂର, ଏହି ପୋଷକ ତତ୍ତ୍ବ ପେଟ ଭଲ ରଖିବା ସହ ଇମ୍ୟୁନିଟି ସିଷ୍ଟମ ସୁଦୃଢ କରେ । ଯାହାଫଳରେ ବିଭିନ୍ନ ସଂକ୍ରମଣ ଓ ରୋଗରୁ ରକ୍ଷା ମିଳିଥାଏ ।

ଓଜନ ନିୟନ୍ତ୍ରଣ:ଦହିରେ ହାଇ ପ୍ରୋଟିନ ମିଳେ, ଯାହା ତୃପ୍ତି ବଢାଇବା ସହ ଅଧିକ କ୍ୟାଲୋରୀ ସେବନ କମ୍ କରିବାରେ ସାହାଯ୍ୟ କରେ । ଏହା ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ । ଭୋକ କମ୍ ହେଉଥିବାରୁ ଅଧିକ ଖାଦ୍ୟ ଗ୍ରହଣ କରିବାକୁ ପଡିନଥାଏ । ଯାହାଫଳରେ ଓଜନ ନିୟନ୍ତ୍ରଣ ରହିଥାଏ ।

ଦାନ୍ତ ଓ ହାଡମ ମଜଭୁତ କରେ: ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଫସଫରସ୍ ଓ ଜରୁରୀ ଖଣିଜ ସାର ଥାଏ, ଯାହା ହାଡ ଓ ଦାନ୍ତ ମଜଭୁତ କରେ । ପ୍ରତିଦିନ କ୍ୟାଲେସିୟମ ଓ ଫରଫରସ୍ ସେବନ ହାଡର ଘନତ୍ବ ବଜାୟ ରଖେ ଓ ଅଷ୍ଟିଓପୋରୋସିସ୍ (ହାଡ ଦୁର୍ବଳ ଓ ପୋଲା ହୋଇଯାଏ) ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ସୁସ୍ଥ ହୃଦୟ:ଦହିରେ ଭଲ ଫ୍ୟାଟ ଥାଏ, ଯାହା ଶରୀରରେ ଭଲ କୋଲେଷ୍ଟ୍ର ସ୍ତର ବଜାୟ ରଖେ । ନିୟମିତ ଦହି ଖାଇଲେ ଏହା ଖରାପ କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ହୃଦଜନିତ ରୋଗ ଆଶଙ୍କା ହ୍ରାସ କରିଥାଏ । ଘରେ ପ୍ରସ୍ତୁତ ଲୋ ଫ୍ୟାଟ ଦହି ସେବନ ହାର୍ଟଆଟକ ଓ ଷ୍ଟ୍ରୋକ ବିପଦ କମ୍ କରେ ।

ମାନସିକ ଚାପ କମାଏ:ଦହିରେ ଥିବା ପ୍ରୋବାୟୋଟିକ ମାନସିକ ଚାପ, ଚିନ୍ତା ହ୍ରାସ କରେ ଓ ମୁଡ୍ ଭଲ ରଖେ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ଦହି ସାମିଲ କରିବାକୁ ପରାମର୍ଶ ଦିଆଯାଏ ।

ସୁସ୍ଥ ତ୍ବଚା ଓ କେଶ:ଦହିରେ ଥିବା ଲାକ୍ଟିକ ଏସିଡ ନ୍ୟାଚୁରାଲ ଏକ୍ସଫୋଲିଆଣ୍ଟ ଭଳି କାମ କରେ । ଏହା ତ୍ବାଚାରୁ ମୃତ କୋଷିକା ହଟାଇବାରେ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାକୁ ପ୍ରାକୃତିକ ମଇଶ୍ଚରାଜର ରୂପେ ବ୍ୟବହାର କରାଯାଇପାରେ । ଏଥିରେ ଆଣ୍ଟି ଏଜିଂ ଗୁଣ ରହିଛି, ଯାହାକି ନ୍ୟାଚୁରାଲ ଡାର୍କ ସ୍ପଟ (କଳାଦାଗ) ରିମୁଭର ଭାବେ କାମ କରିପାରେ । ଏଥିସହ ନିୟମିତ ଦହି ଖାଇବା ଦ୍ବାରା ଏଥିରେ ଥିବା ପ୍ରୋଟିନ, ଭିଟାମିନ, ମିନେରାଲ କେଶ ମଜଭୁତ କରିବା ସହ କେଶ ଝଡିବା କମ୍ କରେ । କେଶ ସୁସ୍ଥ ରଖେ ଓ ରୂପୀ ସମସ୍ୟା ମଧ୍ୟ ଦୂର କରେ ।

ଶରୀର ହାଇଡ୍ରେଟ ରଖେ:ଦହିରେ ଅତ୍ୟଧିକ ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ । ଦୈନନ୍ଦିତ କାର୍ଯ୍ୟ ପାଇଁ ଶରୀରକୁ ଆକ୍ଟିଭ ରଖିବା, ତାପମାତ୍ରା ନିୟନ୍ତ୍ରଣ କରିବା ଓ ଡିହାଇଡ୍ରେସନ ରୋକିବା ପାଇଁ ସଠିକ୍ ହାଇଡ୍ରେସନ ରହିବା ଜରୁରୀ ।

ଏହା ମଧ୍ୟ ପଢନ୍ତୁ:ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

ଏହା ମଧ୍ୟ ପଢନ୍ତୁ:କାହିଁକି ପାଳନ ହୁଏ ଗର୍ଭନିରୋଧକ ଦିବସ, ଗର୍ଭନିରୋଧ ଔଷଧ ସେବନ କେତେ ସୁରକ୍ଷିତ ? - World Contraception Day 2024

ଏହା ମଧ୍ୟ ପଢନ୍ତୁ:କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details