ହାଇଦ୍ରାବାଦ:ରକ୍ତ କର୍କଟ(Blood cancer), ଯାହାକୁ ହେମାଟୋଲୋଜିକ୍ କ୍ୟାନସର ବୋଲି ମଧ୍ୟ କୁହାଯାଏ । ଏହି କ୍ୟାନସର ରକ୍ତ କଣିକାଗୁଡିକୁ ପ୍ରଭାବିତ କରିଥାଏ । କେତେକ ସମୟରେ ରକ୍ତ କୋଶ ଗୁଡିକ ଅସ୍ବାଭାବିକ ଭାବେ ବଢିବାରେ ଲାଗିଥାନ୍ତି । ଫଳରେ ସେଗୁଡିକ ଠିକ ଭାବେ କାମ କରନ୍ତି ନାହିଁ । ସେହି ସମୟରେ ବ୍ୟକ୍ତି ରକ୍ତ କର୍କଟ ରୋଗର ଶିକାର ହୋଇଥାଏ । ଏହି ରୋଗ ରକ୍ତ କୋଶରୁ ଆରମ୍ଭ କରି ଅସ୍ଥି ଶଲ୍ୟ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ।
କେତେକ ରୋଗୀଙ୍କ କ୍ଷେତ୍ରରେ ଶ୍ବେତ ରକ୍ତ କଣିକା( White Blood Cells) ପ୍ରଭାବିତ ହୋଇଥାଏ । ସେହିପରି ଆଉ କେତେକ ରୋଗୀଙ୍କ କ୍ଷେତ୍ରରେ ଲିମ୍ଫୋମା( Lymphatic System) ପ୍ରଭାବିତ ହୋଇଥାଏ । ଅନେକକଙ୍କ କ୍ଷେତ୍ରରେ ମାୟଲୋମା(Plasma Cells) ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳେ ।
ଲ୍ୟୁକୋମିୟା:ରକ୍ତ ସହ ଅସ୍ଥିଶଲ୍ୟ (Bone Marrow) ପ୍ରଭାବିତ ହେଉଥିଲେ ଏହାକୁ ଲ୍ୟୁକୋମିୟା କ୍ୟାନସର ବୋଲି କୁହାଯାଏ । ଏହାଦ୍ବାରା ଶରୀରରେ ଶ୍ବେତ ରକ୍ତ କଣିକା ଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥାଏ । ଏହି କ୍ୟାନସର ସୁସ୍ଥ ରକ୍ତକୋଶଗୁଡିକୁ କ୍ଷତି ପହଞ୍ଚାଇଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ।